ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ସମୟର ଚକ ଅବିରତ ବୁଲୁଛି । ସମୟ ଅନୁସାରେ ମଣିଷ କେତେବେଳ କେଉଁ ପରିସ୍ଥିତି ଓ କେଉଁଠି ରହିବ ତାହା ବିଧି ନିର୍ଦ୍ଦିଷ୍ଟ । ସମୟ କହିବ କିଏ କାହାର ନାଟକରେ ଦୁଇ ସାଙ୍ଗଙ୍କ ଜୀବନ କାହାଣୀ ପ୍ରଦର୍ଶିତ ହୋଇଛି । କୃଷ୍ଣ ଓ ସୁଦାମ ଦୁଇବନ୍ଧୁ । କୃଷ୍ଣ ର ଦୁଇପୁତ୍ର ଓ ଗୋଟିଏ ଝିଅ । ସୁଦାମ ର ଗୋଟିଏ ପୁଅ ଓ ସ୍ତ୍ରୀ ପରଲୋକରେ । କୃଷ୍ଣ ର ଦୁଇପୁତ୍ର ଅୟସରେ ବଢିବା ସହ ପିଲାମାନଙ୍କୁ ସ୍ନେହ ଶ୍ରଦ୍ଧାରେ ବଢାଇ ପ୍ରଚୁର ଅର୍ଥ ଦେଇଛି । ଅନ୍ଯପକ୍ଷରେ ସୁଦାମ ର ପୁଅ ପାର୍ଥ ଭଲ ପଢିବା ସହ ଚରିତ୍ରବାନ ହୋଇଛି ।
