ଶିକ୍ଷକ ସତ୍ୟ ବାରିକଙ୍କ ସ୍ମୃତିରେ ରକ୍ତଦାନ ଶିବିର

ବାଲିପାଟଣା  (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପୂର୍ବାହ୍ନରେ ବାଲିପାଟଣା ବ୍ଲକର ଶ୍ରୀ ବୁଦ୍ଧନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ବର୍ଗତ ଶିକ୍ଷକ ସତ୍ୟ ରଞ୍ଜନ ବାରିକଙ୍କ ସ୍ମୃତିରେ ଏକ ସ୍ମୃତି ସଭା ଓ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରକ୍ତଦାନ ଶିବିରରେ ୩୨ ଜଣ ସାଥୀ ଶିକ୍ଷକ ମାନେ ରକ୍ତ ଦାନ କରିଥିଲେ । ଏହି ଅବସର ରେ ଶିକ୍ଷକ ମାନଙ୍କ ତରଫରୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ମୃତ ସତ୍ୟଙ୍କ ଭାଉଣୀ ସ୍ୱର୍ଣଲତା ବାରିକଙ୍କୁ ଚେକ୍ ଆକାରରେ ପ୍ରଦାନ କରାଯାଇଥିଲା ।

ବ୍ଲକ ଶିକ୍ଷାଧିକାରୀ ଡ୍ ପ୍ରଭାତ କୁମାର ରଥଙ୍କ ତତ୍ତ୍ଵାବଧାନରେ ଆୟୋଜିତ ସ୍ମୃତି ସଭାରେ ଶିକ୍ଷକ ନେତା ପ୍ରଭାକର ମଲ୍ଲିକ ସଭାପତିତ୍ବ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସହ ଶିକ୍ଷା ଅଧିକାରୀ ବିଜୟ କୁମାର ବେହେରା,ପ୍ରେସ କ୍ଲବ ସଭାପତି ଦିଲ୍ଲୀପ କୁମାର ଓଝା,ସିଆରସିସି ମମିତା ଦଳାଇ,ସାମ୍ବାଦିକ ଅରୁଣ କୁମାର୍ ଶତପଥୀ,ଶିକ୍ଷକ ନେତା ମନୋଜ କୁମାର କର,ସନ୍ତୋଷ କୁମାର ବରାଳ,

ଦୀନକୃଷ୍ଣ ସାହୁ, ଶାସ୍ତ୍ରିଜୀ ନୋଡାଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସନ୍ଧ୍ୟା ରାଣୀ ମହାପାତ୍ର ଓ ସତ୍ୟଙ୍କ ପିତା ବାବୁଲି ବାରିକ ପ୍ରମୁଖ ଯୋଗ ଦେଇ ସ୍ମୃତି ଅର୍ପଣ କରିଥିଲେ l ଏସ ସି ବି ମେଡିକାଲ କଲେଜ ତରଫରୁ ରକ୍ତ ସଂଗ୍ରହ କରାଯାଇଥିଲା । ଶିକ୍ଷକ ଭାଗବତ ଭୋଇ,ତପନ ସେଠୀ,କିର୍ତିମୟୀ ନାୟକ,ସୁନୀତା ପରିଡ଼ା, ଅନୁସୂୟା ଲେଙ୍କା,ଖୁଲଣା ବେହେରା,ରାଜକିଶୋର ଦାସ,ସୁଶିଲ ସେଠୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Exit mobile version