Home ଓଡ଼ିଶା ମା” ବେଢାକାଳୀକା ଦେବୀଙ୍କ ୧୨ତମ ବାର୍ଷିକ ଉତ୍ସବ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ଏକ ସୂତ୍ରରେ ଭାଇଚାରାକୁ ବାନ୍ଧିରଖେ କାଳୀପୂଜା ଓ ଦୀପାବଳୀ ପୂର୍ବ ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ରଣପୁର ବ୍ଲକର ରାଜସୁନାଖଳା ଏକ ବୃହତ ବ୍ୟବସାୟିକ ପେଣ୍ଠସ୍ଥଳୀ, କଳା, ସଂସ୍କୃତି, ଐତିହ୍ୟର ଓ ଭାଇଚାରାର ନିଆରା ପ୍ରମୁଖ ସହର ! ରାଜସୁନାଖଳା ସୁନାଖଳାସାହିସ୍ଥିତ ମା ବେଢାକାଲିକା ଯୁବକ ସଂଘ ଆନୁକୂଲ୍ୟରେ ମା” ବେଢାକାଳୀକା ଦେବୀଙ୍କ ୧୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଅଛି ! ଏହି କାର୍ଯ୍ୟକ୍ରମରେ ମା” ବେଢାକାଳୀକା ଯୁବକ ସଂଘର ସଭାପତି ସୁଧୀର କୁମାର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟତିଥିଭାବେ ରଣପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପାର୍ଥି ତଥା ବିଶିଷ୍ଠ ସମାଜ ସେବୀ ବିଭୂପ୍ରସାଦ ମିଶ୍ର, ବିଶିଷ୍ଠ ସମାଜସେବୀ ବାସୁଦେବ ସାହୁ,ବିଶିଷ୍ଠ ସମାଜସେବୀ ତଥା ରାଜସୁନାଖଳା ଫ୍ରେଣ୍ଡସ କ୍ଳବ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ସମାଜସେବୀ ଦାଶରଥି ମହାପାତ୍ର,ସୁନାଖଳା ସାହି ଗ୍ରାମ୍ୟ କମିଟିର ସଭାପତି ସୁରେଶ କୁମାର ସାହୁ,ଉପସଭାପତି ବସନ୍ତ କୁମାର ସୁବୁଦ୍ଧି ପ୍ରମୁଖ ଯୋଗଦେଇ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୃତିରେ ପ୍ରଦୀପ ପ୍ରଜ୍ବଳନ କରି ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ ! ସାମ୍ବାଦିକ ଜୟନ୍ଦ୍ର ବେହେରା ସ୍ୱାଗତ ଭାଷଣ ସହ ମଞ୍ଚ ପରିଚାଳନା କରି ଅତିଥି ପରିଚୟ ପ୍ରଦାନ କରିଥିଲେ ! କୁନି କୁନି ପିଲାମାନଙ୍କ ଦ୍ୱାରା ପରିବେଶତ ନୃତ୍ୟ ପ୍ରତିଯୋଗୀଙ୍କୁ ଓ ଉପସ୍ଥିତ ସାମ୍ବାଦିମାନଙ୍କୁ ପ୍ରମାଣ ପତ୍ର ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ ! ଆଗାମୀ ବର୍ଷ କିଭଳି କାର୍ଯ୍ୟକ୍ରମକୁ ସରସ ସୁନ୍ଦର ଆକର୍ଷଣୀୟ ହୋଇପାରିବ ସେ ବିଷୟରେ ଅତିଥିମାନେ ପରାମର୍ଶ ଦେଇଥିଲେ ! ଏହି କାର୍ଯ୍ୟକ୍ରମକୁ ମା” ବେଢାକାଳିକା ଯୁବକ ସଙ୍ଘର ସମ୍ପାଦକ ସୁଶାନ୍ତ କୁମାର ନାୟକଙ୍କ ସମେତ ସମସ୍ତ ସଦସ୍ୟାମାନେ ଉପସ୍ଥିତ ରହି ସହଯୋଗ କରି ପରିଚାଳନା କରିଥିଲେ ! ପରିଶେଷରେ, ସୁନାଖଳା ସାହି ଗ୍ରାମ୍ୟ କମିଟିର ସଭପତି ସୁରେଶ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ! ପରେ ଚଣ୍ଡୀପ୍ରସାଦ ନାଟ୍ୟ ପରିଷଦ ଦ୍ୱାରା ଏକ ପୌରାଣିକ ମନୋରଞ୍ଜନ ଧର୍ମୀ କାଳୀ, କମଳା, କାଳୀ ମଞ୍ଚସ୍ଥ ନାଟକ ଦର୍ଶମାନଙ୍କ ମନମୋହିଥିଲା ! Categories: ଓଡ଼ିଶା, ନୟାଗଡ଼ ନିଉଜ୍, ମନୋରଞ୍ଜନ, ହୋମ୍ Related Content ଉତ୍କଳ ସାହିତ୍ୟ ସମାଜ ଶାଖାର ଅଷ୍ଟମ ବାର୍ଷିକୋତ୍ସବ by Proprietor Abhimanyu Maharana August 31, 2026 ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ by Proprietor Abhimanyu Maharana August 31, 2026 ଗୀତା ଦ୍ୱାରା ଧର୍ମ ପ୍ରଚାର ନୁହେଁ ମାନସିକ ବିସ୍ତାର ହୁଏ by Proprietor Abhimanyu Maharana August 31, 2026 ଆମ୍ ଆଦମୀ ପାର୍ଟି ଭୁବନେଶ୍ୱର ଶାଖାର ସାଙ୍ଗଠନିକ ବୈଠକ by Proprietor Abhimanyu Maharana August 31, 2026 ଖୋର୍ଦ୍ଧା ରୋଡ୍ ମଣ୍ଡଳରେ ଜାତୀୟ କ୍ରୀଡ଼ା ଦିବସ ପାଳିତ by Proprietor Abhimanyu Maharana August 31, 2026 ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା by Proprietor Abhimanyu Maharana August 31, 2026