ରାଜ୍ୟ ବି ଜେ ଦି ମହିଳା ପର୍ଯ୍ୟବେକ୍ଷକ ଙ୍କ ଗଜପତି ଜିଲ୍ଲା ଗସ୍ତ – ପାରଳାଖେମୁଣ୍ଡି

ଓଡ଼ିଶା ତାଜା ନ୍ୟୁଜ (୧୪ ସେପ୍ଟେମ୍ବର ସୋମବାର) ପାରଳାଖେମୁଣ୍ଡି :- ରାଜ୍ୟ ବିଜେଡିର ମହିଳା ପର୍ଯ୍ୟବେକ୍ଷକ ବାସନ୍ତୀ ମହାପାତ୍ର ଗଜପତି ଜିଲ୍ଲା ଗସ୍ତରେ ଆସି ମହିଳା ବିଜେଡ଼ି ର ସାଙ୍ଗଠନିକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଗଜପତି ଜିଲ୍ଲାର କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଗୁମ୍ମା ବ୍ଳକ ଗସ୍ତ କରି ସେଠାକାର ବିଭିନ୍ନ ସମସ୍ୟା ଉପରେ ଜିଲ୍ଲା ସଭାପତି ପ୍ରଦୀପ ନାୟକଙ୍କ ସହ ଆଲୋଚନା କରିଛନ୍ତି । ମହିଳା ନେତୃବୃନ୍ଦ ମାନଙ୍କୁ ଆଗକୁ ଆଣିବା ପାଇଁ ସେମାନଙ୍କ ନେତୃତ୍ୱ ନେଇ ବ୍ଳକସ୍ତରରୁ ପଞ୍ଚାୟତ ସ୍ତରରୁ ଜିଲ୍ଲା ସ୍ତରରୁ ପହଞ୍ଚି କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଦାୟିତ୍ୱ ଦେଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ମାନଙ୍କୁ ଗୁରୁତ୍ୱ ଦେଇ ପଚାଶ ପ୍ରତିଶତ ଆଗକୁ ଆଣିଛନ୍ତି । ଯାହା ଫଳରେ ଆଜି ମହିଳାମାନେ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ, ବ୍ଳକ ଅଧ୍ୟକ୍ଷ, ୱାର୍ଡ଼ସଭ୍ୟ ହୋଇପାରିଛନ୍ତି ।

ଆଗାମୀ ଦିନରେ ଗଜପତି ଜିଲ୍ଲାରେ ବିଜେଡ଼ି ର ମହିଳା ସଂଗଠନ କୁ ସୁଦୃଢ କରିବା ସହ ପୂର୍ଣ୍ଣ କାଳୀନ ମହିଳା ବିଜେଡ଼ି ସଭାପତି ନିଯୁକ୍ତି ନେଇ ମଧ୍ୟ ଆଲୋଚନା ହୋଇଥିବା ବିଶ୍ଵସ ସୂତ୍ରରୁ ଜଣାପଡ଼ିଛି l ବର୍ତ୍ତମାନ ଗଜପତି ଜିଲ୍ଲାର ପୂର୍ଣ୍ଣ କାଳୀନ ମହିଳା ବିଜେଡ଼ି ସଭାପତି କାହାକୁ ନିଯୁକ୍ତି ଦିଆଯାଇ ନାହିଁ l ଜିଲ୍ଲା ମହିଳା ବିଜେଡ଼ି ସଂଗଠନ ର କାର୍ଯ୍ୟକାରୀ ସଭାପତି ଭାବେ ଏବେ ସଂଯୁକ୍ତା ବେହେରା କାର୍ଯକାରୀ ସଭାପତି ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି ବର୍ତ୍ତମାନ ମଧ୍ୟ କାର୍ଯ୍ୟକାରୀ ମହିଳା ବିଜେଡ଼ି ଅଧକ୍ଷ୍ୟା ସଂଯୁକ୍ତା ବେହେରା ଗଜପତି ଜିଲ୍ଲା ମହିଳା ବିଜେଡ଼ି ସଭାପତି ଦୌଡ଼ରେ ଆଗରେ ଥିବା ଜଣାପଡ଼ିଛି l

ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଯୁବରଣୀ କୁମାରୀ କଲ୍ୟାଣି ଦେବୀ, ଜିଲ୍ଲା ମହିଳା ବିଜେଡ଼ି କାର୍ଯ୍ୟକାରିଣ ସଭାପତି ସଂଯୁକ୍ତା ବେହେରା, ପୂର୍ବତନ କାଶୀ ନଗର ବ୍ଲକ ଚେୟାରମ୍ୟାନ ଏମ୍‌ ସୁଧାରାଣୀ,କାଶୀ ନଗର ବ୍ଳକ ବିଜେଡ଼ି ସଭାପତି ଆର ରାମ ପ୍ରସାଦ,ଗୁମ୍ମାବ୍ଳକ ସଭାପତି ଋଘଟଝ ଶବର,ପୂର୍ବତନ ବ୍ଳକ ଅଧ୍ୟକ୍ଷା ପ୍ରେମିକା ମଣ୍ଡଳ,ଗୁମ୍ମା ବ୍ଳକ ସଂସଦ ପ୍ରତିନିଧି ବିମଳ ଦଳେଇ, ବିଜେଡି ଯୁବ ସଭାପତି ଏସ .ଲିଙ୍ଗରାଜଙ୍କ ସମେତ ସରପଞ୍ଚ ସମିତି ସଭ୍ୟ ବିଜେଡି କର୍ମୀ ଉପସ୍ଥିତ ଥିଲେ । ଆଗାମୀ ଦିନରେ ମହିଳାମାନେ ପଞ୍ଚାୟତ ସ୍ତରରେ ୱାର୍ଡସ୍ତରରେ ଜୋନ ସ୍ତରରେ ନିଜେ ଦାୟିତ୍ୱ ନେଇ ପଦଯାତ୍ରା କରାଯିବ ବୋଲି ଜଣାପଡ଼ିଛି । (ପାରଳାଖେମୁଣ୍ଡି /ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version