ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଚଳିତବର୍ଷ ଦୀପାବଳୀ ଉତ୍ସବ ପାଳନ କରିବା ପାଇଁ ମୁକ୍ତିମଣ୍ଡପ ପଣ୍ଡିତସଭା ଦ୍ବାରା ସଂଶୋଧିତ ହୋଇଥିବା ପାଞ୍ଜି ଗୁଡିକରେ ଅକ୍ଟୋବର ୨୦ ତାରିଖ ସୋମବାର ବୋଲି ପ୍ରାଞ୍ଜଳ ଭାବରେ ଉଲ୍ଲେଖଅଛି । କିନ୍ତୁ ମୁକ୍ତିମଣ୍ଡପ ପଣ୍ଡିତ ସଭାର ବହିଷ୍କୃତ ସଦସ୍ୟ ନିଜକୁ ଆତ୍ମଘୋଷିତ ଜ୍ୟୋର୍ତିବିତ ବୋଲାଇ କେତେକ ପ୍ରିଣ୍ଟ ମିଡିଆ ଓ ଗଣମାଧ୍ୟମରେ ଦୀପାବଳୀ ତଥା ଦୀପଦାନ ଶ୍ରାଦ୍ଧକୁ ଅକ୍ଟୋବର ୨୧ ତାରିଖ ମଙ୍ଗବାର ଦିନ କରିବା ପାଇଁ ପ୍ରଚାର କରୁଛନ୍ତି ।
