ଇନୋଭେସନ କନକ୍ଲେଭ୍ (ଇଏସଟିଆଇସି) – ୨୦୨୫ ପାଇଁ କର୍ଟେନ ରେଜର୍ କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ସିଏସଆଇଆର୍-ଇନଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି (ସିଏସଆଇଆର୍-ଆଇଏମ୍ଏମ୍ ଟି), ଭୁବନେଶ୍ୱର, ଆଡଭାନ୍ସ ମେଟରିଆଲାସ ଆଣ୍ଡ ମନୁଫେକ୍ଚରିଂ (୪ଏମ) ଥିମ ଅଧୀନରେ ଏମର୍ଜିଂ ସାଇନ୍ସ, ଟେକ୍ନୋଲୋଜି ଆଣ୍ଡ ଇନ୍ନୋଭେସନ କନ୍ କ୍ଲେଭ (ଇ ଏସ ଟି ଆଇ ସି) – ୨୦୨୫ ପାଇଁ କର୍ଟେନ ରେଜର୍ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ସିଏସଆଇଆର୍-ଆଇଏମ୍ଏମ୍ ଟି କୁ ଏହି ଦାୟିତ୍ୱ ଦିଆଯାଇଛି କାରଣ ଏହାର ନିର୍ଦ୍ଦେଶକ ଡକ୍ଟର ରାମାନୁଜ ନାରାୟଣ ୪ଏମ୍ ଥିମ୍ ପାଇଁ ଥିମ୍ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି।
