ଜେଇଈ ମେନ୍ ପରୀକ୍ଷାରେ ପାରଳାଖେମୁଣ୍ଡି ସେଞ୍ଚୁରିଆନ ପବ୍ଲିକ ସ୍କୁଲର ଛାତ୍ର ଛାତ୍ରୀ ଙ୍କ ସଫଳତା, ବିଦ୍ୟାଳୟର ଭାଇସ୍ ଚେୟା ରମେନ ଡି ଏନ୍ ରାଓଙ୍କ ଅଭିନନ୍ଦନ

ଓଡ଼ିଶା ତାଜା ନ୍ୟୁଜ (୧୪ ସେପ୍ଟେମ୍ବର ସୋମବାର) ପାରଳାଖେମୁଣ୍ଡି :- ସଦ୍ୟ ପ୍ରକାଶିତ ଜେଇଇ ମେନ୍ ପରୀକ୍ଷାରେ ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆନ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ମାନେ ବିଶେଷ ସଫଳତା ହାସଲ କରିଛନ୍ତି । ଏହି ବର୍ଷ ବିଦ୍ୟାଳୟର ୮ ଜଣ ଛାତ୍ର ଛାତ୍ରୀ ଜେଇଇ ଆଡ଼ଭାନ୍ସ ପାଇଁ କୃତକାର୍ଯ୍ୟ ହାସଲ କରିଛନ୍ତି । ଚଳିତ ବର୍ଷ ଜେଇଇ ମେନରେ ପାଖାପାଖି ଦଶ ଲକ୍ଷ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ । ବିଦ୍ୟାଳୟରୁ ଜି ସୁନୀଲ ୯୫. ୯୦ ପ୍ରତିଶତ ରଖିଛନ୍ତି । ଏସ ହାନୀସା ୯୫.୯୪ ପ୍ରତିଶତ ରଖିଛନ୍ତି । ହୃଷିକେଶ ସାହୁ ୯୧.୬୨ ପ୍ରତିଶତ ରଖିଛନ୍ତି ।

ସେହିପରି ମୈନେଦ୍ର ୮୮. ୩୩ ପ୍ରତିଶତ, ଭି ନିକିତା ୮୮.୩୩ ପ୍ରତିଶତ ଅସୀମ ଜେନା ୮୪ .୫୮ ନୀଳକଣ୍ଠ ପ୍ରଧାନ ୭୬. ୪୨ ପ୍ରତିଶତ ଏବଂ ବିକ୍ରମ ଶବର ୭୩.୩୦ ପ୍ରତିଶତ ରଖିଛନ୍ତି । ଚଳିତ ବର୍ଷ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାରେ ମଧ୍ୟ ବହୁତ ଛାତ୍ର ଛାତ୍ରୀ ୯୦ ପ୍ରତିଶତରୁ ଅଧିକା ନମ୍ବର ରଖିଥିଲେ ।ଏହି ପରି ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଉପ ସଭାପତି ପ୍ରଫେସର ଡିଏନ ରାଓ ବିଦ୍ୟାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିଦ୍ୟାଳୟର ଅଧକ୍ଷା ସୁନିତା ପାଣିଗ୍ରାହୀ, ଆଞ୍ଚଳିକ ନିର୍ଦ୍ଦେଶକ ସମ୍ବିତ ପାତ୍ର ନିର୍ଦ୍ଦେଶିକା ଘ.କାଲାପର୍ଣ୍ଣାଙ୍କ ସମେତ ବିଶ୍ୱ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାର୍ଥୀମାନଙ୍କୁ ଶୁଭେଚ୍ଛା ଜଣେଇବା ସହ ଆଗାମୀ ଦିନରେ ଆହୁରି ଭଲ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି । (ପାରଳାଖେମୁଣ୍ଡି /ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version