Home Uncategorized ୟୁକେ ର ଚେଷ୍ଟର ଫିଲ୍ଡ ଠାରେ ବାଲୁକାଶିଳ୍ପୀ ସୁଦାମଙ୍କ ସ୍ୟାଣ୍ଡ ଆନିମେସନ ଲାଇଭ ଶୋ ପ୍ରଦର୍ଶିତ by Proprietor Abhimanyu Maharana 11 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ୟୁନାଇଟେଡ କିଙ୍ଗଡମ ର ଚେଷ୍ଟରଫିଲ୍ଡି ଠାରେ ସ୍ୟାଣ୍ଡ ଆନିମେସନ ଓ ଲାଇଭ ଶୋ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଏହି ଶୋ ଅକ୍ଟୋବର ୧୧ ରୁ ୧୪ ପର୍ଯ୍ୟନ୍ତ ଏସିଆନ ଅସୋସିଏସନ ଅଫ ଚେଷ୍ଟରଫିଲ୍ଡ ଦ୍ୱାରା ୱାଇନଡିଙ୍ଗ ହ୍ବିଲ ଥିଏଟର ଠାରେ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ଏଥିରେ ସୁଦାମ ଦି ଷ୍ଟୋରୀ ଅଫ ଦୀପାବଳି ଉପରେ ୧୫ ମିନିଟ ସ୍ଯାଣ୍ଡ ଆନିମେସନ କରିଥିଲେ । ବାୟୁ ପ୍ରଦୂଷଣ ଓ ପ୍ଲାଷ୍ଟିକ ମୁକ୍ତ ପରିବେଶ ଜାଗୃତି ବିଷୟରେ ପୁଣି ୧୫ ମିନିଟ ସ୍ଯାଣ୍ଡ ଆନିମେସନ ପ୍ରଦର୍ଶିତ କରିଥିଲେ । ଦୀପାବଳି ସମ୍ପର୍କରେ ସ୍ଯାଣ୍ଡ ଆନିମେସନ କରି ବୁଝାଇଥିଲେ ଦୀପାବଳି ହେଉଛି ଆଲୋକର ପର୍ବ । ଅନ୍ଧାରକୁ ଆଲୋକ ଦୂରିଭୁତ କରିଥାଏ । ଅସତ୍ୟ ଉପରେ ସତ୍ୟର ବିଜୟକୁ ପ୍ରତିନିଧିତ୍ୱ କରେ। ଯେତେବେଳ ଶ୍ରୀରାମ ଶ୍ରୀଲଙ୍କାରେ ରାବଣକୁ ବଧ କରି ଅଯୋଧ୍ୟାକୁ ଫେରିଥିଲେ ସେତେବେଳ ଅଯୋଧ୍ୟାର ଜନତା ଦୀପ ଜଳାଇ ଶ୍ରୀରାମଙ୍କୁ ସ୍ବାଗତ କରିଥିଲେ । ଏହାକୁ ହଲରେ ଥିବା ତିନିଶହ ଦର୍ଶକ ଓ ଅତିଥିଙ୍କ ଉପସ୍ଥିତରେ ପଦର୍ଶିତ ହୋଇଥିଲା । ଏଥିରେ ଯୋଗ ଦେଇଥିବା ଅତିଥି ମାନେ ବ୍ଯାରି ଡାଇକ ମେୟର ଚେଷ୍ଟରଫିଲ୍ଡ ବରୋ କାଉନ୍ସିଲ , ମେୟୋରେସ ମାରି ଡ୍ୟୁକ୍, ଚେଷ୍ଟରଫିଲ୍ଡ ସଂସଦ ସଦସ୍ୟ ଟୋବି ପର୍କିନ୍ସ, ଡର୍ବିସାୟର କାଉନ୍ସିଲର ଲୁଇସ ହୁଇଟବ୍ରେଡ୍,ଉତ୍ତର ପୂର୍ବ ଡର୍ବିସାୟର କାଉନ୍ସିଲର ମାର୍ଟିନ ଥାକର୍, ଆଫ୍ରିକାନ କ୍ୟାରିବିୟାନ କମ୍ୟୁନିଟି ଅସୋସିଏସନର ପୂର୍ବତନ କାଉନ୍ସିଲର ଲୁଡ୍ ରାମସେ,ଏସିଆନ ଅସୋସିଏସନ ଚେଷ୍ଟରଫିଲ୍ଡ ଓ ନର୍ଥ ଡର୍ବିସାୟର ଅଧ୍ୟକ୍ଷ ଡା. ପର୍ଥସାରଥୀ ପୋଭାଥି,ଉପାଧ୍ୟକ୍ଷ ସୁଶ୍ରୀ ୱେଲ୍ସ,ସେଣ୍ଟର ମ୍ୟାନେଜର ଆଥିରା ଆଶୀର୍ବାଦ,ଅକାଉଣ୍ଟ ମ୍ୟାନେଜର ଏମା ହର୍ନେଟ୍ ଉପସ୍ଥିତ ଥିଲେ । ସୁଦାମ ୧୨ ତାରିଖରେ ଶିଶୁ ମାନଙ୍କ ପାଇଁ ସ୍ୟାଣ୍ଡ ଆର୍ଟ ୱାର୍କସପ୍ କରିଥିଲେ । ୧୩ ତାରିଖରେ ଚେଷ୍ଟରଫିଲ୍ଡ ଚର୍ଚ୍ଚରେ ବାଲୁକା କଳା ନିର୍ମାଣ କରିଥିଲେ । ପରେ ବେଲଫାଷ୍ଟ ରେ ଅନୁଷ୍ଠିତ ନର୍ଦ ରସ ଆଇଲଣ୍ଡ ଅକ୍ଟୋବର ଉତ୍ସବରେ ଯୋଗ ଦେଇଥିଲେ । ବେଲଫାଷ୍ଟ ର ଆଇସିସି ଥିଏଟର ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମକୁ ବେଲଫାଷ୍ଟ ର ସ୍ଥାପକଙ୍କ ଦ୍ବାରା ରିଦିମ ଅଫ ଇଣ୍ଡିଆ ଡ୍ୟାନ୍ସ ଆଣ୍ଡ ଫରଫରମିଙ୍ଗ ଆର୍ଟସ ବିଷୟବସ୍ତୁ ଉପରେ ଅନୁଷ୍ଠିତ ହୋଇଥିଲା । ଏହି ସ୍ଯାଣ୍ଡ ଆନିମେସନ ନର୍ଦନ ଆୟରଲ୍ୟାଣ୍ଡ ର ପର୍ଯ୍ୟଟନ ସ୍ଥଳୀ ଓ ଭାରତୀୟ ପର୍ଯ୍ଯଟନ ସ୍ଥଳୀ ସଂସ୍କୃତି ଓ ଐତିହ୍ୟ କୋଣାର୍କ ମନ୍ଦିର ସମ୍ପର୍କରେ ମଞ୍ଚରେ ପ୍ରଦର୍ଶିତ କରିଥିଲେ । ହଲରେ ପାଞ୍ଚ ଶହରୁ ଉର୍ଦ୍ଧ୍ବ ଦର୍ଶକ ଓ ଅତିଥି ଉପଭୋଗ କରିଥିଲେ । ଭାରତୀୟ ସଂସ୍କୃତି ଓ ୟୁକେ ସଂସ୍କୃତି ସମ୍ପର୍କରେ ସ୍ଯାଣ୍ଡ ଆନିମେସନ କରି ସୁଦାମ ବୁଝାଇ ଥିବାରୁ ଦର୍ଶକ ମାନେ ଆନନ୍ଦିତ ହୋଇଥିଲେ । ତାଙ୍କର ଏହି କଳାକୁ ୟୁକେ ଓ ଭାରତରେ ପ୍ରଶଂସା କରାଯାଇଛି । Categories: Uncategorized Related Content ରାତ୍ର ପେଟ୍ରୋଲିଂ କଡାକଡି କରିବା ପାଇଁ ବୁଦ୍ଧିଜିବି ମହଲରେ ଦାବି by Proprietor Abhimanyu Maharana August 15, 2026 ରଥଯାତ୍ରା ୨୦୨୬ ପ୍ରସ୍ତୁତି ନେଇ ଛତିଶା ନିଯୋଗ ସହ ସମନ୍ୱୟ ବୈଠକ by Proprietor Abhimanyu Maharana July 3, 2026 Preparations on for Ratha Yatra at Delhi’s Hauz Khas Temple by Proprietor Abhimanyu Maharana June 27, 2026 ପୁରୀରେ ପଞ୍ଚମୁଖୀ ମହାବୀରଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା, ତିନିଦିନିଆ ଯଜ୍ଞରେ ଭକ୍ତିମୟ ପରିବେଶ by Proprietor Abhimanyu Maharana April 8, 2026 କୁଦିଆରୀ ମା ଜାଗୁଳେଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ : ସ୍କାଳରାତ୍ରି ବେଶରେ ଦର୍ଶନ ଦେଲେ ମା' by Proprietor Abhimanyu Maharana March 25, 2026 ବେଆଇନ ମଦ ବିକ୍ରୟ କରୁଥିବା ଅଭିଯୁକ୍ତଙ୍କ ଘର ଉଚ୍ଛେଦ କଲା ପୁରୀ ପୋଲିସ by Proprietor Abhimanyu Maharana March 8, 2026