Home Uncategorized ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଉଦଯାପିତ by Proprietor Abhimanyu Maharana 11 months ago Share on FacebookShare on TwitterWhatsapp ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନୟାଗଡ ସିଭିଲ ସୋସାଇଟି ଆନୁକୂଲ୍ୟରେ ସାତ ଦିନ ଧରି ସ୍ଥାନୀୟ ନୀଳମାଧଵ କଲ୍ୟାଣ ମଣ୍ଡପ ଠାରେ ଚାଲିଥିବା ଆନ୍ତର୍ଜାତ ବରିଷ୍ଠ ନାଗରିକ ଦିବସ ଶାନ୍ତି ଶୃଙ୍ଖଳାର ସହ ଉଦଯାପିତ ହୋଇ ଯାଇଛି | ଏହି ଅବସରରେ ସିଭିଲ ସୋସାଇଟିର ଚେୟାରମ୍ୟାନ ଗୋଦାବରୀ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଗାମୀ ଦିନରେ ସିଭିଲ ସୋସାଇଟି ପକ୍ଷରୁ ଯୁବ, ଛାତ୍ର, ବରିଷ୍ଠ ନାଗରିକ ମାନଙ୍କ ସ୍ୱାର୍ଥର ସୁରକ୍ଷା ନିମନ୍ତେ ନିଆ ଯିବାକୁ ଥିବା କାର୍ଯ୍ୟକ୍ରମର ଅବତାରଣା କରିଥିଲେ | ଏହି ଅବସରରେ ସିଭିଲ ସୋସାଇଟି ପକ୍ଷରୁ ଏଠାକାର ପୌରପରିଷଦର ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କୁ ନୟାଗଡ ସହରାଞ୍ଚଳରେ ସ୍ୱଛତା ପାଇଁ ନେଇଥିବା ପଦକ୍ଷେପ ନିମନ୍ତେ ଫୁଲକୁଣ୍ଡ ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ମୁଖ୍ୟ ଅତିଥି ପୌରପାଳ ନିରୁପମା ଖଟେଇ ସଫଳତାର ସହ ସାତ ଦିନ ଧରି ଏହି ଆନ୍ତର୍ଜାତୀ ବରିଷ୍ଠ ନାଗରିକ ଦିବସ ସମାପ୍ତ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ଉଦଯାପନୀ ପୂର୍ବାହ୍ନରେ ବରିଷ୍ଠ ନାଗରିକ ନାଟ୍ୟକାର ଭଗବତୀ ଚରଣ ପଟ୍ଟନାୟକ, ରୋଟାରୀଆନ ଶ୍ରୀକାନ୍ତ କୁମାର ଖଟେଇ, ନାଟ୍ୟକାର କୈଳାସ ଚନ୍ଦ୍ର ଓଝା, ବରିଷ୍ଠ ସାମ୍ବାଦିକ ସୁବାସ ମହାପାତ୍ର, ରାମକୃଷ୍ଣ ରଥ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିବା ବେଳେ ସିଭିଲ ସୋସାଇଟି ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଫୁଲକୁଣ୍ଡ ଉପହାର ପ୍ରଦାନ କରାଯାଇଥିଲା |ଉପସଭାପତି ପ୍ରଭାତ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ | Categories: Uncategorized Related Content ରାତ୍ର ପେଟ୍ରୋଲିଂ କଡାକଡି କରିବା ପାଇଁ ବୁଦ୍ଧିଜିବି ମହଲରେ ଦାବି by Proprietor Abhimanyu Maharana August 15, 2026 ରଥଯାତ୍ରା ୨୦୨୬ ପ୍ରସ୍ତୁତି ନେଇ ଛତିଶା ନିଯୋଗ ସହ ସମନ୍ୱୟ ବୈଠକ by Proprietor Abhimanyu Maharana July 3, 2026 Preparations on for Ratha Yatra at Delhi’s Hauz Khas Temple by Proprietor Abhimanyu Maharana June 27, 2026 ପୁରୀରେ ପଞ୍ଚମୁଖୀ ମହାବୀରଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା, ତିନିଦିନିଆ ଯଜ୍ଞରେ ଭକ୍ତିମୟ ପରିବେଶ by Proprietor Abhimanyu Maharana April 8, 2026 କୁଦିଆରୀ ମା ଜାଗୁଳେଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ : ସ୍କାଳରାତ୍ରି ବେଶରେ ଦର୍ଶନ ଦେଲେ ମା' by Proprietor Abhimanyu Maharana March 25, 2026 ବେଆଇନ ମଦ ବିକ୍ରୟ କରୁଥିବା ଅଭିଯୁକ୍ତଙ୍କ ଘର ଉଚ୍ଛେଦ କଲା ପୁରୀ ପୋଲିସ by Proprietor Abhimanyu Maharana March 8, 2026