ଦୀପାବଳିକୁ ଧୁମଧାମରେ ପାଳିଲେ ଜାପାନୀ ପର୍ଯ୍ୟଟକ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପବିତ୍ର ଆଲୋକର ପର୍ବ ଦୀପାବଳିକୁ ଇଣ୍ଡିଆ-ଜାପାନ ଫ୍ରେଣ୍ଡସିପ୍ ସେଣ୍ଟର ପରିସରରେ ସୋମବାର ସନ୍ଧ୍ୟାରେ ଧୁମ୍‌ଧାମରେ ପାଳିଛନ୍ତି ଜାପାନୀ ପର୍ଯ୍ୟଟକ । ଓଡ଼ିଶାର ଘରେ ଘରେ ଦୀପ ଜଳିବା ସହିତ ଯେଭଳି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କାଉଁରିଆରେ ବଡ଼ବଡ଼ିଆ ଡକାଯାଇଥାଏ । ସେହିଭଳି ଜାପାନରେ ତାହାକୁ ଓବମ୍ ବୋଲି କୁହାଯାଇଥାଏ ।

ସେଣ୍ଟର ପକ୍ଷରୁ ସେମାନଙ୍କୁ ଦୀପାବଳି ପର୍ବ ସମ୍ପର୍କରେ ଜାପାନୀ ଭାଷାରେ ବୁଝାଯିବା ପରେ ସେମାନେ ଅତ୍ୟନ୍ତ ଖୁସି ହୋଇ ଓଡିଶାର ପାମ୍ପରିକ ପୋଷାକ ପିନ୍ଧି ବା ସହ ମୁରୁଜରେ ରଙ୍ଗୋଲି ପକାଇ ପର୍ବକୁ ଉତ୍ସାହ ସହକାରେ ପାଳନ କରିଥିଲେ । ଅନ୍ୟପକ୍ଷରେ ପୃଥିବୀ ପୃଷ୍ଠକୁ ସୁର କ୍ଷିତ ରଖିବା ଲାଗି ଦୀପାବଳିରେ ପ୍ରଦୂଷଣ ବାଣକୁ ବ୍ୟବହାର ନ କରି କେବଳ ଦୀପ ଜଳାଇ ପର୍ବ ପାଳନ ହୋଇଥିବା ସେଣ୍ଟର ସଭାପତି ଶ୍ରୀମନ୍ତ କୁମାର ଦାଶ ସୂଚନା ଦେଇଛନ୍ତି ।

Exit mobile version