Home Uncategorized ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଉଦଯାପିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନୟାଗଡ ସିଭିଲ ସୋସାଇଟି ଆନୁକୂଲ୍ୟରେ ସାତ ଦିନ ଧରି ସ୍ଥାନୀୟ ନୀଳମାଧଵ କଲ୍ୟାଣ ମଣ୍ଡପ ଠାରେ ଚାଲିଥିବା ଆନ୍ତର୍ଜାତ ବରିଷ୍ଠ ନାଗରିକ ଦିବସ ଶାନ୍ତି ଶୃଙ୍ଖଳାର ସହ ଉଦଯାପିତ ହୋଇ ଯାଇଛି | ଏହି ଅବସରରେ ସିଭିଲ ସୋସାଇଟିର ଚେୟାରମ୍ୟାନ ଗୋଦାବରୀ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଗାମୀ ଦିନରେ ସିଭିଲ ସୋସାଇଟି ପକ୍ଷରୁ ଯୁବ, ଛାତ୍ର, ବରିଷ୍ଠ ନାଗରିକ ମାନଙ୍କ ସ୍ୱାର୍ଥର ସୁରକ୍ଷା ନିମନ୍ତେ ନିଆ ଯିବାକୁ ଥିବା କାର୍ଯ୍ୟକ୍ରମର ଅବତାରଣା କରିଥିଲେ | ଏହି ଅବସରରେ ସିଭିଲ ସୋସାଇଟି ପକ୍ଷରୁ ଏଠାକାର ପୌରପରିଷଦର ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କୁ ନୟାଗଡ ସହରାଞ୍ଚଳରେ ସ୍ୱଛତା ପାଇଁ ନେଇଥିବା ପଦକ୍ଷେପ ନିମନ୍ତେ ଫୁଲକୁଣ୍ଡ ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ମୁଖ୍ୟ ଅତିଥି ପୌରପାଳ ନିରୁପମା ଖଟେଇ ସଫଳତାର ସହ ସାତ ଦିନ ଧରି ଏହି ଆନ୍ତର୍ଜାତୀ ବରିଷ୍ଠ ନାଗରିକ ଦିବସ ସମାପ୍ତ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ଉଦଯାପନୀ ପୂର୍ବାହ୍ନରେ ବରିଷ୍ଠ ନାଗରିକ ନାଟ୍ୟକାର ଭଗବତୀ ଚରଣ ପଟ୍ଟନାୟକ, ରୋଟାରୀଆନ ଶ୍ରୀକାନ୍ତ କୁମାର ଖଟେଇ, ନାଟ୍ୟକାର କୈଳାସ ଚନ୍ଦ୍ର ଓଝା, ବରିଷ୍ଠ ସାମ୍ବାଦିକ ସୁବାସ ମହାପାତ୍ର, ରାମକୃଷ୍ଣ ରଥ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିବା ବେଳେ ସିଭିଲ ସୋସାଇଟି ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଫୁଲକୁଣ୍ଡ ଉପହାର ପ୍ରଦାନ କରାଯାଇଥିଲା |ଉପସଭାପତି ପ୍ରଭାତ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ | Categories: Uncategorized Related Content ବାଲୁଗାଁ ଏଲ୍ଆଇସି ଶାଖାରେ ଲିଆଫି ୬୨ତମ ପ୍ରତିଷ୍ଠା ଦିବସ ଓ ଗାନ୍ଧୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନକl ଉଚ୍ଛବ by Proprietor Abhimanyu Maharana October 1, 2026 MALABARGOLD & DIAMONDS LAUNCHES ARTISTRY SHOW AT BHUBANESWAR SOUBHAGYA NAGAR STORE by Proprietor Abhimanyu Maharana September 22, 2026 ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ସଭା by Proprietor Abhimanyu Maharana September 11, 2026 ଶିକ୍ଷା କେବଳ ଜ୍ଞାନ ନୁହେଁ, ମଣିଷ ଗଢିବାର ଏକ ମହାନ ପ୍ରକ୍ରିୟା - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 6, 2026 ରାତ୍ର ପେଟ୍ରୋଲିଂ କଡାକଡି କରିବା ପାଇଁ ବୁଦ୍ଧିଜିବି ମହଲରେ ଦାବି by Proprietor Abhimanyu Maharana August 15, 2026