Home ଓଡ଼ିଶା ପୁରୀ ପୋଲିସ ପକ୍ଷରୁ ସାଇବର ସଚେତନତା ଅଭିଯାନ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଶୁକ୍ରବାର ପୁରୀ ଶରଧାବାଲି ଠାରେ ସାଇବର ସଚେତନତା ଅଭିଯାନର ଉଦ୍ଘାଟନୀ ଅନୁଷ୍ଠାନ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନ ରାଜ୍ୟ ସରକାରଙ୍କ ପକ୍ଷରୁ ସମଗ୍ର ଓଡ଼ିଶାରେ ଗୋଟିଏ ମାସ ଧରି ଆୟୋଜିତ ହେଉଥିବା ସାଇବର ସଚେତନତା ଅଭିଯାନର ଅଂଶ । ଲୋକଙ୍କ ମଧ୍ୟରେ ସାଇବର ଅପରାଧ ଓ ଠକିବା ସଂପର୍କିତ ସଚେତନତା ବଢ଼ାଇବା ଏହାର ପ୍ରଧାନ ଉଦ୍ଦେଶ୍ୟ। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲୋକସଭା ସାଂସଦ ଡ଼ା. ସମ୍ବିତ ପାତ୍ର, ସାଂସଦ ଓ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ, ଏସପି ପ୍ରତୀକ ସିଂହ, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ସେବାୟତ, ସ୍ଥାନୀୟ ଜନସାଧାରଣ ଏବଂ ସାମ୍ବାଦିକ ଉପସ୍ଥିତ ହୋଇ ସାଇବର ସୁରକ୍ଷା ସଂପର୍କିତ ବିଭିନ୍ନ ପ୍ରକାର ଜାଣିବା ଓ ଶିଖିବାରେ ଭାଗ ନେଇଥିଲେ । ପୁରୀ ପୁଲିସ ଦ୍ୱାରା ଅନେକ ଜାଣିବା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେଲା ଯେଉଁଠି ସାଇବର ଠକିବା, ଫେକ ଆକାଉଣ୍ଟ, ଅନଲାଇନ୍ ଠକିବା ଏବଂ ଡିଜିଟାଲ ସୁରକ୍ଷା ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା । ପୁରୀ ଏସପି ସୂଚନା ପ୍ରଦାନ କରିଥିଲ l ଏହି ସାଇବର ସଚେତନତା ଅଭିଯାନ ସମଗ୍ର ଓଡ଼ିଶା ରାଜ୍ୟରେ ଗୋଟିଏ ମାସ ଧରି ଚାଲିବ । ଏହାର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ସାଇବର ଅପରାଧରୁ ସତର୍କ କରିବା, ସଚେତନ କରିବା ଏବଂ ଅପରାଧୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା । ପୁରୀ ଜିଲ୍ଲାରେ ୨୦୨୫ ମସିହାରେ ଏପର୍ଯ୍ୟନ୍ତ ୨୬ଟି ସାଇବର ସମ୍ପର୍କିତ ମାମଲା ରଜିଷ୍ଟର ହୋଇଛି । ଏହି ମାମଲାରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେଥିସହ ଇନ୍ଷ୍ଟାଗ୍ରାମ୍, ଫେସବୁକ୍ ଓ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଥିବା ୧୭୦ଟି ନକଲି ଆକାଉଣ୍ଟକୁ ଡିଆକ୍ଟିଭେଟ୍ କରାଯାଇଛି । ଏହାସହ ଠକିବା ମାମଲାରେ ୧,୩୧୮ଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି ଓ ମୋଟ ୯୩ ଲକ୍ଷ ୯୧ ହଜାର ଟଙ୍କା ଠକିବା ଟଙ୍କା ଫ୍ରିଜ୍ ହୋଇଛି ବ୍ୟାଙ୍କରେ । ପୁଲିସ ବିଭାଗ ସଦା ସାଇବର ଅପରାଧ ପାଇଁ ଲୋକଙ୍କୁ ସଚେତନ କରି ସହାୟତା ପାଇଁ ସଚେତନତା ସୃଷ୍ଟି କରିଚାଲିଛି । ସେହିପରି ଜନସାଧାରଣଙ୍କୁ ଅନୁରୋଧ, କୌଣସି ସନ୍ଦିଗ୍ଧ ମେସେଜ୍ କିମ୍ବା ଲିଙ୍କ ଦେଖିଲେ ତାହାକୁ ଖୋଲିବେ ନାହିଁ ଏବଂ ନିକଟସ୍ଥ ଥାନା କିମ୍ବା ସାଇବର ହେଲ୍ପଲାଇନ୍ ୧୯୩୦ କୁ ତଥ୍ୟ ଦିଅନ୍ତୁ। ପୁରୀ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଥିଲା । ଅଜଣା ଲିଙ୍କ, ଫୋନ୍ କଲ୍ କିମ୍ବା ମେସେଜ୍ରେ ବିଶ୍ୱାସ କରନ୍ତୁ ନାହିଁ । ଓଟିପି ବ୍ୟାଙ୍କ ଡିଟେଲ୍ସ କାହାରିକୁ ଦିଅନ୍ତୁ ନାହିଁ । ସାଇବର ଠକିବା ମେଳିଲେ ତୁରନ୍ତ ୧୯୩୦/ ୮୨୮୦୪୯୧୩୦୦ ରେ ଯୋଗାଯୋଗ କରନ୍ତୁ । ଅନଲାଇନ୍ ସୁରକ୍ଷା ଆପଣଙ୍କ ହାତରେ ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ । ବୋଲି ପୁରୀ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି । Categories: ଓଡ଼ିଶା, ପୁରୀ, ହୋମ୍ Related Content ଆମ୍ ଆଦମୀ ପାର୍ଟି ଭୁବନେଶ୍ୱର ଶାଖାର ସାଙ୍ଗଠନିକ ବୈଠକ by Proprietor Abhimanyu Maharana August 31, 2026 ଖୋର୍ଦ୍ଧା ରୋଡ୍ ମଣ୍ଡଳରେ ଜାତୀୟ କ୍ରୀଡ଼ା ଦିବସ ପାଳିତ by Proprietor Abhimanyu Maharana August 31, 2026 ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା by Proprietor Abhimanyu Maharana August 31, 2026 ସାମ୍ବାଦିକ ମଳୟ ମଲ୍ଲିକଙ୍କ ପତ୍ନୀ ରଶ୍ମିରେଖାଙ୍କ ଅକାଳ ବିୟୋଗ by Proprietor Abhimanyu Maharana August 31, 2026 ସରକାର ଶିକ୍ଷାର କଣ୍ଠରୋଧ ନ କରି ସମସ୍ୟା ସମାଧାନରେ ସହାୟକ ହୁଅନ୍ତୁ : ସମନ୍ୱୟ ସମିତି by Proprietor Abhimanyu Maharana August 30, 2026 ଫଟୋ ସାମ୍ବାଦିକତା ଜଗତରେ ଅନୀଲ ବାବୁଙ୍କ ଅବଦାନ ଅତୁଳନୀୟ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି by Proprietor Abhimanyu Maharana August 30, 2026