ବାଲିଗୁଡା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳ ରେ ମା’ଶ୍ୟାମା କାଳୀଙ୍କ ପୂଜନୋତ୍ସବ ଓ ଦୀପଦାନ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀଶ୍ରୀଶ୍ରୀ ମା’ ପାଟଖଣ୍ଡା ଦୂର୍ଗାପୂଜା ସମିତି ଆନୁକୂଲ୍ୟରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡାଙ୍କ ମନ୍ଦିର ପରିସରରେ ଥିବା ଦୂର୍ଗା ମଣ୍ଡପରେ ବହୁ ପ୍ରତିକ୍ଷିତ ପରମ୍ପରା କୁ ପାଥେୟ କରି ଜିଲ୍ଲା ପ୍ରସିଦ୍ଧ କାଳୀପୂଜା ଓ ଦୀପଦାନ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ସମଗ୍ର ଅଞ୍ଚଳ ଏକ ଧାର୍ମିକ ପରିବେଶ ସୃଷ୍ଟି କରିଛି ।
