ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କାଳୀପୂଜା ପାଇଁ ଶ୍ରୀକ୍ଷେତ୍ର ଉତ୍ସବମୁଖର । ସୋମବର କାଳୀପୂଜା । କାଳୀପୀଠ ସମେତ କାଳୀମନ୍ଦିର ଏବେ ଚଳଚଞ୍ଚଳ । ଶ୍ରୀକ୍ଷେତ୍ରରେ ଅଷ୍ଟକାଳୀଙ୍କ ସ୍ବରୂପ ମା ଦକ୍ଷିଣକାଳୀ, ବେଢାକାଳୀ, ଶ୍ଯାମାକାଳୀ, ଭଦ୍ରକାଳୀ, ଗଛକାଳୀ, କ୍ଷେତ୍ରକାଳୀ, ଉତ୍ତରାକାଳୀ ଓ ବାଟକାଳୀ ବିରାଜମାନ କରି ଶ୍ରୀକ୍ଷେତ୍ରକୁ ସୁରକ୍ଷା ଦେଊଛନ୍ତି । ଅଷ୍ଟକାଳୀଙ୍କ ମଧ୍ଯରୁ ବାଲିସାହିରେ ବିରାଜମାନ କରିଛନ୍ତି ମା ବାଟକାଳୀ । ଶ୍ରୀମନ୍ଦିର ଠାରୁ ବାଲିସାହି ରାସ୍ତା ଦେଇ ସ୍ବର୍ଗଦ୍ବାର ଅଭିମୁଖେ ଯାଇଥିବା ରାସ୍ତାରେ ପଡେ ମା ବାଟକାଳୀଙ୍କ ପୀଠ ।
