ବାଲିପାଟଣା ବ୍ଲକରେ ନୂତନ ବିଡ଼ିଓ ଭାବେ ଶୁଭ୍ରାଂଶୁ ପାଢ଼ୀ ଯୋଗଦେଲେ

ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :-  ବହୁଦିନ ଧରି ଖାଲି ପଡ଼ିଥିବା ଭୁବନେଶ୍ୱରର ଉପକଣ୍ଠ ବାଲିପାଟଣା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ ପ୍ରଶାସନିକ ଅଧିକାରୀ ଶୁଭ୍ରାଂଶୁ ପାଢ଼ୀ ଯୋଗ ଦେଇଛନ୍ତି । ସେ ଜଣେ ଯୁବ ଓ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବରେ ପୁରୀ ଜିଲ୍ଲାରେ କାର୍ଯ୍ୟରତ ଥିଲେ ।

ସ୍ଥାନୀୟ ସାମ୍ବାଦିକମାନଙ୍କୁ ଏକ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା ବେଳେ ସେ ଏହି ଅଞ୍ଚଳର ବିକାଶରେ ସମସ୍ତଙ୍କ ସହଯୋଗ କାମନା କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ସେ କାର୍ଯ୍ୟ ଆରମ୍ଭ କରିଥିବା ପ୍ରକାଶ କରିଛନ୍ତି । ପୂର୍ବରୁ ବିଡିଓ ଭାବେ ଥିବା ସ୍ମୃତିପ୍ରଜ୍ଞା ପ୍ରିୟଦର୍ଶିନୀଙ୍କର ହଠାତ୍ ବଦଳି ହେବା ପରେ କିଛି ଦିନଧରି ବାଲିପାଟଣା ତହସିଲଦାର କଳ୍ପନା ଦାସ ଦାୟିତ୍ଵରେ ରହିଥିଲେ ।

Exit mobile version