Home ଓଡ଼ିଶା ବିଭୁବୈଭବର ତ୍ରୟୋବିଂଶତମ ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ ସମାରୋହ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଚେତନାଧର୍ମୀ ଆଧ୍ଯାତ୍ମିକ ପତ୍ରିକା ବିଭୁବୈଭବର ଶାରଦୀୟ ବିଶେଷାଙ୍କ ଉନ୍ମୋଚନ ଓ ପ୍ରତିଭା ସମ୍ମାନ ରବି ଟକିଜି ନିକଟ ରାଧାବଲ୍ଲଭ ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଆଶ୍ରମ ପରିସରରେ ବୃକ୍ଷରୋପଣ କରାଯିବା ସହ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାଧାବଲ୍ଲଭ ମଠ ,ପୁରୀର ମହନ୍ତ ରାମକୃଷ୍ଣ ଦାସ ମହାରାଜ ଯୋଗ ଦେଇ ବ୍ୟକ୍ତି ଜୀବନରେ ଆଧ୍ଯାତ୍ମିକତାର ପ୍ରଭାବ ବିଷୟରେ ଦିଗଦର୍ଶନ ଦେଇଥିଲା ବେଳେ ପ୍ରଫେସର ଡକ୍ଟର ଉଦ୍ଧବ ଚରଣ ନାୟକ ଭୀମଭୋଇଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା ବିଷୟରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ସମ୍ପାଦକ ଲୋକଶିକ୍ଷକ ଲଷ୍ମୀପ୍ରସାଦ ଆଚାର୍ଯ୍ଯ ବିଭୁବୈଭବର ଉଦ୍ଦେଶ୍ଯ ଓ ଆଧ୍ୟାତ୍ମିକ ଚେତନା ମଣିଷକୁ ମୃତ୍ୟୁଜୟ କରିପାରିବ ବୋଲି ମତ ରଖିଥିଲେ।ବିଭୁବୈଭବର ଶ୍ରୀକ୍ଷେତ୍ର ମଣ୍ଡଳର ସଭାପତି ରାଜ୍ୟ ପୁରସ୍କାର ପ୍ରାପ୍ତ ପ୍ରଦ୍ୟୁମ୍ନ ମିଶ୍ର, ଏକାମ୍ର ମଣ୍ଡଳର ସଭାପତି ସ୍ବର୍ଣ୍ଣ ପଦକ ପ୍ରାପ୍ତ ଜ୍ୟୋତିର୍ବିଦ ଡକ୍ଟର ପ୍ରତାପ କୁମାର ମିଶ୍ର, ବିଭୁବୈଭବର ସଭାପତି,ସମାଜସେବୀ ତଥା ଶିଳ୍ପପତି ଶ୍ରୀଯୁକ୍ତ ପ୍ରିୟବ୍ରତ ମିଶ୍ର ପ୍ରମୁଖ ଆଧ୍ଯାତ୍ମିକ ଜୀବନର ଉପାଦେୟତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।ଆଇନଜୀବୀ ସଂଯୋଜ ସାମନ୍ତରାୟ ମଞ୍ଚ ସଂଯୋଜନା କରିଥିବା ବେଳେ ସତ୍ଯଜିତ ମହାପାତ୍ର,ପ୍ରଭାତି ମହାରଥି,ସମାଜସେବୀ ନିବାସ ଚନ୍ଦ୍ର ମିଶ୍ର ,ପ୍ରଫୁଲ୍ଲ କୁମାର ପାଢୀ , ଡାକ୍ତର ଦୀପକ ରାଜ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମହନ୍ତ ଶ୍ରୀଯୁକ୍ତ ରାମକୃଷ୍ଣ ଦାସଙ୍କୁ ଆନନ୍ଦ ଭରଦ୍ୱାଜ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । କଳିଙ୍ଗରତ୍ନ ବ୍ରହ୍ମାନନ୍ଦ ମହାନ୍ତି ଓ ବାନାମ୍ବର ସ୍ବାଇଁଙ୍କୁ ଭାଗିରଥି କର୍ମଯୋଗୀ ସମ୍ମାନ ପ୍ରଦାନ କରାଯାଇଥିଲା । ସମାଜସେବୀ ଦିଲୀପ ମଲ୍ଲିକ ରବୀନ ଖଣ୍ଡାୟତରାୟ ,, ସହଦେବ ପରିଡା,ସାମ୍ବାଦିକ ବିନୋଦ କୁମାର ଭୋଇ, ଡକ୍ଟର ସୌଦାମିନୀ ପଢିଆରୀ,ମୁରଲିଧର ଶତପଥୀ,ସୀମାନ୍ତ ପଣ୍ଡା,ତ୍ରିଲୋଚନ ଦାଶ,ସୁକୁମାର ବିଶ୍ବାଳ, ପ୍ରମୋଦ କର,ନିବାସ ଚନ୍ଦ୍ର ରାଉତ ପ୍ରମୁଖଙ୍କୁ ଉତ୍ତରୀୟ ଏବଂ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ବିଭୁବୈଭବର ସମସ୍ତ ସଦସ୍ଯ ମାନେ ଓ ରାଧାବଲ୍ଲଭ ମଠର ସମସ୍ତ ଅନ୍ତେବାସୀ ସହଯୋଗ କରିଥିଲେ । ବିଭୁବୈଭବର ସଂଗଠନ ସମ୍ପାଦକ ପ୍ରଭୁଦତ୍ତ ପ୍ରଧାନ ସମସ୍ତଙ୍କ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ। Categories: ଓଡ଼ିଶା, କଟକ, ଖୋର୍ଦ୍ଧା, ହୋମ୍ Related Content ସାମ୍ବାଦିକ ମଳୟ ମଲ୍ଲିକଙ୍କ ପତ୍ନୀ ରଶ୍ମିରେଖାଙ୍କ ଅକାଳ ବିୟୋଗ by Proprietor Abhimanyu Maharana August 31, 2026 ସରକାର ଶିକ୍ଷାର କଣ୍ଠରୋଧ ନ କରି ସମସ୍ୟା ସମାଧାନରେ ସହାୟକ ହୁଅନ୍ତୁ : ସମନ୍ୱୟ ସମିତି by Proprietor Abhimanyu Maharana August 30, 2026 ଫଟୋ ସାମ୍ବାଦିକତା ଜଗତରେ ଅନୀଲ ବାବୁଙ୍କ ଅବଦାନ ଅତୁଳନୀୟ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି by Proprietor Abhimanyu Maharana August 30, 2026 ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳରେ ଜାତୀୟ କ୍ରୀଡ଼ା ଦିବସ ପାଳିତ by Proprietor Abhimanyu Maharana August 30, 2026 ଆଦିବାସୀ ମହାବିଦ୍ଯାଳୟର ୪୮ତମ ସ୍ୱନକ୍ଷତ୍ର ଉତ୍ସବ by Proprietor Abhimanyu Maharana August 30, 2026 ସରେଇକେଲା ବୁଢ଼ୀ ମାଁ ମନ୍ଦିର ସମ୍ମୁଖରେ ସଡ଼କ ଦୁର୍ଘଟଣାର ସିରିଜ୍ ଥମିବାର ନାଁ ନେଉନାହିଁ by Proprietor Abhimanyu Maharana August 30, 2026