ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପୁଲିସର ସମସ୍ତ ପ୍ରୟାସ ସତ୍ତ୍ୱେ କନ୍ଧମାଳ ଜିଲ୍ଲା ସମ୍ପୂର୍ଣ୍ଣ ରୂପେ ମାଓମୁକ୍ତ ହୋଇପାରି ନାହିଁ । ମଝିରେ ମଝିରେ ମାଓବାଦୀଙ୍କ ତରଫରୁ ବିଭିନ୍ନ ଘଟଣା ଘଟୁଛି । ଇତି ମଧ୍ୟରେ ଅନେକ ମାଓବାଦୀ ପୁଲିସ ଏନ୍କାଉଣ୍ଟରର ଶିକାର ହୋଇଥିବାବେଳେ ଅନେକ କ୍ୟାଡର ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଜିଲ୍ଲା ପୁଲିସ ସହିତ ସିଆର୍ପିଏଫ୍ ଏବଂ ବିଏସ୍ଏଫ୍ ମଧ୍ୟ ମାଓ ବିରୋଧୀ ଅଭିଯାନରେ ସାମିଲ ହୋଇଛି ।
