Home ଓଡ଼ିଶା ଅବହେଳିତ ସୂକ୍ଷମେଶ୍ୱର ମନ୍ଦିର ଓ ପାଦଗୟା କୁଣ୍ଡ : ଦୁଇ ଦୁଇ ଥର ମିଥ୍ୟା ପ୍ରତିଶୃତି ଦେଇ ମନ୍ଦିର ସେବାୟତଙ୍କୁ ବନେଇଛନ୍ତି ଭକୁଆ – ସାଂସଦ ଅପରାଜିତା by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ବାରମ୍ଵାର ଜନସଧାରଣ ଙ୍କୁ ଠକିବା ସହ ଶେଷରେ ଠାକୁରଙ୍କୁ ଠକି ନିଜକୁ ଅଯୋଗ୍ୟ ଲୋକପ୍ରତିନିଧି ର ପରିଚୟ ଦେଇଛନ୍ତି । ପୁଣି 35ଲକ୍ଷ ଟଙ୍କା ଅନୁଦାନ ପଙ୍କ ଉଦ୍ଧାର ପାଇଁ ଆସିଥିଲା, ତାହାବି ଚଳୁ କରିଦେଲେ l ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଏକାମ୍ର କ୍ଷେତ୍ରରେ ରହିଛି ବହୁ ପ୍ରାଚୀନ ଶୈବ ପୀଠ. ସେଗୁଡିକର ଉପଯୁକ୍ତ ଯତ୍ନ ନିଆଯାଉନଥିବାରୁ ଅବହେଳିତ ଅବସ୍ଥାରେ ପଡ଼ିରହିଛି. ସବୁ ଶୈବ ପୀଠ ସହ କିଛିନାକିଛି ଐତିହ୍ୟ, କିମ୍ବଦନ୍ତୀ ଓ ଲୋକକଥା ଜଡିତ l ଏକାମ୍ର କ୍ଷେତ୍ରର ଅନ୍ୟତମ ପ୍ରାଚୀନ ଶୈବ ପୀଠ ହେଲା ଶ୍ରୀ ଶ୍ରୀ ସୁଖମେଶ୍ୱର ମନ୍ଦିର l ଏହା ପୁରୁଣା ଭୁବନେଶ୍ୱରର ଶ୍ରୀରାମ ନଗରରେ ଅବସ୍ଥିତ l ଏହି ମନ୍ଦିର ଐତିହାସିକ ଭାବରେ ଗୁରୁତ୍ୱପୂର୍ଣ୍ଣ ହିନ୍ଦୁ ମନ୍ଦିର । ଖ୍ରୀଷ୍ଟାବ୍ଦ 16 ଶତାବ୍ଦୀର ମନ୍ଦିର ବୋଲି ବିଶ୍ୱାସ କରାଯାଏ, ଏହି ଭବ୍ୟ ମନ୍ଦିର ଭଗବାନ ଶିବଙ୍କ ପ୍ରତି ଏକ କାଳଜୟୀ ଶ୍ରଦ୍ଧାଞ୍ଜଳି ଭାବରେ ଠିଆ ହୋଇଛି, ଯାହା ଏହି ଅଞ୍ଚଳର ଆଧ୍ୟାତ୍ମିକ ଏବଂ ସ୍ଥାପତ୍ୟ ଐତିହ୍ୟକୁ ମୂର୍ତ୍ତିମନ୍ତ କରିଥାଏ । ଉତ୍କୃଷ୍ଟ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ଡିଜାଇନ୍ ହୋଇଥିବା ଏହି ମନ୍ଦିରରେ ସୂକ୍ଷ୍ମ ଭାବରେ ବିସ୍ତୃତ କାରୁକାର୍ଯ୍ୟ ଏବଂ ପ୍ରତୀକାତ୍ମକ ସାଂରଚନିକ ଉପାଦାନଗୁଡ଼ିକ ପ୍ରଦର୍ଶିତ ହୋଇଛି ଯାହା ସେହି ଯୁଗର କଳାତ୍ମକ ଚମତ୍କାରକୁ ପ୍ରତିଫଳିତ କରେ । ମନ୍ଦିର 33ଟି ଅନ୍ୟାନ୍ୟ ସ୍ମାରକୀ ସହିତ ଏକ ପରିସର ମଧ୍ୟରେ ଅବସ୍ଥିତ, ଯାହା ଏକ ବ୍ୟାପକ ପବିତ୍ର ଭୂଦୃଶ୍ୟ ମଧ୍ୟରେ ଏହାର ଗୁରୁତ୍ୱକୁ ଉଲ୍ଲେଖ କରେ । ଭୁବନେଶ୍ୱରର ପ୍ରତ୍ୟେକ ମନ୍ଦିରର ଅନନ୍ୟ କଳା ଏବଂ ଇତିହାସ ଅଛି, ଏବଂ ସୁଖମେଶ୍ୱର ମନ୍ଦିର ସେମାନଙ୍କ ମଧ୍ୟରୁ ଗୋଟିଏ। ମନ୍ଦିର ପରିସର ଶାନ୍ତି ଏବଂ ଭକ୍ତିର ଭାବନାକୁ ପ୍ରଦର୍ଶିତ କରେ, ଯାହା ତୀର୍ଥଯାତ୍ରୀ ଏବଂ ପରିଦର୍ଶକମାନଙ୍କୁ ଏହାର ଶାନ୍ତ ଏବଂ ପବିତ୍ର ପରିବେଶକୁ ଆକର୍ଷିତ କରେ । ସୁନ୍ଦର ସ୍ପାଇର, ପଥର ମୂର୍ତ୍ତି ଏବଂ ପାରମ୍ପରିକ ଲେଆଉଟ୍ କେବଳ ପ୍ରାଚୀନ କାରିଗରଙ୍କ କାରିଗରୀଙ୍କୁ ଉଜ୍ଜ୍ୱଳ କରେ ନାହିଁ ବରଂ ସ୍ଥାୟୀ ସାଂସ୍କୃତିକ ଏବଂ ଧାର୍ମିକ ମୂଲ୍ୟବୋଧର ପ୍ରମାଣ ଭାବରେ ମଧ୍ୟ କାର୍ଯ୍ୟ କରେ । ମନ୍ଦିରଟି ସୁଖମେଶ୍ୱର କୁଣ୍ଡ ନିକଟରେ ଅବସ୍ଥିତ, ଯାହା ଏହାର ଶାନ୍ତ ଏବଂ ଆଧ୍ୟାତ୍ମିକ ପରିବେଶକୁ ଯୋଡେ। ଭଗବାନ ଶିବଙ୍କ ପ୍ରତି ସମର୍ପିତ ସବୁଠାରୁ ପବିତ୍ର ପର୍ବ ମହାଶିବରାତ୍ରି ଏହି ମନ୍ଦିରରେ ମହା ଆଡମ୍ବରରେ ପାଳିତ ହୁଏ । ସୁଖମେଶ୍ୱର ମନ୍ଦିର ଭୁବନେଶ୍ୱରର ପ୍ରାଚୀନ ମନ୍ଦିର ମଧ୍ୟରୁ ଗୋଟିଏ । ହେଲେ ରାଜ୍ୟ ପତ୍ନତତ୍ତ୍ୱ ବିଭାଗ ଓ ସ୍ଥାନୀୟ ପ୍ରଶାସନର ଅଣଦେଖାରୁ ଏହା ଅବହେଳିତ ଅବସ୍ଥାରେ ରହିଛି ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି l ମନ୍ଦିରର ଦକ୍ଷିଣ ପାର୍ଶ୍ଵରେ ଥିବାପାଦ ଗୟା କୁଣ୍ଡଟି ଆବର୍ଜନାରେ ଭର୍ତ୍ତି ହୋଇଥିବାବେଳେ ସମ୍ମୁଖରେ ଥିବା ପୁଷ୍କରିଣୀ ଦଳଭର୍ତ୍ତୀ ଅବସ୍ଥାରେ ରହିଛି l କିମ୍ବଦନ୍ତୀ ଓ ଲୋକକଥା ଅନୁସାରେ ଏଠାରେ ପିତୃ ପୁରୁଷଙ୍କୁ ପିଣ୍ଡ ଦାନ କଲେ ସେମାନେ ମୋକ୍ଷଲାଭ କରନ୍ତି. ଯାଜପୁରରେ ଯେଭଳି ନାଭି ଗୟା ରହିଛି ଏକାମ୍ର କ୍ଷେତ୍ରରେ ତଥା ଏଠାରେ ପାଦଗୟାର ମହତ୍ୱ ରହିଛି ବୋଲି ସ୍ଥାନୀୟ ଲୋକେ କୁହନ୍ତି. କିଛି ବର୍ଷ ହେଲା ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ମନ୍ଦିର ପରିସରରେ ଆବର୍ଜନା ଭର୍ତ୍ତି ହୋଇପଡିଛି l ବିଏମସି ସଫେଇ କରୁନଥିବାବେଳେ ପତ୍ନତତ୍ତ୍ୱ ବିଭାଗ ସମ୍ପୂର୍ଣ୍ଣ କୁମ୍ଭକର୍ଣ୍ଣ ନିଦ୍ରାରେ ବୋଲି ସ୍ଥାନୀୟ ବାସିନ୍ଦା ରାକେଶ ମଲ୍ଲିଆ କହିଛନ୍ତି l ଏହି ପୀଠରେ ଦୈନିକ ବିଭିନ୍ନ ଅଞ୍ଚଳର ଶ୍ରଦ୍ଧାଳୁ ଆସି ପିତୃପୁରୁଷଙ୍କୁ ପିଣ୍ଡଦାନ କରି ପାଦଗାୟରେ ପିଣ୍ଡ ପକାନ୍ତି l ତେବେ ମହାଳୟା ଓ ପୟାଶ୍ରାଦ୍ଧ ସମୟରେ ଶ୍ରଦ୍ଧାଳୁଙ୍କ ଭିଡ ଅଧିକ ହୋଇଥାଏ l କିନ୍ତୁ ପୀଠ ପରିସରକୁ ବିଏମସି ସଫା କରୁନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି l ସ୍ଥାନୀୟ ଜନପ୍ରତିନିଧି ଵି ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି ବୋଲି ପୂଜକ ସୋମନାଥ ନନ୍ଦ କହିଛନ୍ତି l ଶ୍ରୀ ନନ୍ଦ କହିଛନ୍ତି ଯେ, ଗତ 6ବର୍ଷ ପୂର୍ବେ ମନ୍ଦିର ଓ ପୁଷ୍କରିଣୀ ପୁନଃରୁଦ୍ଧାର ପାଇଁ ଏକ କୋଟି ଟଙ୍କା ଆସିଥିଲା l ପୋଖରୀ ପାଚେରୀ ଓ ପଙ୍କ ଉଦ୍ଧାର, ମନ୍ଦିର ପରିସରରେ ଥିବା ପାଦ ଗୟା କୁଣ୍ଡର ବାଡ଼ କରି କାମ ଶେଷ କରିଦେଲେ l ଏହାର କିଛି ମାସ ପରେ ପାଚେରୀ ଭୁଶୁଡିଗଲା l ସେବେଠାରୁ ପାଚେରୀ ଭାଙ୍ଗି ପଡ଼ିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ତାହା ମରାମତି ହେଉନାହିଁ l ପୋଖରୀ ଦଳରେ ପୂର୍ଣ୍ଣ ହୋଇଥିଲେ ମଧ୍ୟ ତାହା କଢା ଯାଉନାହିଁ l ପୁଣି 35ଲକ୍ଷ ଟଙ୍କା ଅନୁଦାନ ପଙ୍କ ଉଦ୍ଧାର ପାଇଁ ଆସିଥିଲା, ତାହାବି ଚଳୁ କରିଦେଲେ l ସେହିପରି ପୂଜକ ରାମଚନ୍ଦ୍ର ମିଶ୍ର କହିଛନ୍ତି, ନିକଟରେ ଥିବା ଡ୍ରେନ ସଫା ନହେବାରୁ କିଛି ବର୍ଷ ହେଲା ମନ୍ଦିର ଭିତରେ ଡ୍ରେନ ପାଣି ପଶୁଛି ଏବଂ ସେଥିରେ ଶକ୍ତି ବୁଡି ରହୁଛି l କିଛି ମୂର୍ତ୍ତି ଭାଙ୍ଗି ଯାଇଥିଲେ ମଧ୍ୟ ଏଏସଆଇ ମରାମତି କରୁନାହିଁ l ଏ ସମ୍ପର୍କରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ ହେଲେ ସେ ମଧ୍ୟ କିଛି ଗୁରୁତ୍ୱ ଦେଉନାହାନ୍ତି l ରାଜ୍ୟ ସରକାର ଏହି ପ୍ରାଚୀନ ପୀଠ ବିକାଶ ପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି l Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଉତ୍କଳ ସାହିତ୍ୟ ସମାଜ ଶାଖାର ଅଷ୍ଟମ ବାର୍ଷିକୋତ୍ସବ by Proprietor Abhimanyu Maharana August 31, 2026 ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ by Proprietor Abhimanyu Maharana August 31, 2026 ଗୀତା ଦ୍ୱାରା ଧର୍ମ ପ୍ରଚାର ନୁହେଁ ମାନସିକ ବିସ୍ତାର ହୁଏ by Proprietor Abhimanyu Maharana August 31, 2026 ଆମ୍ ଆଦମୀ ପାର୍ଟି ଭୁବନେଶ୍ୱର ଶାଖାର ସାଙ୍ଗଠନିକ ବୈଠକ by Proprietor Abhimanyu Maharana August 31, 2026 ଖୋର୍ଦ୍ଧା ରୋଡ୍ ମଣ୍ଡଳରେ ଜାତୀୟ କ୍ରୀଡ଼ା ଦିବସ ପାଳିତ by Proprietor Abhimanyu Maharana August 31, 2026 ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା by Proprietor Abhimanyu Maharana August 31, 2026