କଟକରେ ଆରମ୍ଭ ହେବାକୁ ଯାଉଛି – ବିଶ୍ଵପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା

କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କଟକରେ ଆରମ୍ଭ ହେବାକୁ ଯାଉଛି ବିଶ୍ଵପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା । ଚଳିତବର୍ଷ କଟକ-ଇନ୍-କଟକର ଥିମ୍ ରହିବ ଓଡିଆ ଭାଷା, ଓଡିଆ ସାହିତ୍ୟ । ବର୍ତ୍ତମାନ ସୁଦ୍ଧା ୪ ଜଣ ବଲିଉଡ୍ କଳାକାରଙ୍କ ସହ ଯୋଗାଯୋଗ ହୋଇସାରିଛି । ସେମାନେ ହେଉଛନ୍ତି ଶ୍ରେୟା ଘୋଷାଲ, ହର୍ଷଦୀପ୍ ସିଂ, ହମ୍ ସୁଫି ବ୍ୟାଣ୍ଡ୍ , ରିଷି । ଓଲିଉଡ୍‌ର ୧୪ ଜଣ କଳାକାରଙ୍କ ସହ ଚୁକ୍ତିନାମା ସରିଛି ।

ଏଥର ବାଲିଯାତ୍ରାରେ ୪ଟି ପ୍ରବେଶ ପଥ ଥିବାବେଳେ ପ୍ରସ୍ଥାନ ପାଇଁ ୯ଟି ସ୍ଥାନ ସ୍ଥିର କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ । ଚଳିତବର୍ଷ ବାଲିଯାତ୍ରା ପଡିଆକୁ କଟକ ଜିଲ୍ଲା ପ୍ରଶାସନ ନୋ ଡ୍ରୋନ୍ ଜୋନ୍ ଘୋଷଣା କରିଛି । ଆସନ୍ତର ନଭେମ୍ବର ୫ ତାରିଖଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଐତିହାସିକ ବାଲିଯାତ୍ରା କଟକ ୨୦୨୫ ଆୟୋଜନ କରାଯାଉଛି ।

ଏହି ସମୟ ମଧ୍ୟରେ କଟକରେ ପ୍ରତିବର୍ଷ ୫୦ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥାଏ । ତେଣୁ ସୁରକ୍ଷା ଏବଂ ନିରାପତ୍ତା ଦୃଷ୍ଟିରୁ ଜିଲ୍ଲାପାଳ ତଳ ଓ ଉପର ବାଲିଯାତ୍ରା ପଡିଆ ଏବଂ ଆଖପାଖ ଅଞ୍ଚଳ ଉପରେ ପାରା ଗ୍ଲାଇଡର୍ , ପାରା ମୋଟର୍ସ , ପାଓ୍ବାର ହ୍ୟାଙ୍ଗ୍‌ ଗ୍ଲାଇଡର୍‌ , ୟୁଏଭି କିମ୍ବା ଡ୍ରୋନ୍ ଉଡାଣକୁ ନିଶେଧ କରିଛନ୍ତି ।

Exit mobile version