Home ଓଡ଼ିଶା ରାମଗିରି ଥାନା ରେ ସାଇବର ସୁରକ୍ଷା ଅଭିଯାନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ଗଜପତି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିରି ପୋଲିସ ପକ୍ଷରୁ ଥାନା ଅଧିକାରୀ ଡି. ଗଜପତି ଦୋରାଙ୍କ ନେତୃତ୍ବରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଏଥିରେ ସ୍ଥାନୀୟ ଜନପ୍ରତିନିଧି ଏବଂ ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ l ଦୈନନ୍ଦିନ ଜୀବନରେ ଏବେ ସମସ୍ତେ ଡିଜିଟାଲ୍ ବ୍ୟବସ୍ଥା ଉପରେ ନିର୍ଭରଶୀଳ ହୋଇଥିବା ବେଳେ ବ୍ୟବହାରକାରୀଙ୍କୁ ସାଇବର ଅପରାଧ , ଅନ୍ଲାଇନ ଠକେଇ ଭଳି ଅପରାଧରୁ କିଭଳି ସୁରକ୍ଷିତ ରହିବେ ସେ ନେଇ ଏ ଏସ ଆଇ କେ. ଶଙ୍କର ପ୍ରଥମେ ଆୟୋଜିତ କାର୍ଯ୍ୟକ୍ରମ ରେ ସଚେତନ କରାଇଥିଲେ l ସରକାର ଏବେ ସାଇବର ପୁଲିସଙ୍କୁ ଶକ୍ତିଶାଳୀ କରିବା , ସଚେତନତା ବୃଦ୍ଧି କରିବା ଓ ସୁରକ୍ଷିତ ଡିଜିଟାଲ ପରିବେଶ ଗଠନ କରିବା ଦିଗରେ ପଦକ୍ଷେପ ନେଉଛନ୍ତି ବୋଲି ଆଲୋଚନା ହୋଇଥିଲା ଇଣ୍ଟରନେଟ୍ ଜରିଆରେ ଝିଅମାନଙ୍କୁ ବ୍ଲାକମେଲ୍ କରୁଥିବା ଓ ମାନସିକ ନିର୍ଯାତନା ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ପୋଲିସକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ମିଳିଥିବା ମଧ୍ୟ କୁହାଯାଇଥିଲା । ଏହି ସାଇବର ସୁରକ୍ଷା ଅଭିଯାନ ୨୦୨୫ କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ ସସ୍ମିତା କାର୍ଯୀ , ଆର. ଉଦୟଗିରି ବ୍ଲକ ପଞ୍ଚାୟତ ସମିତି ଅଧକ୍ଷ ଲକ୍ଷ୍ମୀନାରାୟଣ ଶବର , ପୂର୍ବତନ ସମିତି ସଭ୍ୟ ଗୋପବନ୍ଧୁ ପଟ୍ଟନାୟକ ,ରାମଗିରି ବାପଟିଷ୍ଟ ଖ୍ରୀଷ୍ଟିଆନ ଚର୍ଚ୍ଚ ପାଳକ ଆଖିଶ୍ ପଲ୍ , ଦିକନ ଜିଖରୀୟ ଲିମା , ପି ଏମ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଜ୍ଞାନ ବିଭାଗ ଇଂରାଜୀ ଅଧ୍ୟାପକ ଅଞ୍ଜିତ କୁମାର ପରିଛା , ବୁଦ୍ଧିଜୀବୀ ରଘୁନାଥ ବଡମୁଣ୍ଡିଙ୍କ ସହ କାର୍ଯ୍ୟରତ ସମସ୍ତ ପୋଲିସ କର୍ମଚାରୀ ଏବଂ ସ୍ଥାନୀୟ ବ୍ୟବସୟୀ ମାନେ ଉପସ୍ଥିତ ଥିଲେ l Categories: ଓଡ଼ିଶା, ଗଜପତି, ହୋମ୍ Related Content ଉତ୍କଳ ସାହିତ୍ୟ ସମାଜ ଶାଖାର ଅଷ୍ଟମ ବାର୍ଷିକୋତ୍ସବ by Proprietor Abhimanyu Maharana August 31, 2026 ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ by Proprietor Abhimanyu Maharana August 31, 2026 ଗୀତା ଦ୍ୱାରା ଧର୍ମ ପ୍ରଚାର ନୁହେଁ ମାନସିକ ବିସ୍ତାର ହୁଏ by Proprietor Abhimanyu Maharana August 31, 2026 ଆମ୍ ଆଦମୀ ପାର୍ଟି ଭୁବନେଶ୍ୱର ଶାଖାର ସାଙ୍ଗଠନିକ ବୈଠକ by Proprietor Abhimanyu Maharana August 31, 2026 ଖୋର୍ଦ୍ଧା ରୋଡ୍ ମଣ୍ଡଳରେ ଜାତୀୟ କ୍ରୀଡ଼ା ଦିବସ ପାଳିତ by Proprietor Abhimanyu Maharana August 31, 2026 ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା by Proprietor Abhimanyu Maharana August 31, 2026