Home ଓଡ଼ିଶା ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ : ପରିବାର ଭିତରେ ନାରୀମାନଙ୍କୁ ହିଂସାରୁ ସୁରକ୍ଷା ଅଧିନିୟମ ଆଇନ, ୨୦୦୫ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ପରିବାର ଭିତରେ ନାରୀମାନଙ୍କୁ ହିଂସାରୁ ସୁରକ୍ଷା ଅଧିନିୟମ ଆଇନ ୨୦୦୫ ନେଇ ଏକ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ା ଡୋଳାମଣି ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୌରୀ ନାୟକ, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମମତା ଚୌଧୁରୀ, ପିଓ କମ ପିଓ ଟି.ଜୟାଲକ୍ଷ୍ମୀ , ଜ଼ିଲ୍ଲା ସଂଯୋଜକ ମହିଳା ସଶକ୍ତିକରଣ ମନି ମୋହନ ସରକାର ଜିଲ୍ଲାରେ ଯେପରି କୌଣସି ମହିଳା ପାରିବାରିକ ହିଂସା ର ସମ୍ମୁଖୀନ ନ ହୁଅନ୍ତୁ ଏବଂ ଜିଲ୍ଲା ରେ ଗାଁ ଗାଁ ରେ ମହିଳା ମାନଙ୍କୁ ସଚେତନ କରିବାକୁ କହିଥିଲେ । ଏହି କାର୍ଯ୍ୟକ୍ରମରେ ସିଡ଼ିପିଓ, ସୁପରଭାଇଜର ଓ ଜିଲ୍ଲା ର ସମସ୍ତ ମହିଳା ପୋଲିସ ସହାୟକ ଡେସ୍କ କର୍ମଚାରୀ, ଶକ୍ତି ସଦନ , ଓଂଷ୍ଟାଫ୍ ଓ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର କର୍ମଚାରୀ ଉପସ୍ଥିତ ଥିଲେ । ଏହି ପ୍ରଶିକ୍ଷଣ ଶିବିର ରେ ଦୁଇ ଜଣ ପ୍ରଶିକ୍ଷକ ସାଗର ପାଣିଗ୍ରାହି (ଲିଗାଲ ଆଇଡି ଡ଼ିଫେନ୍ସ କାଉନସିଲର) ଓ ହରିଷ ଚନ୍ଦ୍ର ବେହେରା ପରିବାର ଭିତରେ ନାରୀମାନଙ୍କୁ ହିଂସାରୁ ସୁରକ୍ଷା ଅଧିନିୟମ ଆଇନ ୨୦୦୫ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ବିଭାଗର କର୍ମଚାରୀ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ସାମ୍ବାଦିକ ମଳୟ ମଲ୍ଲିକଙ୍କ ପତ୍ନୀ ରଶ୍ମିରେଖାଙ୍କ ଅକାଳ ବିୟୋଗ by Proprietor Abhimanyu Maharana August 31, 2026 ସରକାର ଶିକ୍ଷାର କଣ୍ଠରୋଧ ନ କରି ସମସ୍ୟା ସମାଧାନରେ ସହାୟକ ହୁଅନ୍ତୁ : ସମନ୍ୱୟ ସମିତି by Proprietor Abhimanyu Maharana August 30, 2026 ଫଟୋ ସାମ୍ବାଦିକତା ଜଗତରେ ଅନୀଲ ବାବୁଙ୍କ ଅବଦାନ ଅତୁଳନୀୟ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି by Proprietor Abhimanyu Maharana August 30, 2026 ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳରେ ଜାତୀୟ କ୍ରୀଡ଼ା ଦିବସ ପାଳିତ by Proprietor Abhimanyu Maharana August 30, 2026 ଆଦିବାସୀ ମହାବିଦ୍ଯାଳୟର ୪୮ତମ ସ୍ୱନକ୍ଷତ୍ର ଉତ୍ସବ by Proprietor Abhimanyu Maharana August 30, 2026 ସରେଇକେଲା ବୁଢ଼ୀ ମାଁ ମନ୍ଦିର ସମ୍ମୁଖରେ ସଡ଼କ ଦୁର୍ଘଟଣାର ସିରିଜ୍ ଥମିବାର ନାଁ ନେଉନାହିଁ by Proprietor Abhimanyu Maharana August 30, 2026