Home ଓଡ଼ିଶା କଣ୍ଟାବାଞ୍ଜି କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପି ଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଦିନେଶ ମହାନନ୍ଦ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କ୍ଳଷ୍ଟରର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରୁ ଆସିଥିବା ଛାତ୍ରଛାତ୍ରୀ ମାନେ ବକ୍ତୃତା,ଚିତ୍ରାଙ୍କନ,ପ୍ରବନ୍ଧ, କୁଇଜ,ନୃତ୍ୟ, ଗୀତ ଭଳି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଥିବା ବେଳେ,କଣ୍ଟାବାଞ୍ଜି କାର୍ଯ୍ୟ ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା ମୁଖ୍ୟବକ୍ତା , ତୁରେକେଲ ବ୍ଲକ୍ ଶିକ୍ଷା ଅଧିକାରୀ ଗୌତମ ପଟେଲ କଣ୍ଟାବାଞ୍ଜି ଭୋକେସନାଲ କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷ ରାଜେଶ ମହାନ୍ତି, ବାଳିକା ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରଜେଶ୍ୱରି ପୁଝାରୀ ସମ୍ମାନୀତ ଅତିଥି ରୂପେ ଯୋଗଦାନ ଦେଇଥିଲେ।ଏହି ପରିପ୍ରେକ୍ଷୀରେ ଶିକ୍ଷକ ରାଧେଶ୍ୟାମ କୁମ୍ଭାର ଓ ଶିକ୍ଷୟିତ୍ରୀ ଅଞ୍ଜଳୀ ମାଝୀ ମଂଚ ପରିଚାଳନା କରିଥିଲେ। ବିଧାୟକ ବାଗ କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ। ଆଗାମୀ ଦିନ ରେ ଏହି ପିଲା ମାନେ ବ୍ଲକ୍, ଜିଲ୍ଲା, ରାଜ୍ୟ କାର୍ଯ୍ୟକ୍ରମ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବେ।ଏହି କାର୍ଯ୍ୟ କ୍ରମରେ ଶିକ୍ଷକ ମନୋଜ ମଲ୍ଲିକ, ସୁଧୀର ସଗ୍ରୀୟା, ବିଦୁର ଶିଖା, ଭାସ୍କର ମେହେର, କ୍ରିଷ୍ଣା ମେହେର, ନିହାରିକା ନାଗ, ସବିତା ମହାପାତ୍ର, ସ୍ଵର୍ଣ୍ଣ ଲତା ଦାସ, ସବିତା ରଣା, ନିରୂପମା ମିଶ୍ର, ଶାନ୍ତିଲତା ଭୋଇ, ବୀଣାପାଣି ଦାଶ, କୁସୁମ ମଞ୍ଜରୀ ନାଗ, ସୁଭାଷିନୀ ମେହେରଲାବନ୍ୟା ବତୀ ଧରୂଆ, ସଂଘ ମୀତ୍ରା ପାଣିଗ୍ରାହୀ, ଦୂତୀଆ ମଲ୍ଲିକ ଓ କ୍ଲୁଷ୍ଟର ବହୁ ସଂଖ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦାନ ଦେଇ ସଫଳ କରିଥିଲେ । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ୩୧୧ କୋଟି ଟଙ୍କାର ବଜେଟ୍ ଏବଂ ବ୍ୟାପକ ସ୍କ୍ରିନିଂ ସହିତ କର୍କଟ ଚିକିତ୍ସାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ : ସ୍ୱାସ୍ଥ୍ୟ ମନ୍ତ୍ରୀ by Proprietor Abhimanyu Maharana August 25, 2026 ବେଣ୍ଟରେ ନରକଙ୍କାଳ ଚିହ୍ନଟକୁ ନେଇ ବଢ଼ିଲା ଦ୍ୱନ୍ଦ : ସାମ୍ୱାଦିକଙ୍କୁ ବାଟବଣା କରୁଛି ପୋଲିସ ପ୍ରଶାସନ by Proprietor Abhimanyu Maharana August 25, 2026 ପୂର୍ବତନ ବିଧାୟକ କରେନ୍ଦ୍ର ମାଝିଙ୍କ ପ୍ରଥମ ଶ୍ରଦ୍ଧାବର୍ଷିକ ପାଳିତ : ଅଞ୍ଚଳର ବିକାଶ ପୁରୁଷ ଥିଲେ : ସାଂସଦ by Proprietor Abhimanyu Maharana August 25, 2026 ଲଗାଣ ବର୍ଷାରେ ଗ୍ରାମାଞ୍ଚଳ ର ବିଭିନ୍ନ ରାସ୍ତା କେନାଲ ଧୋଇଗଲା : ମାତି ଅତଡ଼ା ଖସି ରାସ୍ତାରେ ବିରାଟ ଗର୍ତ୍ତ by Proprietor Abhimanyu Maharana August 25, 2026 ଶ୍ରାବଣ ଶେଷ ସୋମବାରରେ ଜଳାଭିଷେକ ପାଇଁ ଜାଲେଶପଟ୍ଟାର ଜଳେଶ୍ୱରରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ by Proprietor Abhimanyu Maharana August 25, 2026 ଶ୍ରୀମନ୍ଦିର ଶୃଙ୍ଖଳିତ ଧାଡ଼ି ଦର୍ଶନ ନେଇ ଉଚ୍ଚ ସ୍ତରୀୟ ବୈଠକ by Proprietor Abhimanyu Maharana August 25, 2026