Home ଅପରାଧ ରାଜ୍ୟ ବାହାର କୁ ଫେରାର ବେଳେ ମାଡି ବସିଲା ପୋଲିସ ନାବାଳିକା ଙ୍କୁ ବଳାତ୍କାର ଘଟଣାରେ ଅଭିଯୁକ୍ତ ଗିରଫ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଫୁଲବାଣୀ ପକ୍ସୋ କୋର୍ଟରେ ହାଜର କରିଥିବା ଜଣାପଡିଛି । ସେଠାରେ ଜାମିନ ନାମାଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗ ହାଜତକୁ ପଠାଇ ଦିଆଯାଇଥିବା ବିଷୟ ତଦନ୍ତକାରୀ ଅଧିକାରୀ ଜୟନ୍ତ କୁମାର ସେଠି ପ୍ରକାଶ କରିଛନ୍ତି । ତାଙ୍କ ନାମରେ ଦାରିଙ୍ଗବାଡି ଥାନାରେ ପକ୍ସୋ ମାମଲା (୨୧୫ /୨୫ )ରୁଜୁ ହୋଇଛି । ଅଭିଯୁକ୍ତ ଜଣକ ଉକ୍ତ ଥାନା ଡମକ୍ଲି୍ୟୁ ଅଞ୍ଚଳର ବାପି ପ୍ରଧାନ ବୋଲି ପୋଲିସ କହିଛି। ଅଭିଯୁକ୍ତଙ୍କ ଠାରୁ ନାବାଳିକାଙ୍କୁ ଅପହରଣରେ ବ୍ୟବହୃତ ବାଇକକୁ ପୋଲିସ ଜବତ କରିଛ। ଘଟଣା ପରେ ଅଭିଯୁକ୍ତ ବାହାର ରାଜ୍ୟକୁ ଫେରାର ପାଇଁ ଖସି ପଳାଉଥିବା ବେଳେ ପୋଲିସ ଅଭିଯୁକ୍ତ ବାପିର ଫୋନକୁ ଟ୍ରାକ କରି କନ୍ଧମାଳ-ଗଞ୍ଜାମ ସିମାରେ ତାକୁ କାବୁ କରିବାରେ ସଫଳ ହୋଇଥିଲା । ସୂଚନା ଯୋଗ୍ୟଯେ ଶୁକ୍ରବାର ଦିନ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ (୧୨ )ଙ୍କୁ ବାପି ପ୍ରଧାନ (୩୭) କହିଥିଲେ ଯେ, ତୁମବାପା ମୋ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି । ତୁମ ପାଇଁ ଚପଲ କିଣିଦେବାକୁ ଏହା ଶୁଣି ଛାତ୍ରୀ ଜଣକ ବିଶ୍ୱାସ କରି ତାଙ୍କ ସହ ବାଇକ୍ରେ ଯାଇଥିଲେ । ବାଟରେ ଯୁବକ ଜଣଙ୍କ ତାଙ୍କୁ ଅପହରଣ କରି ଏକ ଜଙ୍ଗଲ ଭିତରକୁ ନେଇ ମାରଣାସ୍ତ୍ର ଦେଖାଇ ବଳାତ୍କାର କରିଥିଲେ। କାହାକୁ ଏହି ବିଷୟରେ କହିଲେ ତାଙ୍କୁ ଜୀବନରେ ମାରିଦେବାକୁ ଚେତାବନୀ ଦେଇଥିଲେ। ପରେ ଛାତ୍ରୀ ଜଣଙ୍କ ଗାଁକୁ ଫେରି ତାଙ୍କ ସମ୍ପର୍କୀୟ ମହିଳାଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପରେ ମହିଳା ମାନେ ଓ ତାଙ୍କ ସମ୍ପର୍କିୟ ମାନେ ଶନିବାର ଅପରାହ୍ନରେ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ମଧ୍ୟ ଘଟଣାକୁ ଅତି ସମ୍ବେଦନଶୀଳ ଓ ଗୁରୁତ୍ୱ ଦେଇ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ସୋମବାର ତାଙ୍କୁୁ ଗିରଫ କରିବାରେ ସଫଳ ହୋଇଥିଲ। ନାବାଳିକା ଅଷ୍ଟମ ଶ୍ରେଣୀଛାତ୍ରୀଙ୍କ ବାପା ଓ ମା’ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିବା ବେକେ ପୀଡିତା ନାବାଳିକାଙ୍କ ଉପରେ ତାଙ୍କର ଆହୁରି ଛୋଟ ଭାଇ ଭଉଣୀ ରହିଛନ୍ତି। ସେମାନଙ୍କ ଦାୟିତ୍ୱ ପୀଡିତା ନାବାଳିକାଙ୍କ ଉପରେ ରହିଥିବା ଓ ସେ ଏହି ପରିସ୍ଥିତିରେ ମଧ୍ୟ ତାଙ୍କ ସାନ ଭାଇ ଭଉଣୀଙ୍କ ଦାୟିତ୍ୱ ତୁଲାଉଥିବା ଜଣାପଡିଛି । Categories: ଅପରାଧ, ଓଡ଼ିଶା, କନ୍ଧମାଳ, ହୋମ୍ Related Content ଉତ୍କଳ ସାହିତ୍ୟ ସମାଜ ଶାଖାର ଅଷ୍ଟମ ବାର୍ଷିକୋତ୍ସବ by Proprietor Abhimanyu Maharana August 31, 2026 ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ by Proprietor Abhimanyu Maharana August 31, 2026 ଗୀତା ଦ୍ୱାରା ଧର୍ମ ପ୍ରଚାର ନୁହେଁ ମାନସିକ ବିସ୍ତାର ହୁଏ by Proprietor Abhimanyu Maharana August 31, 2026 ଆମ୍ ଆଦମୀ ପାର୍ଟି ଭୁବନେଶ୍ୱର ଶାଖାର ସାଙ୍ଗଠନିକ ବୈଠକ by Proprietor Abhimanyu Maharana August 31, 2026 ଖୋର୍ଦ୍ଧା ରୋଡ୍ ମଣ୍ଡଳରେ ଜାତୀୟ କ୍ରୀଡ଼ା ଦିବସ ପାଳିତ by Proprietor Abhimanyu Maharana August 31, 2026 ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା by Proprietor Abhimanyu Maharana August 31, 2026