Home ଓଡ଼ିଶା କଣ୍ଟାବାଞ୍ଜି ଏମ୍ ସି ଏଚରେ ଗର୍ଭବତୀ ହାଇରଣ – ଡାକ୍ତର ନଥିବାରୁ ଘଣ୍ଟା ଘଣ୍ଟା ଅପେକ୍ଷା by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ମେଡ଼ିକାଲ ସବୁ ବେଳେ ଚର୍ଚ୍ଚା । ଡାକ୍ତର ଥିଲେ ବି ରୋଗୀ ହଇରାଣ ଓ ଡାକ୍ତର ନ ଥିଲେ ବି ଗର୍ଭବତୀ ହଇରାଣ । ଏଭଲି ସ୍ଥିତିରେ ଏବେ ଅଞ୍ଚଳବାସୀ ଙ୍କ ଗୋଟେ ଚିନ୍ତା ମେଡ଼ିକାଲ ଗଲେ ହଇରାଣ ହେବ ଭାଇ ସିଧା ବଲାଙ୍ଗୀର କୁ ଯାଅ । କଣ୍ଟାବାଞ୍ଜି ମେଡ଼ିକାଲରେ ସବୁ ସୁବିଧା ରହିଛି ହେଲେ ଡାକ୍ତରଙ୍କ ମନ ମୁଖୀ ଡ୍ୟୁଟି ଗର୍ଭବତୀ ଙ୍କୁ ଠିକ ଭାବେ ଚିକିତ୍ସା କରୁ ନଥିବା ରୁ ହଇରାଣ ହେଉଛନ୍ତି ଗର୍ଭବତୀ । ସାମନ୍ୟ ଅଲ୍ଟ୍ରାସାଉଣ୍ଡ କରିବା ପାଇଁ ଦୀପାବଳି ଦିନ ୪୦ରୁ ଅଧିକ ଗର୍ଭବତୀ ଲମ୍ବା ଲାଇନ ଲାଗିଥିବା ଆଶ୍ଚର୍ଯ୍ୟ କରିଛି । ମେଡ଼ିକାଲରେ ସ୍ତ୍ରୀ ଓ ପସୁତି ବିଭାଗର ଦାୟିତ୍ୱରେ ଥିବା ଡାକ୍ତର ହରେକୃଷ୍ଣ ମେହେର ମେଡ଼ିକାଲ ରେ ନଥିବା ବେଳେ ଏଭଲି ଘଟଣା ଦେଖିବାକୁ ମିଳିଛି । ତେବେ ଦୀପାବଳି ଦିନ ୧୦ ଟା ରୁ ଲାଇନ ରେ ରହି ଗର୍ଭବତୀ ମାନେ ଅଲ୍ଟ୍ରାସାଉଣ୍ଡ କକ୍ଷ ସାମନାରେ ଅପେକ୍ଷା କରୁଥିବା ବେଳେ ଡାକ୍ତର ଶ୍ରୀ ମେହେର ଅନୁପସ୍ଥିତ ଥିଲେ । ତେବେ ଡାକ୍ତର ଆସିବେ ବୋଲି ଗର୍ଭବତୀ ମାନେ ଅପେକ୍ଷା କରିଥିଲେ । ୪୦ ଜଣ ମହିଳା ଏଥିରେ ହଇରାଣ ହୋଇଥିବା ଜଣାପଡିଛି । ଏହାକୁ ନେଇ ଆମେ ଡାକ୍ତର ଶ୍ରୀ ମେହେର ଙ୍କୁ ପଚାରିବାରୁ ସେ କହିଲେ ମୁଁ ସହରରେ ହିଁ ଅଛି କିଛି ସମୟରେ ମେଡ଼ିକାଲ କୁ ଯିବି । ତେବେ ମେଡ଼ିକାଲରେ ଜଣେ ମାତ୍ର ଡାକ୍ତର ଥିବାରୁ ଏଭଳି ସମସ୍ୟା ହେଉଥିବା ଲୋକେ କହିଛନ୍ତି । ପ୍ରଶାସନ ଶୀଘ୍ର ଏଠି ପ୍ରତି ଦୃଷ୍ଟି ଦେଲେ ଅନେକ ରୋଗୀ ପରିଜନ ଉପକୃତ ହେବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ଉତ୍କଳ ସାହିତ୍ୟ ସମାଜ ଶାଖାର ଅଷ୍ଟମ ବାର୍ଷିକୋତ୍ସବ by Proprietor Abhimanyu Maharana August 31, 2026 ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ by Proprietor Abhimanyu Maharana August 31, 2026 ଗୀତା ଦ୍ୱାରା ଧର୍ମ ପ୍ରଚାର ନୁହେଁ ମାନସିକ ବିସ୍ତାର ହୁଏ by Proprietor Abhimanyu Maharana August 31, 2026 ଆମ୍ ଆଦମୀ ପାର୍ଟି ଭୁବନେଶ୍ୱର ଶାଖାର ସାଙ୍ଗଠନିକ ବୈଠକ by Proprietor Abhimanyu Maharana August 31, 2026 ଖୋର୍ଦ୍ଧା ରୋଡ୍ ମଣ୍ଡଳରେ ଜାତୀୟ କ୍ରୀଡ଼ା ଦିବସ ପାଳିତ by Proprietor Abhimanyu Maharana August 31, 2026 ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା by Proprietor Abhimanyu Maharana August 31, 2026