ସ୍ଲୋଗ – ବେଆଇନ ରନ୍ଧା ମଦକୁ ବିରୋଧ କରି ଥାନାରେ ଏତଲା ଦେଲେ ଶତାଧିକ ମହିଳା

ଆର,ଉଦୟଗିରି  (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଦିନକୁ ଦିନ ଓଡିଶାରେ ମଦ ମୃତ୍ୟୁ ମାମଲା ବୃଦ୍ଧି ପାଉଥିବା ବେଳେ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବାଦପୁର ଗ୍ରାମରେ ମଧ୍ୟ କିଛି ଅସାଧୁ ଲୋକ ଦୀର୍ଘବର୍ଷ ଧରି ବେଆଇନ ଦେଶୀ ମଦ ରାନ୍ଧି ବିକ୍ରି କରିଆସୁଛନ୍ତି l ଯାହାଫଳରେ ଅନେକ ନିରୀହ ଲୋକ ମୃତ୍ୟ ବରଣ କରୁଛନ୍ତି lଯାହାକୁ ବିରୋଧ କରି ଆଜି ବାଦପୁର ଗ୍ରାମର ଶତାଧିକ ମହିଳା ଏକତ୍ରିତ ହୋଇ ମୋହନା ଥାନାରେ ଦ୍ୱାରସ୍ତ ହୋଇ ଏକ ଲିଖିତ ଅଭିଯୋଗ କରିଛନ୍ତି l ଯଦି ଆଗାମୀ ଦିନରେ ବେଆଇନ ଦେଶୀ ମଦ ରନ୍ଧା ବନ୍ଦ ନହୁଏ ତାହେଲେ ରାଜରାସ୍ତା ଅବରୋଧ କରିବୁ ବୋଲି ମହିଳା ମାନେ ଚେତାବନି ଦେଇଛନ୍ତି l

Exit mobile version