Home ଓଡ଼ିଶା ବିଜିପୁରରେ ଆରାଧନା ପ୍ରିନ୍ସସେସ ଡ୍ୟାନ୍ସ ଏକାଡେମୀ ଶାଖା ଗଠନ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ବୋଲଗଡ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବୋଲଗଡ ସ୍ଥିତ ଆରାଧନା ପ୍ରିନ୍ସସେସ ଡ୍ୟାନ୍ସ ଗ୍ରୁପର ପ୍ରାଣ ପ୍ରତିଷ୍ଠା ସତ୍ୟବାନ ପଶ୍ଚିମ କବାଟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନୃତ୍ୟ, ଗୀତ, କଳା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ବୋଲଗଡ ବ୍ଲକ ଫାସୀଓଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଜିପୁର ଛକ ଠାରେ ଆରାଧନା ପ୍ରିନ୍ସସେସ ଡ୍ୟାନ୍ସ ଗ୍ରୁପ ଏକାଡେମୀର ଏକ ନୂତନ ଶାଖା ଗତକାଲି ଆଲୋକର ପର୍ବ ପବିତ୍ର ଦୀପାବଳୀ ଉତ୍ସବରେ ଉଦଘାଟିତ ହୋଇଯାଇଅଛି l ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ସମାଜ ସେବୀ ରମେଶ କୁମାର ସ୍ୱାଇଁ ଓ ସମ୍ମାନିତ ଅତିଥିଭାବେ ଶିକ୍ଷାବିତ୍ ତଥା ନୃତ୍ୟ,ସଙ୍ଗୀତ ନିର୍ଦେଶକ କାର୍ତ୍ତିକ ସ୍ୱାଇଁ, ବ୍ୟାଙ୍କ କର୍ମ ଚାରୀ ପ୍ରକାଶ କୁମାର ମହାପାତ୍ର, ଅନୁଷ୍ଠାନର ସଭାପତି ଅଶ୍ୱନୀ କୁମାର ସିଂହ, ସମ୍ପାଦକ କାଦମ୍ବିନୀ ସୁବୁଦ୍ଧି, ଦୀପକ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ନୂତନ ଶାଖାକୁ ଉଦଘାଟନ କରିଥିଲେ l ଏହି ଉଦଘାଟନୀ ଉତ୍ସବରେ, ଟାଙ୍ଗୀସାହି, ଭୀମପଡା, ମଣ୍ଡଳ ସିଂହ, ବିଜିପୁର, ଦିଘିରି, କାଉତରା, ଗୋପାଳପୁର, ମାଣିକାଗୋଡା, ପଣ୍ଡୁସର, ବାଉଁଶିଆପଡ଼ା ଇତ୍ୟାଦି ଗ୍ରାମ ଗୁଡିକରୁ ବହୁ ଛାତ୍ର ଛାତ୍ରୀ ଓ ଅଭିଭାକ, ଅଭିଭାବିକାମାନେ ଯୋଗଦେଇଥିଲେ l ଛୋଟ ଛୋଟ ଶିଶୁ ଓ ଛାତ୍ର ଛାତ୍ରୀମାନଙ୍କର ଲୁକାୟିତ ଭାବରେ ରହିଥିବା ପ୍ରତିଭା ଗୁଡ଼ିକୁ ନୃତ୍ୟ, ସଂଗୀତ ଓ ସଂସ୍କୃତି ମାଧ୍ୟମରେ ବିକଶିତ କରିବା ପାଇଁ ବରିଷ୍ଠ ନୃତ୍ୟ ସଂଗୀତ ପ୍ରଶିକ୍ଷକମାନେ ଆରାଧନା ପ୍ରିନ୍ସସେସ ଡ୍ୟାନ୍ସ ଗ୍ରୁପ ଏକାଡେମୀରେ କାର୍ଯ୍ୟ କରୁଅଛନ୍ତ ବୋଲି ଏହାର ପ୍ରାଣ ପ୍ରତିଷ୍ଠାତା ତଥା ବରିଷ୍ଠ ନୃତ୍ୟ ନିର୍ଦେଶକ ସତ୍ୟବାନ ପଶ୍ଚିମ କବାଟ ମତ ପ୍ରକାଶ କରିଥିଲେ l କଳା, ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ନୃତ୍ୟ ଓ ସଂଗୀତ ନିତ୍ୟାନ୍ତ ଆବଶ୍ୟକ ବୋଲି ମୁଖ୍ୟ ଅତିଥି ରମେଶ କୁମାର ସ୍ୱାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ l ନୃତ୍ୟ ଓ ଗୀତ ମନୁଷ୍ୟ ଜୀବନରେ ସୁଖ ଓ ଆନନ୍ଦ ଆଣିଥାଏ ବୋଲି ସମ୍ମାନିତ ଅତିଥି ତଥା ନୃତ୍ୟ ନିର୍ଦେଶକ କାର୍ତ୍ତିକ ସ୍ୱାଇଁ ସୂଚନା ଦେଇଥିଲେ l ଏହି ନୂତନ ଶାଖାରେ ନୂତନ ଭାବେ ଯୋଗଦେଇଥିବା କୁନି କୁନି କଳାକାରମାନେ ନୃତ୍ୟ ପ୍ରଶିକ୍ଷକ ସତ୍ୟବାନ ପଶ୍ଚିମ କବାଟଙ୍କ ନିର୍ଦେଶନାରେ ନୃତ୍ୟ ପ୍ରଦର୍ଶନ କରିଥିଲେ l ଏହି ନୃତ୍ୟକୁ ବହୁ ଦର୍ଶକ ମନ ଭରି ଉପଭୋଗ କରିଥିଲେ l ପରିଶେଷରେ ଅନୁଷ୍ଠାନର ସମ୍ପାଦିକା କାଦମ୍ବିନୀ ସୁବୁଦ୍ଧି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଉତ୍କଳ ସାହିତ୍ୟ ସମାଜ ଶାଖାର ଅଷ୍ଟମ ବାର୍ଷିକୋତ୍ସବ by Proprietor Abhimanyu Maharana August 31, 2026 ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ by Proprietor Abhimanyu Maharana August 31, 2026 ଗୀତା ଦ୍ୱାରା ଧର୍ମ ପ୍ରଚାର ନୁହେଁ ମାନସିକ ବିସ୍ତାର ହୁଏ by Proprietor Abhimanyu Maharana August 31, 2026 ଆମ୍ ଆଦମୀ ପାର୍ଟି ଭୁବନେଶ୍ୱର ଶାଖାର ସାଙ୍ଗଠନିକ ବୈଠକ by Proprietor Abhimanyu Maharana August 31, 2026 ଖୋର୍ଦ୍ଧା ରୋଡ୍ ମଣ୍ଡଳରେ ଜାତୀୟ କ୍ରୀଡ଼ା ଦିବସ ପାଳିତ by Proprietor Abhimanyu Maharana August 31, 2026 ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା by Proprietor Abhimanyu Maharana August 31, 2026