ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଯୁବକ ମୃତ

ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ସନ୍ଧ୍ୟାରେ ବନମାଳୀପୁର ନୂଆସାହି ନିମାପଡ଼ା କେନାଲ ବନ୍ଧ ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ହୋଇଛି। ମିସ୍ତ୍ରୀ କାମ କରୁଥିବା ପୂର୍ଣ୍ଣଚନ୍ଦ୍ର ଭୋଇ ନାମକ ଜଣେ ବ୍ୟକ୍ତି ମଟର ସାଇକେଲରେ ନିମାପଡ଼ା ପଟୁ ତାଙ୍କର ନିଜ ଗ୍ରାମ ମୁଣ୍ଡହଣାପାଟଣା ଫେରୁଥିବା ବେଳେ ନୂଆସାହି ପଟୁ ଦୃତଗତିରେ ଯାଉଥିବା ସ୍କୁଟି ସହିତ ମୁହମୁହିଁ ଧକ୍କା ହୋଇଥିଲା।

କୁଞ୍ଚପଦା ଠାରେ ପୂର୍ଣ୍ଣ, ମଟର ସାଇକଲ ସହିତ ରାସ୍ତାକଡରେ ଥିବା ଗଛରେ ପିଟି ହେଇ ଯିବାରୁ ମୁହଁ ଛାତିରେ ଗଭୀର ଆଘାତ ଲାଗିଥିଲା। ତୁରନ୍ତ ତାଙ୍କୁ ଅଠାନ୍ତର ହସ୍ପିଟାଲ ଅଣା ଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଆଉ ଅଳ୍ପ ବାଟ ଯାଇଥିଲେ ସେ ଘରେ ପହଞ୍ଚି ଯାଇଥାନ୍ତେ।ମୃତ ପୂର୍ଣ୍ଣ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ।

ଘରେ ତାଙ୍କର ବୃଦ୍ଧ ବାପା,ପତ୍ନୀ ଓ ଦୁଇଟି ସନ୍ତାନ ଅଛନ୍ତି।ବାଲିପାଟଣା ପୋଲିସ ଘଟଣାର ତଦନ୍ତ କରୁଛି। ଘଟଣା ଘଟିବା ପରେ ସ୍କୁଟି ଚାଳକ ଫେରାର ହୋଇଯାଇଛନ୍ତି। ଏହାଙ୍କ ପରିବାର ଗରିବ ଲୋକ ହେଇଥିବାରୁ ତାଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବା ସହ ଦୁର୍ଘଟଣା ଘଟାଇଥିବା ସ୍କୋଟି ଆରୋହୀଙ୍କ ତୁରନ୍ତ ଗିରଫ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବୀ କରାଯାଇଅଛି ।

Exit mobile version