ରତ୍ନକୁଦ ପୀଠରେ ‘ବିଭୁବୈଭବ’ ପକ୍ଷରୁ ସ୍ବାଧାୟ ଓ ସତସଙ୍ଗ ଅନୁଷ୍ଠିତ

କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କଟକ ଜିଲ୍ଲାର ସୁଦୁସାଇଲୋ ସ୍ଥିତ ରତ୍ନକୁଦ ପୀଠ ପରିସରରେ ଆଧ୍ୟାତ୍ମିକ ପତ୍ରିକା ” ବିଭୁବୈଭବ”ପକ୍ଷରୁ ଅନୁଷ୍ଠିତ ସତସଙ୍ଗରେ ଶିଶୁ ସିଦ୍ଧ ଶ୍ରୀ ଶ୍ରୀ ଧୁନ୍ଦରାମ ମହାରାଜ ଅଧ୍ୟକ୍ଷତା କରି “ମାନବିକତାର ବିକାଶରେ ଧର୍ମ ପରିପାଳନର ଆବଶ୍ୟକତା” ବିଷୟରେ ଦିଗଦର୍ଶନ ଦେଇଥିଲେ ।ବାବାଜୀ ମାୟାଧର ଦାସ,ବାବାଜୀ ମଦନମୋହନ ଦାସ”,ବିଭୁବୈଭବ”ର ସମ୍ପାଦକ ଲୋକଶିକ୍ଷକ ଲଷ୍ମୀପ୍ରସାଦ ଆଚାର୍ଯ୍ଯ ଓ ସଂଗଠନ ସମ୍ପାଦକ ପ୍ରଭୁଦତ୍ତ ପ୍ରଧାନ ପ୍ରମୁଖ ‘ସତସଙ୍ଗ ଓ ସ୍ବଧ୍ୟାୟ’ର ମୂଲ୍ଯବୋଧ ସମ୍ପର୍କରେ ଆଲୋଚନା କରିଥିଲେ ।

ସମାଜସେବୀ ବିଶ୍ବରଞ୍ଜନ ଭୋଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ସଂଜୟ କୁମାର ଦାଶ, ସରସ୍ଵତୀ ପଣ୍ଡା,କାଳନ୍ଦୀ ଚରଣ ଷଡଙ୍ଗୀ,ଟହଲି ମଲିକ,ଲିଙ୍ଗରାଜ ବେହେରା,ସୂର୍ଯ୍ୟକାନ୍ତ ସାହୁ,ହେମନ୍ତ କୁମାର ଭୋଇ,ଗଣେଶ ଭୋଇ ସମେତ ବହୁ ସତସଙ୍ଗ ପ୍ରେମୀ ଭକ୍ ମାନେ ଯୋଗଦାନ କରିଥିଲେ ।

Exit mobile version