Home ଓଡ଼ିଶା କଟକ ଐତିହାସିକ ବାଲିଯାତ୍ରା ଉତ୍ସବ ଲାଗି କଳାକାର ମହାସଂଘର ସଚେତନତା କାର୍ଯ୍ୟକ୍ରମ ଶିବିର by Proprietor Abhimanyu Maharana 11 months ago Share on FacebookShare on TwitterWhatsapp କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କଟକ ବାଲିଯାତ୍ରା ପଡିଆରେ ଆଗାମୀ ଦିନରେ ଅନୁଷ୍ଠିତ ହେବlକୁ ଥିବା ଐତିହାସିକ ବାଲିଯାତ୍ରା ଉତ୍ସବରେ ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘ ପକ୍ଷରୁ କଳାକାର ସଚେତନତା ଶିବିର କାର୍ଯ୍ୟକ୍ରମ ହେବା ସହିତ, ପାନୀୟ ଜଳ ଯୋଗାଣ, ପ୍ରାଥମିକ ସ୍ବାସ୍ଥ୍ୟ ସେବା ଓ ମହାସଂଘ ଆନୁକୁଲ୍ୟରେ ଆଗାମୀ ଦିନରେ ହେବାକୁ ଥିବା ଲୋକକଳା ମହାକୁମ୍ଭର ପ୍ରଚାର ପ୍ରସାରର କାର୍ଯ୍ୟକ୍ରମ କରାଯିବା ପାଇଁ କଟକ ଜିଲ୍ଲାପାଳ ଦତ୍ତ । ତ୍ରୟ ଭାଉ ସାହେବ ସିନ୍ଧେଙ୍କୁ ଏକ ସ୍ମାରକ ପତ୍ର ଦିଆଯାଇଛି । ଏଥି ସହିତ ଜିଲାପାଳ ମଧ୍ୟ ଏହି କଳାକାର ସଚେତନତା ଶିବିର କାର୍ଯ୍ୟକ୍ରମ ପାଇଁ ଅନୁମୋଦନ କରିଥିବା ଜଣାପଡିଛି । ବନ୍ଦେ ଉତ୍କଳ ଲୋକକଳା ମହାସଂଘ ପକ୍ଷରୁ ରାଜ୍ୟ ସଭାପତି ବିଜୟ କୁମାର ମିଶ୍ର, ସାଧାରଣ ସମ୍ପାଦକ ବିନୋଦ କୁମାର ଭୋଇ, ଉପସଭାପତି ବିବେକାନନ୍ଦ ବେଉରା, ପ୍ରସନ୍ନ ପାତ୍ର, ରାଜ୍ୟ ସଂଯୋଜକ ଶ୍ରୀନିବାସ ଚନ୍ଦ୍ର ମିଶ୍ର, ଉପଦେଷ୍ଟା ଆଇନଜୀବୀ ସଂଯୋଜ କୁମାର ସାମନ୍ତରାୟ, କଟକ ଜିଲ୍ଲା ସଭାପତି ମାଗୁଣି ଚରଣ ରାଉତ, ସଙ୍ଗଠନ ସଂପାଦକ ସୋମନାଥ ଦାସ, ଉପଦେଷ୍ଟା ଗୋପାଳ ଚନ୍ଦ୍ର ମିଶ୍ର, ପଶ୍ଚିମାଞ୍ଚଳ ସଂଯୋଜକ ରତ୍ନାକର ସାହୁ, ସମାଜ ସେବୀ ଡାକ୍ତର ଦିପକ ରାଜ, ଢେଙ୍କାନାଳର ଜିଲ୍ଲା ସଭାପତି ସୁଧାକର ଦାସ, ଉପସଭାପତି ଦିଲ୍ଲୀପ କୁମାର ରାଉତ, ପ୍ରମୁଖ କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କୁ ଭେଟି ଶ୍ରୀ ଜଗନ୍ନାଥଙ୍କ ଏକ ଫଟୋ ଏବଂ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ବାଲିଯାତ୍ରା ଉତ୍ସବରେ କଳାକାରମାନଙ୍କର ସଚେତନତା କାର୍ଯ୍ୟକ୍ରମ ଶିବିର ପାଇଁ ଅନୁଷ୍ଠାନ ପକ୍ଷରୁ ଅନୁମୋଦନ ପତ୍ର ଦେବା ପରେ ଆଗାମୀ ବାଲିଯାତ୍ରା ପାଇଁ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ଏହାକୁ ସହମତି ପ୍ରଦାନ କରିଥିଲେ । କଳାକାରମାନଙ୍କର ଏହି କାର୍ଯ୍ୟକ୍ରମ ପାଇଁ କଟକ ଜିଲ୍ଲାପାଳ ଖୁସିବ୍ୟକ୍ତ ହୋଇଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ଉତ୍କଳ ସାହିତ୍ୟ ସମାଜ ଶାଖାର ଅଷ୍ଟମ ବାର୍ଷିକୋତ୍ସବ by Proprietor Abhimanyu Maharana August 31, 2026 ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ by Proprietor Abhimanyu Maharana August 31, 2026 ଗୀତା ଦ୍ୱାରା ଧର୍ମ ପ୍ରଚାର ନୁହେଁ ମାନସିକ ବିସ୍ତାର ହୁଏ by Proprietor Abhimanyu Maharana August 31, 2026 ଆମ୍ ଆଦମୀ ପାର୍ଟି ଭୁବନେଶ୍ୱର ଶାଖାର ସାଙ୍ଗଠନିକ ବୈଠକ by Proprietor Abhimanyu Maharana August 31, 2026 ଖୋର୍ଦ୍ଧା ରୋଡ୍ ମଣ୍ଡଳରେ ଜାତୀୟ କ୍ରୀଡ଼ା ଦିବସ ପାଳିତ by Proprietor Abhimanyu Maharana August 31, 2026 ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା by Proprietor Abhimanyu Maharana August 31, 2026