Home ଓଡ଼ିଶା ବାଜି ରାଉତଙ୍କ ୮୮ ତମ ଶହୀଦ ଦିବସ ପାଳନ by Proprietor Abhimanyu Maharana 11 months ago Share on FacebookShare on TwitterWhatsapp ନୂଆଦିଲ୍ଲୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଭାରତ ବର୍ଷର ସ୍ୱାଧୀନତା ସଂଗ୍ରାମର ସର୍ବ କନିଷ୍ଠ ଶହୀଦ ବାଜି ରାଉତଙ୍କ ଉଦ୍ଦେଶ୍ୟରେ ନିକଟରେ ଭବ୍ୟ ଏବଂ ଭାବ ବିହ୍ଵଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସ୍ବର୍ଗତଃ ରାଉତଙ୍କର ଅଠାଅଶୀ ତମ ଶହୀଦ ଦିବସ ଅବସରରେ ୱାର୍ଲଡ଼ ଓଡ଼ିଶା ସୋସାଇଟି ଏବଂ ଆର୍ଟ ଇଣ୍ଡିଆ ଫାଉଣ୍ଡେସନର ସହଯୋଗରେ ମାସିକ ଇଂରାଜୀ ପତ୍ରିକା ଉତ୍କଳ ଭାରତୀ ତରଫରୁ ଏକ ଆନ୍ତର୍ଜାତିକ ୱେବିନାର ଆୟୋଜିତ ହୋଇଯାଇଛି । ଏହି ଆଭାସୀ ବୈଠକରେ ଶତାଧିକ ବୁଦ୍ଧିଜୀବୀ, ପ୍ରବାସୀ ଓଡ଼ିଆ ତୁଙ୍ଗ ନେତୃବୃନ୍ଦ, ବିଭିନ୍ନ ଦେଶର ଓଡ଼ିଆ ସମାଜର ପ୍ରତିନିଧି, ୱାର୍ଲଡ଼ ଓଡ଼ିଶା ସୋସାଇଟିର ସଦସ୍ୟ ଓ କର୍ମକର୍ତ୍ତା, ବିଭିନ୍ନ ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ସ୍ମୃତି ସଭାରେ ସ୍ୱାଗତ ଭାଷଣ ପ୍ରଦାନ କରି ଉତ୍କଳ ଭାରତୀର ସଂସ୍ଥାପକ ସମ୍ପାଦକ ଡଃ ନିର୍ମଳ ପଟ୍ଟନାୟକ ଜାତୀୟ ରାଜଧାନୀରେ ବାଜି ରାଉତଙ୍କର ଏକ ସୁରମ୍ୟ ସ୍ମୃତିପୀଠ ସ୍ଥାପନ ପାଇଁ ପ୍ରସ୍ତାବ ରଖିଥିଲେ। ବାର ବର୍ଷର ବାଳକ ବାଜି ରାଉତ ନିଜ ଡଙ୍ଗାରେ ଫିରିଙ୍ଗିମାନଙ୍କୁ ନେବା ପାଇଁ ମନା କରିବା ପରେ ସେମାନଙ୍କ ଗୁଳି ଦ୍ୱାରା ନୃଶଂସ ଭାବରେ ହତ୍ୟାର ଶିକାର ହେବାର ଉପାଖ୍ୟାନକୁ ସ୍ମରଣ କରି ବରେଣ୍ୟ ଅତିଥିମାନେ ଓଡ଼ିଶାର ଏହି ବିସ୍ମୟ ବାଳକ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ବାଜି ରାଉତଙ୍କୁ ଦେଶପ୍ରେମର ମହାନ ପୂଜାରୀ ଆଖ୍ୟା ଦେଇ ଆନ୍ତର୍ଜାତିୟ ଅଶୋଭନୀୟ ବିରୋଧୀ ଆନ୍ଦୋଳନର ନିର୍ଦ୍ଦେଶିକା ତଥା ସମ୍ପାଦିକା ଡଃ ଅରୁନ୍ଧତୀ ଦେବୀ ବର୍ତ୍ତମାନର ଯୁବ ପୀଢ଼ି ଦେଶ ମାତୃକା ପ୍ରତି ତାଙ୍କର ଉତ୍ସର୍ଗୀକୃତ ସାଧନାକୁ ଅନୁସରଣ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଶ୍ରୀ ନୀଳାଚଳ ସେବା ସଙ୍ଘର ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ ବାଜି ରାଉତଙ୍କର ସାହସ ଅନନ୍ୟ ଓ ଅତୁଳନୀୟ ଥିଲା ବୋଲି ଉଲ୍ଲେଖ କରି ଭାରତ ଇତିହାସରେ ତାଙ୍କର ଯୋଗଦାନ ସ୍ଵର୍ଣାକ୍ଷରରେ ଲିପିବଦ୍ଧ ହେବା ଉଚିତ ବୋଲି କହିଥିଲେ । ୱାର୍ଲଡ଼ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ବାଜି ରାଉତଙ୍କର ଆଦର୍ଶ ଜୀବନ ଏବଂ ମହାନ ଦର୍ଶନ ଯୁଗ ଯୁଗ ଧରି ଆମର ସମାଜକୁ ପ୍ରେରଣା ଯୋଗାଇ ଚାଲିଥିବ ବୋଲି ଦର୍ଶାଇଥିଲେ । ବାଜି ରାଉତଙ୍କୁ ଜାତୀୟ ଗୌରବ ବୋଲି ସୂଚାଇ ଓଲିଉଡ ଅଭିନେତା ଦେବାଶିଷ ପାତ୍ର ତାଙ୍କର ଜୀବନୀ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ । ଆର୍ଟ ଇଣ୍ଡିଆ ଫାଉଣ୍ଡେସନର ସଭାପତି ଏବଂ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ଇତିହାସ ବିଭାଗର ପ୍ରଫେସର ଡକ୍ଟର ଶାନ୍ତନୁ କୁମାର ଦାସ ଢେଙ୍କାନାଳର ପ୍ରଜା ଆନ୍ଦୋଳନ, ବ୍ରିଟିଶ ସୈନିକଙ୍କ ଦୌରାତ୍ମ୍ଯର ବିଭୀଷିକା ଓ ବାଜି ରାଉତଙ୍କର ଲୋମହର୍ଷଣକାରୀ ହତ୍ୟାର ବିଷଦ ବିବରଣୀ ପ୍ରଦାନ କରିଥିଲେ। ଏହି ଆଭାସୀ ମଞ୍ଚରେ ବାଜି ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ସାଉଦି ଆରବରୁ ଅଜୟ କୁମାର ଦାସ, କ୍ୟୁଏତରୁ ବିଶ୍ୱ ରଞ୍ଜନ ସାହୁ, ୟୁ କେରୁ ୱାର୍ଲଡ଼ ଓଡ଼ିଶା ସୋସାଇଟିର ମହା ସଚିବ ଶିବ ରଞ୍ଜନ ବିଶ୍ୱାଳ, ପ୍ରସିଦ୍ଧ ଗାୟିକା ଅନିନ୍ଦିତା ଦାସ, ୱାର୍ଲଡ଼ ଓଡ଼ିଶା ସୋସାଇଟିର ଛତିଶଗଡ଼ ଶାଖାର ସଭାପତି ଏବଂ ସୁନାମଧନ୍ୟ ନୃତ୍ୟଶିଳ୍ପୀ ପୂର୍ଣ୍ଣଶ୍ରୀ ରାଉତ, ଭୁବନେଶ୍ବରରୁ ହୃଷୀକେଶ ପାତ୍ର ଓ ବାସୁଦେବ ଜେନା, ସମ୍ବଲପୁରରୁ ଡଃ. ସର୍ବେଶ୍ୱର ପ୍ରଧାନ, ଭଦ୍ରକରୁ ସତ୍ୟବ୍ରତ ମହାନ୍ତି ଏବଂ ଗୁରୁଗ୍ରାମରୁ ପ୍ରହ୍ଲାଦ ମହାନ୍ତି ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ୱାର୍ଲଡ଼ ଓଡ଼ିଶା ସୋସାଇଟିର ପରିବେଶ ବିଭାଗର ସାଧାରଣ ସମ୍ପାଦକ ରାମକୃଷ୍ଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।ଡିଜିଟାଲ କକ୍ଷକୁ ନନ୍ଦନ ଦ୍ବିବେଦୀ ଦକ୍ଷତାର ସହିତ ନିୟନ୍ତ୍ରଣ କରିଥିଲେ। ଏହି ୱେବିନାରରେ ଯୋଗଦେଇ ଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଆମେରିକାରୁ ଅକ୍ଷୟ ମହାନ୍ତି, ଆର୍ଟ ଇଣ୍ଡିଆ ଫାଉଣ୍ଡେସନର ନିର୍ଦେଶକ ଡଃ ସସ୍ମିତା ଦାସ, ଡଃ ଭାରତୀ, ଡଃ ରଚନା ପ୍ରସାଦ, ଡଃ ବିକାଶ ମିଶ୍ର, ଡଃ ଅଶୋକ ସହାୟ, ଡଃ ଗୀତା ଗଙ୍ଗୋତ୍ରି, ଡଃ କାବେରୀ ବେହେରା,ମୀମାଂସା ପଟ୍ଟନାୟକ, ଉତ୍କଳ ଭାରତୀର କଳା ସମ୍ପାଦକ ଅଳ୍ପନା ପଟ୍ଟନାୟକ, ଉତ୍କଳ ଭାରତୀର ମାନବ ସମ୍ବଳ ମୁଖ୍ୟ ଉତ୍ତମ ଦେଓ, ଅମନ ପଟେଲ, ଶ୍ଵେତା ବିଶ୍ବାସ, ତନିସ୍କା ସିଂ, ନିଖିଳ ବାବୁ, ଶୁଭ ପରସାଇ, ଭାରତ ସିଂହ, ନୀତିନ ଜୈସ୍ବାଲ, ରାଜ ତିଳକ, ରୁଦ୍ରାକ୍ଷ ରିଚାରିୟା, କ୍ରିତିକା ହଂସ, ସିଦ୍ଧାନ୍ତ ରାଜ, ସୋନି, ସ୍ନେହା, ଚାରୁ ,ମନୀଷା ଏବଂ ପ୍ରତ୍ୟୁଷ ପ୍ରମୁଖ ଅନ୍ୟତମ ଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ସଫଳତାର ସହିତ ଆୟୋଜନ କରିବାରେ ମୁଖ୍ୟ ଉଦ୍ୟୋକ୍ତା ଡଃ ନିର୍ମଳ ପଟ୍ଟନାୟକଙ୍କୁ ଉତ୍କଳ ଭାରତୀର ପରିଚାଳନା ସମ୍ପାଦକ ମଧୁସ୍ମିତା ପଟ୍ଟନାୟକ ସହଯୋଗ କରିଥିଲେ । Categories: ଓଡ଼ିଶା, ଦେଶ, ମହାନଗର, ହୋମ୍ Related Content ଉତ୍କଳ ସାହିତ୍ୟ ସମାଜ ଶାଖାର ଅଷ୍ଟମ ବାର୍ଷିକୋତ୍ସବ by Proprietor Abhimanyu Maharana August 31, 2026 ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ by Proprietor Abhimanyu Maharana August 31, 2026 ଗୀତା ଦ୍ୱାରା ଧର୍ମ ପ୍ରଚାର ନୁହେଁ ମାନସିକ ବିସ୍ତାର ହୁଏ by Proprietor Abhimanyu Maharana August 31, 2026 ଆମ୍ ଆଦମୀ ପାର୍ଟି ଭୁବନେଶ୍ୱର ଶାଖାର ସାଙ୍ଗଠନିକ ବୈଠକ by Proprietor Abhimanyu Maharana August 31, 2026 ଖୋର୍ଦ୍ଧା ରୋଡ୍ ମଣ୍ଡଳରେ ଜାତୀୟ କ୍ରୀଡ଼ା ଦିବସ ପାଳିତ by Proprietor Abhimanyu Maharana August 31, 2026 ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା by Proprietor Abhimanyu Maharana August 31, 2026