Home ଓଡ଼ିଶା ଶ୍ରୀକ୍ଷେତ୍ରରେ ଅଷ୍ଟକାଳୀଙ୍କ ମଧ୍ଯରେ ଗଛକାଳୀ by Proprietor Abhimanyu Maharana 11 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ସୋମବର କାଳୀପୂଜା । ଶ୍ରୀକ୍ଷେତ୍ରରେ ଥିବା ଅଷ୍ଟକାଳୀ ମନ୍ଦିର ସମେତ ଅନ୍ଯ କାଳୀ ମନ୍ଦିରରେ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ଯାୟରେ । ଗଛମୂଳେ ବିଜେ ମା ଗଛକାଳୀ । କାଳିକାଦେବୀ ସାହି ଓ ଖୁଣ୍ଟିଆ ସାହି ସଂଯୁକ୍ତ ରାସ୍ତାର ପାର୍ଶ୍ବରେ ମା ଗଛକାଳୀଙ୍କ ମନ୍ଦିର । ମା’ଙ୍କ ଆବାହନି ପାଇଁ ପ୍ରସ୍ତୁତି କାର୍ଯ୍ୟ ଯୋରସୋରରେ ଚାଲିଛି । ମହାକାଳୀ ବେଶରେ ଦର୍ଶନ କରିବା ପାଇଁ ଭକ୍ତ ଅପେକ୍ଷାରତ । ଅଷ୍ଟକାଳୀ ମଧ୍ଯରେ ଗଛକାଳୀ ମା ରହିଛନ୍ତି । ମାଙ୍କ ମୂର୍ତ୍ତି ନିର୍ମାଣ କରାଯାଇନାହିଁ । ମା ସ୍ବୟଂ ଆବିର୍ଭୂତା । ମା ପୂର୍ବମୁଖା ହୋଇ ବିରାଜମାନ କରିଛନ୍ତି । ଏହି ତିନି କୋଣିଆ ଛକରେ ଆମ୍ବ, କଇଁଆ, ପୋଲାଙ୍ଗ, ଜାମୁ , ଝାଉଁଗଛ, ବରଗଛ ଓ ଓସ୍ତଗଛ ବହୁଳ ମାତ୍ରାରେ ରହିଥିଲା । ସଞ୍ଜ ନଇଁଲେ ଚିଂ ଚିଂ ଶଦ୍ଦ ଶୁଣାଯାଉଥିଲା । ପ୍ରେତ ପିଚାସ ବାସ କରୁଥିବାରୁ ସେହି ରାସ୍ତା ଦେଇ ରାତିରେ କୌଣସି ଲୋକ ଯାଆଆସ କରନ୍ତି ନାହିଁ । ଶହ ଶହ ବଡ ବଡ ଚେମେଣି ସଂଧ୍ଯାରେ ଉଡୁଥିବା କଥା ପୁରୁଖା ଲୋକ କହୁଥିବା ଜନଶ୍ରୁତି ରହିଛି । କାଳକ୍ରମେ ଗଛମୂଳରେ ଦୁଇସାହି ଓ ବଦାନ୍ୟ ଭକ୍ତଙ୍କ ସହଯୋଗରେ ମନ୍ଦିର ନିର୍ମାଣ କରାଯାଇଥିଲା । କାଳୀପୂଜା ପାଇଁ ଧୂପଦୀପ ନୈବେଦ୍ୟ ପ୍ରସ୍ତୁତ କରାଯାଉଛି । କାଳୀପୂଜା ଦିନ ସକାଳଧୂପ, ମଙ୍ଗଳଆଳତି, ଅବକାଶ ପରେ ମାଙ୍କୁ ମହାକାଳୀ ବେଶରେ ସଜ୍ଜିତ କରାଯିବ । ମଧ୍ୟାହ୍ନ ଧୂପରେ ମାଙ୍କ ନିକଟରେ ପୋଡା ବଳି ମାଛ ଭୋଗ ଲଗାଯିବ । ମାଙ୍କ ଭୋଗରେ ଘିଅଅନ୍ନ, ଖେଚେଡି,କାନିକା, ଡାଲି, ଶାଗ, ମାଛବେସର ,ସାଧାବେସର ଓ ମାଛ ପୋଡାବଳି ଭୋଗ ଅର୍ପଣ ବିଧି ରହିଛି । ମା’ଙ୍କ ବାମପଟେ ପୁରୁଣା ଗଛକାଳୀ, ଡାହାଣ ପାର୍ଶ୍ବରେ ଶ୍ଯାମାକାଳୀ, ଭୁବନେଶ୍ୱରୀ , ଦୁର୍ଗା, ପାତାଳେଶ୍ବରୀ, ଦଶଭୂଜା କାଳୀ ବିରାଜମାନ କରିଛନ୍ତି । ମନ୍ଦିର ବେଢା ଭିତରେ ମା ଭୈରବୀ, ଧୂମାବତୀ, ବଗଳା, ମାତଙ୍ଗୀ, କମଳା, କାଳୀ,ତାରା, ଶୋଡଷୀ ଓ ଛିନ୍ନମସ୍ତା ପୂଜା ପାଉଛନ୍ତି । ମନ୍ଦିର ଭିତରେ କୈଳାଶେଶ୍ବର ମହାଦେବ ପୂଜା ପାଉଛନ୍ତି । ମାଙ୍କୁ ଦୈନନ୍ଦିନ ପୂଜକ ରମେଶ ଚନ୍ଦ୍ର ଦାଶ ପୂଜାର୍ଚ୍ଚନା କରୁଛନ୍ତି । ମାଙ୍କ ମୁଖ୍ଯ ପର୍ବପର୍ବାଣୀ ମଧ୍ଯରେ ଆଶ୍ବିନ ମାସ ସପ୍ତମୀରେ ମହାଲକ୍ଷ୍ମୀ ବେଶ ,ଅଷ୍ଟମୀରେ କାଳୀବେଶ, ନବମୀରେ ସରସ୍ଵତୀ ବେଶ ଓ ଦଶମୀରେ ଦୁର୍ଗାବେଶ ଅନୁଷ୍ଠିତ ହୁଏ । କୁମାର ପୂର୍ଣ୍ଣିମାରେ ଗଜଲକ୍ଷ୍ମୀଙ୍କ ବେଶ ଅନୁଷ୍ଠିତ ହୁଏ । ମଙ୍ଗଳବାର, ଶନିବାର ଓ ସଂକ୍ରାନ୍ତିରେ ଭକ୍ତଙ୍କ ଗହଳି ଲାଗିରହିଥାଏ । ପ୍ରତିଦିନ ମାଙ୍କ ନିକଟରେ ସାହିବାସିନ୍ଦାଙ୍କ ସମେତ ଆଖପାଖ ସାହିର ଭକ୍ତ ମାନେ ମାଙ୍କୁ ଦର୍ଶନ କରି ଆଶିଷ ଲାଭ କରିଥାନ୍ତି । Categories: ଓଡ଼ିଶା, ପୁରୀ, ହୋମ୍ Related Content ଉତ୍କଳ ସାହିତ୍ୟ ସମାଜ ଶାଖାର ଅଷ୍ଟମ ବାର୍ଷିକୋତ୍ସବ by Proprietor Abhimanyu Maharana August 31, 2026 ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ by Proprietor Abhimanyu Maharana August 31, 2026 ଗୀତା ଦ୍ୱାରା ଧର୍ମ ପ୍ରଚାର ନୁହେଁ ମାନସିକ ବିସ୍ତାର ହୁଏ by Proprietor Abhimanyu Maharana August 31, 2026 ଆମ୍ ଆଦମୀ ପାର୍ଟି ଭୁବନେଶ୍ୱର ଶାଖାର ସାଙ୍ଗଠନିକ ବୈଠକ by Proprietor Abhimanyu Maharana August 31, 2026 ଖୋର୍ଦ୍ଧା ରୋଡ୍ ମଣ୍ଡଳରେ ଜାତୀୟ କ୍ରୀଡ଼ା ଦିବସ ପାଳିତ by Proprietor Abhimanyu Maharana August 31, 2026 ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା by Proprietor Abhimanyu Maharana August 31, 2026