ଅର୍ଜୁନ ପୁରସ୍କାର ବିଜେତା,ଅଲମ୍ପିଆନ ଦୂତୀ ଚାନ୍ଦ ଙ୍କୁ ବରଗଡ଼ ରେ ସମ୍ବର୍ଦ୍ଧନା – ବରଗଡ଼

ଓଡ଼ିଶା ତାଜା ନ୍ୟୁଜ (୧୪ ସେପ୍ଟେମ୍ବର ସୋମବାର) ବରଗଡ଼ :- ଓଡ଼ିଶାର ଗର୍ବ ଗୈ।ରବ ଅର୍ଜୁନ ପୁରସ୍କାର ବିଜେତା ତଥା ଧାବିକା ଦୂତୀ ଚାନ୍ଦ ଙ୍କୁ ଆଜି ବରଗଡ଼ ଜିଲ୍ଲା ସଦର ମହକୁମା ଅଗ୍ରଗାମୀ ଯୁବକ ସଂଘ ଠାରେ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଓଡ଼ିଶା ମାଷ୍ଟର୍ସ ଗେମ୍ସ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ର ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତାମାନେ ସମଦ୍ଧିତ କରିଥିଲେ ।

ଏହି ଅବସରରେ ଅନୁଷ୍ଠିତ ସମ୍ବର୍ଦ୍ଧିତ ସଭା ରେ ଅତିଥି ଭାବେ ବରଗଡ଼ ବିଧାୟକ ଦେବେଶ ଅାଚାର୍ଯ୍ୟ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମାଷ୍ଟର ଆସୋସିଏସନ୍ ର ସମ୍ପାଦକ ଶିବ ପ୍ରସାଦ ମିଶ୍ର, ସଂଘ ମିଥ୍ୟା ମିଶ୍ର, ମମତା ପୁରୋହିତ, ମିନତୀ ସାହୁ, ପୂର୍ବତନ ବିଧାୟକ ସାଧୁ ନେପାକ, କିଶୋର ମିଶ୍ର, ଯୁଗଲ ପ୍ରସାଦ ସିଂ ପ୍ରମୁଖ ଉପସ୍ଥିତ ଥିଲେ। (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version