Home ଓଡ଼ିଶା ରାଜ୍ୟ ବିଜେପି ଉପ ସଭାପତି ହେଲେ ବରିଷ୍ଠ ନେତା ଶିବାଜୀ ମହାନ୍ତି by Proprietor Abhimanyu Maharana 11 months ago Share on FacebookShare on TwitterWhatsapp ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଜେପି ବରିଷ୍ଠ ନେତା ଶିବାଜୀ ମହାନ୍ତି ଙ୍କୁ ଆଜି ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟ ଉପ ସଭାପତି ଦାୟିତ୍ବ ପ୍ରଦାନ କରିଛନ୍ତି। ତାଙ୍କ ସହିତ ଅନ୍ୟ ୧୦ ଜଣଙ୍କୁ ରାଜ୍ୟ ଉପ ସଭାପତି ଦାୟିତ୍ବ ପ୍ରଦାନ କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ତେବେ ଶିବାଜୀ ମହାନ୍ତି ଙ୍କ ରାଜନୈତିକ ଜୀବନ କୁ ଯଦି ଦେଖୁବା ତ୍ ତାଙ୍କ ରାଜନୈତିକ କ୍ୟାରିୟର есгс ରେ ଯୁବ ସଂଗଠକ ଭାବରେ ଆରମ୍ଭହୋଇଥିଲା । ସର୍ବ ପ୍ରଥମେ କଣ୍ଟାବାଞ୍ଜି ଯୁବ ମୋର୍ଚ୍ଚା ଟାଉନ ଉପ ସଭାପତି, ଯୁବ ମୋର୍ଚ୍ଚା ଜିଲ୍ଲା ଉପ ସଭାପତି, ଜିଲ୍ଲା ସାଧାରଣ ସମ୍ପାଦକ ଓ ପରେ ବିଜେପି ଜିଲ୍ଲା ଉପ ସଭାପତି । ସାଂଗଠନିକ କାର୍ଯ୍ୟ ପନ୍ଥା ଓ ଦଳ ପ୍ରତି ତାଙ୍କ ନିଷ୍ଠା ଦେଖୁ ୨୦୧୫-୨୦୧୯ ତାଙ୍କୁ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଦାୟିତ୍ବ ପ୍ରଦାନ କରାଯାଇଥିଲା । ୨୦୧୯ ଠାରୁ ୨୦୨୪ ପର୍ଯ୍ୟନ୍ତ ବିଜେପି ବଲାଙ୍ଗିର ଜିଲ୍ଲା ସଭାପତି ଦାୟିତ୍ବ ତୁଲାଇଥିଲେ । ବର୍ତ୍ତମାନ ବରିଷ୍ଠ ନେତା ଶିବାଜୀ ମହାନ୍ତି ଙ୍କୁ ରାଜ୍ୟ ଉପ ସଭାପତି ଦାୟିତ୍ବ ଦେଇଥୁବା ରୁ ଶ୍ରୀ ମହାନ୍ତି ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ,ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି । ସେ କହିଛନ୍ତି ଯେ ଦଳ କୁ ଆହୁରି ମଜବୁତ୍ କରିବା, ଲୋକଙ୍କ ପାଖକୁ ଡବଲ ଇଞ୍ଜିନ ସରକାରଙ୍କ ପ୍ରତେକ ସ୍କିମ୍ ପହଞ୍ଚାଇବା ସହ ଆଗାମୀ ଦିନରେ ଥୂବା ପଞ୍ଚାୟତ ନିର୍ବାଚନ ରେ ଆହୁରି ଭଲ କାର୍ଯ୍ୟ କରିକି ଦେଖେଇବୁ । ଶ୍ରୀ ମହାନ୍ତି ଙ୍କୁ ରାଜ୍ୟ ଉପ ସଭାପତି ଦାୟିତ୍ବ ଦେଇ ଥିବାରୁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ବିଜେପି ଦଳରେ ଖୁସି ର ଲହରୀ ଖେଳିଯାଇଛି । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ଉତ୍କଳ ସାହିତ୍ୟ ସମାଜ ଶାଖାର ଅଷ୍ଟମ ବାର୍ଷିକୋତ୍ସବ by Proprietor Abhimanyu Maharana August 31, 2026 ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ by Proprietor Abhimanyu Maharana August 31, 2026 ଗୀତା ଦ୍ୱାରା ଧର୍ମ ପ୍ରଚାର ନୁହେଁ ମାନସିକ ବିସ୍ତାର ହୁଏ by Proprietor Abhimanyu Maharana August 31, 2026 ଆମ୍ ଆଦମୀ ପାର୍ଟି ଭୁବନେଶ୍ୱର ଶାଖାର ସାଙ୍ଗଠନିକ ବୈଠକ by Proprietor Abhimanyu Maharana August 31, 2026 ଖୋର୍ଦ୍ଧା ରୋଡ୍ ମଣ୍ଡଳରେ ଜାତୀୟ କ୍ରୀଡ଼ା ଦିବସ ପାଳିତ by Proprietor Abhimanyu Maharana August 31, 2026 ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା by Proprietor Abhimanyu Maharana August 31, 2026