Home ଓଡ଼ିଶା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଏମଡିଙ୍କ କିରିପସିରା ପଞ୍ଚାୟତ ଗସ୍ତ by Proprietor Abhimanyu Maharana 9 months ago Share on FacebookShare on TwitterWhatsapp . ମିନାକ୍ଷୀ କୋଇଲା ଖଣି ଦ୍ଵାରା କାର୍ଯ୍ୟକାରୀ ସିଏସଆର କାର୍ଯ୍ୟକ୍ରମ ପରିଦର୍ଶନ . ମହିଳାଙ୍କ ପାଇଁ ଶୁଭାରମ୍ଭ କଲେ ହସ୍ତତନ୍ତ୍ର ତାଲିମ ଶିବିର . ସ୍କୁଲ ଶିକ୍ଷାର୍ଥୀଙ୍କ ପାଇଁ ଡେସ୍କବେଞ୍ଚ ପ୍ରଦାନ ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଆଦିତ୍ୟ ବିର୍ଲା ଗ୍ରୁପ, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଅଧୀନ ମିନାକ୍ଷୀ କୋଇଲା ଖଣି ଗସ୍ତ କରିଛନ୍ତି କମ୍ପାନୀ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସତିଶ ପାଇ। ଏହି ପରିପ୍ରେକ୍ଷୀରେ ମିନାକ୍ଷୀ ଖଣି ସାମାଜିକ ଦାୟିତ୍ଵବୋଧ ଅନ୍ତର୍ଗତ ସୁନ୍ଦରଗଡ଼ ଜିଲ୍ଲା କିରିପସିରା ପଞ୍ଚାୟତକୁ ପରିଦର୍ଶନ କରିଛନ୍ତି। ଉକ୍ତ ଅଞ୍ଚଳରେ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ପକ୍ଷରୁ କ୍ରମାଗତ ଭାବେ ବିଭିନ୍ନ ସାମାଜିକ ତଥା ମହିଳାଙ୍କ ଉନ୍ନତି ସକାଶେ କୌଶଳ ଭିତ୍ତିକ ଅର୍ଥନୈତିକ ଉନ୍ନତୀକରଣ ପାଇଁ ପର୍ଯ୍ୟାୟକ୍ରମେ ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ଏହି ଉନ୍ନତିମୂଳକ ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରୀ ତଦାରଖ ତଥା ନୂତନ ପ୍ରକଳ୍ପ ଶୁଭାରମ୍ଭ ପାଇଁ ଶ୍ରୀ ପାଇ ଉକ୍ତ ଗାଁକୁ ପରିଦର୍ଶନ କରି ଏହାକୁ ଅନୁଧ୍ୟାନ କରିଛନ୍ତି । ଏହି ଗସ୍ତ ବେଳେ ଅନ୍ୟମାନଙ୍କ ମଧ୍ୟରେ ତାଙ୍କ ପତ୍ନୀ ଭାନଭିମୋନ ପାଇ, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଖଣି ଓ ସମ୍ବଲପୁର କ୍ଲଷ୍ଟର ବ୍ୟବସାୟ ମୁଖ୍ୟ କୈଳାଶ ପାଣ୍ଡେ, ବକ୍ସାଇଟ ଓ କୋଇଲା ଅଧ୍ୟକ୍ଷ ବିଜେସ୍ ଝା, ଓ କ୍ଲଷ୍ଟର ମାନବ ସମ୍ବଳ ମୁଖ୍ୟ କୃଷ୍ଣା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଗସ୍ତ ବେଳେ ମିନାକ୍ଷୀ କୋଇଲା ଖଣି ସିଏସ୍ଆର ବିଭାଗ ଦ୍ଵାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଶ୍ରୀ ପାଇ ଯୋଗ ଦେଇଥିଲେ। ସ୍ଥାନୀୟ ମହିଳାଙ୍କୁ ଆତ୍ମନିର୍ଭରଶୀଳ ପାଇଁ ଉଦ୍ଧିଷ୍ଟ ରେଶମ ହସ୍ତତନ୍ତ୍ର ପ୍ରଶିକ୍ଷଣ ଶିବିର ଉଦଘାଟନ କରିବା ସହ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ପାଇଁ ଡେସ୍କବେଞ୍ଚ ପ୍ରଦାନ କରିଥିଲେ । ଏଥିସହିତ ଅଙ୍ଗନୱାଡ଼ି କେନ୍ଦ୍ରରେ ଅଧ୍ୟୟନରତ ଶିଶୁଙ୍କୁ ବ୍ୟାଗ୍ ପ୍ରଦାନ କରିଥିଲେ । ଏହାପରେ ନିକସୟ ସିଏସଆର୍ ଅଭିଯାନ ଅନ୍ତର୍ଗତ ଟିବି ରୋଗୀଙ୍କ ପରିବାର ବର୍ଗଙ୍କୁ ଖାଦ୍ୟ ପୁଡିଆ ବିତରଣ କରିଥିଲେ। ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀମତି କୁନ୍ତୀ ପ୍ରଧାନ, କିରିପସିରା ସରପଞ୍ଚ ରେବତୀ ଛତ୍ରିଆଙ୍କ ସମେତ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଏହି ଗସ୍ତ କାର୍ଯ୍ୟକ୍ରମ ମିନାକ୍ଷୀ କୋଇଲା ଖଣି ସିଏସଆର୍ ବିଭାଗ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଆୟୋଜିତ ହୋଇଥିବାବେଳେ ୟୁନିଟ୍ ମୁଖ୍ୟ ମୁକେଶ ଝା ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟ ଅନ୍ତର୍ଗତ ବିଭିନ୍ନ ସାମାଜିକ ଓ ଗ୍ରାମାଞ୍ଚଳ ଭିତ୍ତିଭୂମି ତଥା କୌଶଳ ଭିତ୍ତିକ ପ୍ରଶିକ୍ଷଣ ଜରିଆରେ ମହିଳାଙ୍କୁ ଆତ୍ମନିର୍ଭରଶୀଳ ପାଇଁ ସର୍ବଦା ପ୍ରଚେଷ୍ଟା ଜାରି ରଖିଛି । ଏହି କ୍ରମରେ ମିନାକ୍ଷୀ କୋଇଲା ଖଣି ପକ୍ଷରୁ ଅନୁରୂପ ସ୍ଥାନୀୟ ତଥା ପ୍ରଭାବିତ ଅଞ୍ଚଳରେ ବିଭିନ୍ନ ସିଏସ୍ଆର କାର୍ଯ୍ୟକ୍ରମ ଗୁଡ଼ିକ କାର୍ଯ୍ୟକାରୀ କରାଯାଇଅଛି । Categories: ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍ Related Content କନ୍ଧମାଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ : ୫ ଟି ଶିକ୍ଷା ଅଧିକାରୀ ପଦବୀ ଖାଲି by Proprietor Abhimanyu Maharana July 10, 2026 ବିଶ୍ୱାସ କଲେଜ ଅଫ୍ ନର୍ସିଙ୍ଗ ପକ୍ଷରୁ ପୂଜ୍ୟ ସ୍ୱାମୀଜୀ ଶ୍ରୀ ସଦାନନ୍ଦ ସରସ୍ୱତୀଜୀଙ୍କୁ ସାଦର ସ୍ୱାଗତ ଜଣାଯାଇଥିଲା by Proprietor Abhimanyu Maharana July 9, 2026 ଦଧିଚି କଲେଜ ଅଫ୍ ଫାର୍ମାସି ପକ୍ଷରୁ AI ଉପରେ କର୍ମଶାଳା ଆୟୋଜିତ by Proprietor Abhimanyu Maharana July 9, 2026 ବିୟୁଟି ମହାନ୍ତି ମୃତ୍ୟୁ ମାମଲାରେ ବଡ଼ ଖୁଲାସା , ପୋଷ୍ଟମର୍ଟମ ରିପୋର୍ଟରେ ଶ୍ୱାସରୁଦ୍ଧରୁ ମୃତ୍ୟୁ by Proprietor Abhimanyu Maharana July 9, 2026 ଗୋସେବାରୁ ଆରମ୍ଭ ହେଲା ଦଶମ ବାର୍ଷିକ ସେବା ମହୋତ୍ସବ by Proprietor Abhimanyu Maharana July 9, 2026 ସାହିତ୍ୟ ଏକାଡେମୀର ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ by Proprietor Abhimanyu Maharana July 9, 2026