ବିଦ୍ୟାଳୟ ପ୍ରତିଷ୍ଠାତା ଭକ୍ତବଲ୍ଲଭଙ୍କ ଶ୍ରାଦ୍ଧ ବାର୍ଷିକୀ

ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ରଣପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତସ୍ଥ ବାସୁଦେବ ଦୁର୍ଯ୍ୟୋଧନ ଆଞ୍ଚଳିକ ବିଦ୍ୟାପୀଠର ଅନ୍ୟତମ ପ୍ରତିଷ୍ଠାତା ତଥା ପ୍ରାକ୍ତନ ସଭାପତି ପ୍ରୟାତ ଭକ୍ତବଲ୍ଲଭ ସ୍ୱାଇଁଙ୍କର ୧୯ତମ ଶ୍ରାଦ୍ଧ ବାର୍ଷିକୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ କୁମାର ଗୁମାନସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ନିରଞ୍ଜନ ପାଇକରାୟ ଯୋଗଦେଇ ସମାଜରେ ପୂଜ୍ୟପୂଜାର ପରମ୍ପରା ବଜାୟ ରହିଲେ ଦେଶର ଭବିଷ୍ୟତ ଆମର ଛାତ୍ରଛାତ୍ରୀ ମାନେ ସେମାନଙ୍କ ସୁଗୁଣରେ ଅନୁପ୍ରାଣିତ ହେବେ ବୋଲି ସ୍ୱକୀୟ ମତ ପ୍ରକାଶ କରିଥିଲେ ।

 

ଶିକ୍ଷୟିତ୍ରୀ ବିନତା ଦେଈ, ମମତା କୁମାରୀ ଦେଈ, ଶିକ୍ଷକ ଦିଲ୍ଲୀପ କୁମାର ପଣ୍ଡା, ପ୍ରମୋଦ କୁମାର ଦଳବେହେରା, କବିରାଜ ବେହେରା ପ୍ରମୁଖ ସ୍ବର୍ଗତ ସ୍ୱାଇଁଙ୍କ ବହୁମୁଖୀ ମାନବବାଦୀ ବ୍ୟକ୍ତିତ୍ୱର ଅବତାରଣା କରିଥିଲେ । ଶେଷରେ ଶିକ୍ଷକ ଶରତ କୁମାର ସାହୁ ପ୍ରଫେସର ଶତ୍ରୁଘ୍ନ ନାଥଙ୍କ ଲିଖିତ “ବିଦ୍ୟାଳୟର ସ୍ୱରୂପ” ବର୍ଣ୍ଣନା ପୂର୍ବକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version