Home ଓଡ଼ିଶା ନୂତନ ପଞ୍ଚାୟତ ଗଠନ ପାଇଁ ଜିଲାପାଳଙ୍କ ଦ୍ବାରସ୍ଥ by Proprietor Abhimanyu Maharana 11 months ago Share on FacebookShare on TwitterWhatsapp ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନୂତନ ପଞ୍ଚାୟତ ଗଠନ କରାଯିବ ବୋଲି ମାନ୍ୟବର ପଞ୍ଚାୟତରାଜ ବିଭାଗମନ୍ତ୍ରୀ ଘୋଷଣା ପରେ ଏଭଳି କାର୍ଯ୍ୟକ୍ରମ କୁ ସ୍ଵାଗତ ଜଣାଇ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲାପାଳ ଙ୍କ କାର୍ଯ୍ୟାଳୟ ର ଦ୍ବାରସ୍ଥ ହୋଇଛନ୍ତି ରାୟଗଡ ବ୍ଲକ ର ପୋତରା ଗ୍ରାମବାସୀ ମାନେ ଓ ସମିତି ସଭ୍ୟ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଲୋବା ଓ ପୋତାର ଗ୍ରାମପଞ୍ଚାୟତକୁ ପୁନର୍ଗଠନ କରିବା ପାଇଁ ଦାବି କରିଛନ୍ତି । ସେମାନଙ୍କ ଦାବି ହେଲା ରାଇକାଗୁଡ଼ା ଗ୍ରାମ ଠାରେ ଏକ ନୂତନ ଗ୍ରାମପଞ୍ଚାୟତ ସ୍ଥାପନ କରିଲେ ଏହି ଅଞ୍ଚଳର ଆଦିବାସୀ ଜନସାଧାରଣ ଉପକୃତ ହେବେ ଯାହା ଫଳରେ ଭାରତ ସରକାରଙ୍କର ଜନହିତକାରୀ ଯୋଜନା ଗୁଡିକ ସୂଚାରୁ ରୂପେ କାର୍ଯ୍ୟକାରୀ ହେବ । କାରଣ ରାୟଗଡ଼ ପଞ୍ଚାୟତସମିତି ଅଧୁବାସୀ ଅଧ୍ଯୁଷିତ ଅଞ୍ଚଳ ହୋଇଥିବାରୁ ସରକାର ଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି ରେସନ ଚାଉଳ ଠାରୁ ଆରମ୍ଭ ଅନ୍ୟାନ୍ୟ ଯୋଯନା ଲୋକଙ୍କ ପାଇଁ ଆସୁଛି ମାତ୍ର ଏହି ଅଞ୍ଚଳ ଭୌଗୋଳିକ ଦୃଷ୍ଟି କୋଣରୁ ଦୁର୍ଗମ ପାହାଡିଆ ଅଞ୍ଚଳ ହୋଇଥିବା ଯୋଗୁଁ ଗ୍ରାମପଞ୍ଚାୟତକୁ ଗମନାଗମନ ପାଇଁ ପ୍ରାୟ ୧୪ କିଲୋମିଟର ଦୂରତା ଯିବାକୁ ପଡୁଛି ଏବଂ ବର୍ଷା ଋତୁରେ ଯାତାୟତ ପାଇଁ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଢୁଛି l ଏହି ଦୃଷ୍ଟି କୋଣରୁ ନିତି ଆବଶ୍ୟକୀୟ ପାନୀୟ ଜଳ ଅନ୍ୟାନ୍ୟ ଜିନିଷ ପାଇଁ ଅସୁବିଧା ସମୁଖୀନ ହେଉଛନ୍ତି ତେଣୁ ରାଇକାଗୁମ୍ମା ଠାରେ ନୂତନ ପଞ୍ଚାୟତ ଗଠନ ହେଲେ ଏଠାକୁ ବିଭିନ୍ନ ଗ୍ରାମ ରାସ୍ତାର ସଂଯୋଗୀକରଣର ସୁବିଧା ହେତୁ ଏହି ଅଞ୍ଚଳର ଜନସାଧାରଣ ରାଇକାଗୁମା ୱାର୍ଡରେ ନୂତନ ଗ୍ରାମପଞ୍ଚାୟତ ଗଠନ ପାଇଁ ଦାବି। ରଖିଛନ୍ତି । ଏଥିପାଇଁ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ଶ୍ରୀଯୁକ୍ତ ପଞ୍ଚାୟତରାଜ ବିଭାଗ ମନ୍ତ୍ରୀ, ଓଡ଼ିଶାସରକାର ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । Categories: ଓଡ଼ିଶା, ଗଜପତି, ହୋମ୍ Related Content ଉତ୍କଳ ସାହିତ୍ୟ ସମାଜ ଶାଖାର ଅଷ୍ଟମ ବାର୍ଷିକୋତ୍ସବ by Proprietor Abhimanyu Maharana August 31, 2026 ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ by Proprietor Abhimanyu Maharana August 31, 2026 ଗୀତା ଦ୍ୱାରା ଧର୍ମ ପ୍ରଚାର ନୁହେଁ ମାନସିକ ବିସ୍ତାର ହୁଏ by Proprietor Abhimanyu Maharana August 31, 2026 ଆମ୍ ଆଦମୀ ପାର୍ଟି ଭୁବନେଶ୍ୱର ଶାଖାର ସାଙ୍ଗଠନିକ ବୈଠକ by Proprietor Abhimanyu Maharana August 31, 2026 ଖୋର୍ଦ୍ଧା ରୋଡ୍ ମଣ୍ଡଳରେ ଜାତୀୟ କ୍ରୀଡ଼ା ଦିବସ ପାଳିତ by Proprietor Abhimanyu Maharana August 31, 2026 ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା by Proprietor Abhimanyu Maharana August 31, 2026