ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚା ବାଡି ପଡିଆ ଠାରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ସାଇବର ସୁରକ୍ଷା ଅଭିଯାନ ୨୦୨୫ ର ଉଦଘାଟନୀ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଗଜପତି ଜିଲ୍ଲା ପୋଲିସ ପ୍ରଶାସନଙ୍କ ପ୍ରସ୍ତୁତ ଯୋଜନା ପ୍ରକାରେ ଉପସ୍ଥିତ ସମସ୍ତଙ୍କୁ ଅନଲାଇନ୍ ସୁରକ୍ଷା , ଠକେଇ ନିବାରଣ ଏବଂ ଜନସଚେତନତା ଉପରେ ଏବଂ ଏ ଦିଗରେ କଣ ସବୁ ପଦକ୍ଷେପ ରହିଛି , ସେ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ଜଣାଇବା ତାହାହିଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ ରହିଛି ।
