Home ଓଡ଼ିଶା ରାଜ୍ୟ ବିଜେପିର ନୂତନ ଉପସଭାପତି ତଥା ପାରଳାର ପୂର୍ବତନ ବିଧାୟକ କେ. ନାରାୟଣ ରାଓଙ୍କୁ ବିପୁଳ ସମ୍ୱର୍ଦ୍ଧନା by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କେ.ନାରାୟଣ ରାଓଙ୍କୁ ରାଜ୍ୟ ବିଜେପି ପକ୍ଷରୁ ମିଳିଛି ବଡ଼ ଦାୟିତ୍ଵ । ରାଜ୍ୟ ବିଜେପିରେ ମନମୋହନ ସାମଲ ଦ୍ଵିତୀୟ ବାର ରାଜ୍ୟ ସଭାପତି ହେବା ପରେ ତାଙ୍କ ନୂତନ ଟିମ୍ ଘୋଷଣା କରାଯାଇଛି । ଏଥିରେ ଅବିଭକ୍ତ ଗଂଜାମ ଜିଲ୍ଲାରୁ ଜଣେ ମାତ୍ର ନେତା ଭାବେ ଗଜପତି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କେ.ନାରାୟଣ ରାଓଙ୍କୁ ଉପ ସଭାପତି ଭାବେ ଚୟନ କରାଯାଇଅଛି । ଘୋଷଣା ହେବା ପରେ ଗତକାଲି ସନ୍ଧ୍ୟାରେ (ବୁଧବାର ) ଗଜପତି ଜିଲ୍ଲାରେ ପହଞ୍ଚିଥିଲେ ନାରାୟଣ ରାଓ। ଜିଲ୍ଲାକୁ ପ୍ରବେଶ କରିବା ମାତ୍ରେ ଲାବଣ୍ୟଗଡ ଗ୍ରାମ ଠାରେ ହଜାର ହଜାର ବିଜେପି କର୍ମୀ ଓ ନେତା ତାଙ୍କୁ ସେଠାରେ ସ୍ବାଗତ କରି ଗାରବନ୍ଧ , ଗୁରାଣ୍ଡି , ରାଜୁପୁର , ଉପଲଡା ଆଦି ଗ୍ରାମପଞ୍ଚାୟତରେ ସ୍ଥାନେ ସ୍ଥାନେ ତାଙ୍କ ଶୁଭେଛୁ ଓ ଦଳୀୟ କର୍ମୀମାନେ ଅପେକ୍ଷା କରି ଶୁଭେଚ୍ଛା ଜଣାଇଥିଲେ । ପରେ ପାରଳାଖେମୁଣ୍ଡି ସହରରେ ମଧ୍ୟ ବିରାଟ ପଟୁଆରରେ ପରିକ୍ରମା କରି ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ନାରାୟଣ ରାଓ । ବିଜେପି କର୍ମୀ ଓ ନେତାମାନେ ଖୁସି ପ୍ରକଟ କରି ରାଜ୍ୟ ସଭାପତି ମନମୋହନ ସାମଲ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ନବ କିଶୋର ଶବର , ସମସ୍ତ ମଣ୍ଡଳ ସଭାପତି , ମୋହନା ନିର୍ବାଚନ ମଣ୍ଡଳୀର ଅନେକ ନେତାଙ୍କ ସମେତ ଜିଲ୍ଲା ଯୁବ ମୋର୍ଚ୍ଚା , ଓବିସି ମୋର୍ଚ୍ଚା , ଦଳୀୟ କର୍ମୀ ସାମିଲ୍ ହୋଇଥିଲେ । Categories: ଓଡ଼ିଶା, ଗଜପତି, ରାଜନୀତି, ହୋମ୍ Related Content ଆମ୍ ଆଦମୀ ପାର୍ଟି ଭୁବନେଶ୍ୱର ଶାଖାର ସାଙ୍ଗଠନିକ ବୈଠକ by Proprietor Abhimanyu Maharana August 31, 2026 ଖୋର୍ଦ୍ଧା ରୋଡ୍ ମଣ୍ଡଳରେ ଜାତୀୟ କ୍ରୀଡ଼ା ଦିବସ ପାଳିତ by Proprietor Abhimanyu Maharana August 31, 2026 ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା by Proprietor Abhimanyu Maharana August 31, 2026 ସାମ୍ବାଦିକ ମଳୟ ମଲ୍ଲିକଙ୍କ ପତ୍ନୀ ରଶ୍ମିରେଖାଙ୍କ ଅକାଳ ବିୟୋଗ by Proprietor Abhimanyu Maharana August 31, 2026 ସରକାର ଶିକ୍ଷାର କଣ୍ଠରୋଧ ନ କରି ସମସ୍ୟା ସମାଧାନରେ ସହାୟକ ହୁଅନ୍ତୁ : ସମନ୍ୱୟ ସମିତି by Proprietor Abhimanyu Maharana August 30, 2026 ଫଟୋ ସାମ୍ବାଦିକତା ଜଗତରେ ଅନୀଲ ବାବୁଙ୍କ ଅବଦାନ ଅତୁଳନୀୟ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି by Proprietor Abhimanyu Maharana August 30, 2026