ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗୀର ଜିଲ୍ଲା ତୁରେକେଲା କ୍ଳଷ୍ଟରର ଚତୁର୍ଥ ମାସିକ କ୍ଳଷ୍ଟର ସ୍ତରୀୟ ମାସିକ ବୈଠକ ସେମଲା ଆଶ୍ରମ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ତୁରେକେଲା ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ କ୍ଳଷ୍ଟର ଅନ୍ତର୍ଗତ ଏଗାର ଗୋଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଏଫଏଲଏନ ଶିକ୍ଷକ ଯୋଗ ଦେଇଥିଲେ । ମାଁ ସରସ୍ବତୀଙ୍କ ପୂଜାର୍ଚ୍ଚନା ପରେ ସିଆରସିସି ସ୍ୱାଗତ କରିବା ସହିତ ସଭା ଆରମ୍ଭ କରିଥିଲେ ।
ଉକ୍ତ ବୈଠକରେ ମୌଳିକ ସାକ୍ଷରତା ଓ ମୌଳିକ ସଂଖ୍ୟାଜ୍ଞାନ ଉପରେ ଆଦର୍ଶ ଶିକ୍ଷା ଦାନ ଦିଆଯାଇଥିଲା।ଯୁକ୍ତାକ୍ଷର ଶିକ୍ଷା, ବର୍ଣାଳି, ୟୁଡାଇସ,ଡ୍ରପଆଉଟ, ନବ ସାକ୍ଷରତା କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା।ଏହି ସଭାରେ ଶିକ୍ଷକ ଭ୍ରମରବର ମହାପାତ୍ର, ରାଜୀବ ଦାସ,ରବୀନ୍ଦ୍ର ରଥ,ପାର୍ଥବ ମହାନନ୍ଦ, ପ୍ରଫୁଲ୍ଲ ମାଝୀ, ଦେବ ବଗର୍ତ୍ତି, ପୀତାମ୍ବର ଲୁହାପ୍ରଦୀପ ମେହେର, ଡମ୍ବରୁ ମେହେର, ସୁରୁମଣି ମେହେର,ଗୋପାଳ ଧରୁଆ, ଶିକ୍ଷୟିତ୍ରୀ କୁନି ସାହୁ,ମାଧବୀଲତା ସାହୁ,ସୁଦୀପ୍ତା ଜେନା, ସୁଭଦ୍ରା ମେହେର, ବିନୋଦିନି ତାଣ୍ଡି ଯୋଗ ଦେଇଥିଲେ।