ବିଦ୍ୟୁତ ସଙ୍କଟ ଦୂର ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ଟ୍ରାନ୍ସଫରମର ଉଦଘାଟିତ – ବରଗଡ଼


ଓଡ଼ିଶା ତାଜା ନ୍ୟୁଜ (୧୪ ସେପ୍ଟେମ୍ବର ସୋମବାର) ବରଗଡ଼ :- ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଓ ଆଖପାଖ ଗ୍ରାମାଞ୍ଚଳ ରେ ବିଦ୍ୟୁତ ସଙ୍କଟ ଦୂର ପାଇଁ ଆଜି ଏକ ଉଚ୍ଚ କ୍ଷମତା ସମ୍ପନ୍ନ ଟ୍ରାନ୍ସଫରମର କୁ ରାଜ୍ୟ ସରକାର ଙ୍କ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ସୁଶାନ୍ତ କୁମାର ସିଂ ଦ୍ବାରା ଉଦଘାଟିତ ହୋଇଯାଇଛି । ସୋହେଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ଗୁଡ଼ିକ କୁ ପୂର୍ବରୁ ସୋହେଲା ସ୍ଥିତ ୩୩/୧୧ କେଭି ଗ୍ରୀକ୍ ସବ ଷ୍ଟେସନ ରୁ ବିଦ୍ୟୁତ ବଣ୍ଟନ କରାଯାଉଥିଲା ।

ହେଲେ କ୍ରମଶଃ ଲୋକ ସଂଖ୍ୟା ବୃଦ୍ଧି ଯୋଗୁଁ ଏ ଅଞ୍ଚଳରେ ସବୁବେଳେ ବିଦ୍ୟୁତ ସଙ୍କଟ ଲାଗି ରହୁଥିଲା। ଫଳରେ ଗ୍ରୀକ୍ ସବ ଷ୍ଟେସନ ଠାରେ ଥିବା ୩ ର ୫ MVA ପାଓ୍ବ।ର ଟ୍ରାନ୍ସଫରମର ସ୍ଥାନରେ ୮ MVA ପାଓ୍ବ।ର ଟ୍ରାନ୍ସଫରମର ବସାଯାଇ ଥିଲା । ଯାହାକି ଆଜି ମନ୍ତ୍ରୀ ଶ୍ରୀ ସିଂ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ବିଭାଗୀୟ ଯନ୍ତ୍ରୀ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version