Home ଓଡ଼ିଶା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରେ ସର୍ବଦର୍ଶନ ବିଭାଗର ରାଷ୍ଟ୍ରୀୟ ସଂଗୋଷ୍ଠୀ by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ସର୍ବଦର୍ଶନ ବିଭାଗଦ୍ବାରା ଆୟୋଜିତ ୧୫/୧୦/୨୦୨୫ ରୁ ୧୬/୧୦/୨୦୨୫ ପର୍ଯ୍ୟନ୍ତ ହେବାକୁ ଥିବା “ଭାରତୀୟ ଜ୍ଞାନପରମ୍ପରାରେ ଯୋଗବିଜ୍ଞାନ” ଶୀର୍ଷକ ଦୁଇଦିନିଆ ରାଷ୍ଟ୍ରୀୟ ସଂଗୋଷ୍ଠୀ ବୁଧବାର ଦିନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁରୀର ମାନ୍ଯବର ସାଂସଦ ଡ. ସଂବିତ୍ କୁମାର ପାତ୍ର ଯୋଗଦାନ କରି ଯୋଗବିଜ୍ଞାନ ସମ୍ବନ୍ଧୀୟ ବହୁ ବୈଜ୍ଞାନିକ ତତ୍ତ୍ଵ ବ୍ଯାଖ୍ଯାନ କରିଥିଲେ । ଯୋଗ ବିଜ୍ଞାନସମ୍ମତ ଓ ଏକ ବିଶାଳ ଆଧ୍ଯାତ୍ମିକ ଶାସ୍ତ୍ରବୋଲି ସେ ମତବ୍ଯକ୍ତ କରିଥିଲେ । ମୁଖ୍ୟବକ୍ତା ଭାବରେ କୁରୁକ୍ଷେତ୍ର ବିଶ୍ବବିଦ୍ୟାଳୟର ଦର୍ଶନବିଭାଗର ପ୍ରାକ୍ତନ ଅଧ୍ୟକ୍ଷ ପ୍ରୋ. ସୁରେନ୍ଦ୍ରମୋହନମିଶ୍ର ନିଜର ଓଜସ୍ଵିନୀ ବକ୍ତବ୍ଯ ପ୍ରଦାନ କରି ଯୋଗଶାସ୍ତ୍ରକୁ ସରଳ ଭାବରେ ବ୍ଯାଖ୍ଯା କରିଥିଲେ । ସମ୍ମାନିତବକ୍ତା ଭାବରେ ବିଶ୍ବଭାରତୀ ଶାନ୍ତିନିକେତନର ସଂସ୍କୃତ ପାଲି ଓ ପ୍ରାକୃତବିଭାଗର ଆଚାର୍ଯ୍ୟ ପ୍ରୋ. ନରୋତ୍ତମସେନାପତି ମଧ୍ଯ ତଦନୁରୂପ ଯୋଗର ଉପାଦେୟତା ବର୍ଣ୍ଣନା କରିଥିଲେ । ସମ୍ମାନିତ ଅତିଥିଭାବରେ ବିଶ୍ବଭାରତୀ ଶାନ୍ତିନିକେତନର ଶିକ୍ଷାଶାସ୍ତ୍ରବିଭାଗ ମୁଖ୍ୟ ପ୍ରୋ. ସନତ୍ କୁମାର ରଥ ଯୋଗର ପ୍ରାସଂଗିକତା ବିଷୟରେ ବକ୍ତବ୍ଯ ପ୍ରଦାନ କରିଥିଲେ । ସାରସ୍ବତ ଅତିଥି ଭାବରେ ଉଚ୍ଚଶିକ୍ଷାବିଭାଗର ପୂର୍ବତନ ସଚିବ ଶ୍ରୀମାନ୍ ରମାକାନ୍ତ ନାୟକ ଯୋଗଶାସ୍ତ୍ର ବର୍ତ୍ତମାନ କିଭଳି ଭାବରେ ନିଜର ପ୍ରଭାବ ବିସ୍ତାର କରିସାରିଛି ସେ ବିଷୟରେ ସ୍ଵକୀୟ ବକ୍ତବ୍ଯ ରଖିଥିଲେ । ସ୍ନାତକୋତ୍ତରପରିଷଦର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ତଥା ସାହିତ୍ୟବିଭାଗର ଅଧ୍ୟକ୍ଷ ପ୍ରୋ. ବସନ୍ତ କୁମାର ମିଶ୍ର ନିଜର ସାଭାପତ୍ଯ ଭାଷଣ ପ୍ରଦାନ କରି ସମସ୍ତକୁ ଯୋଗପଥରେ ଗମନ କରିବାକୁ ଉପଦେଶ ପ୍ରଦାନ କରିଥିଲେ । ବହୁ ମାନ୍ଯଗଣ୍ଯ ବିଦ୍ବାନବୃନ୍ଦ ଉକ୍ତ ଚର୍ଚ୍ଚାସତ୍ରରେ ଯୋଗଦାନ କରି “ଭାରତୀୟ ଜ୍ଞାନପରମ୍ପରାରେ ଯୋଗବିଜ୍ଞାନ” ଶୀର୍ଷକ ବିଷୟକ ଆଲୋଚନାରେ ଭାଗଗ୍ରହଣ କରି ଯୋଗର ମହନୀୟତା ଓ ଉପାଦେୟତା ବିଷୟରେ ଶ୍ରବଣ କରିଥିଲେ । ସର୍ବଦର୍ଶନ ବିଭାଗର ଅଧ୍ୟକ୍ଷ ତଥା ଚର୍ଚ୍ଚାସତ୍ରର ଉପଦେଷ୍ଟା ଡ.ପ୍ରଦୀପ୍ତ କୁମାର ନନ୍ଦ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସର୍ବଦର୍ଶନ ବିଭାଗର ଆଚାର୍ଯ୍ୟା ଡ.ସସ୍ମିତା ବନ୍ଦର ନାୟକ ସଂଗୋଷ୍ଠୀର ନିର୍ଦ୍ଦେଶିକା ଭାବରେ ଦାୟିତ୍ବ ନିର୍ବାହ କରିଥିଲେ । ସର୍ବଦର୍ଶନ ବିଭାଗର ଆଚାର୍ଯ୍ୟ ଡ. ଅଜୟ କୁମାର ପାଣ୍ଡେ ସଭା ପରିଚାଳନା କରିଥିଲେ । ବ୍ଯାକରଣବିଭାଗର ଆଚାର୍ଯ୍ୟ ଡ. ଅଜୟକୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ବେଦ ବିଭାଗର ଆଚାର୍ଯ୍ୟ ଡ. ଚନ୍ଦନ କୁମାର ମିଶ୍ର ବେଦପାଠ କରିଥିଲେ। ଉକ୍ତ ଦ୍ବିଦିବସୀୟ କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ସମସ୍ତ ବିଭାଗର ଆଚାର୍ଯ୍ୟ, ଆଚାର୍ଯ୍ୟା, ଶୋଧଛାତ୍ର, ଶୋଧଛାତ୍ରୀ, ନିମନ୍ତ୍ରିତ ଅତିଥିବୃନ୍ଦ ଏବଂ ବିଶ୍ବବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଯୋଗଦାନ କରି ଉକ୍ତ ସଂଗୋଷ୍ଠୀକୁ ସାଫଲ୍ୟମଣ୍ଡିତ କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ by Proprietor Abhimanyu Maharana July 10, 2026 କନ୍ଧମାଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ : ୫ ଟି ଶିକ୍ଷା ଅଧିକାରୀ ପଦବୀ ଖାଲି by Proprietor Abhimanyu Maharana July 10, 2026 ବିଶ୍ୱାସ କଲେଜ ଅଫ୍ ନର୍ସିଙ୍ଗ ପକ୍ଷରୁ ପୂଜ୍ୟ ସ୍ୱାମୀଜୀ ଶ୍ରୀ ସଦାନନ୍ଦ ସରସ୍ୱତୀଜୀଙ୍କୁ ସାଦର ସ୍ୱାଗତ ଜଣାଯାଇଥିଲା by Proprietor Abhimanyu Maharana July 9, 2026 ଦଧିଚି କଲେଜ ଅଫ୍ ଫାର୍ମାସି ପକ୍ଷରୁ AI ଉପରେ କର୍ମଶାଳା ଆୟୋଜିତ by Proprietor Abhimanyu Maharana July 9, 2026 ବିୟୁଟି ମହାନ୍ତି ମୃତ୍ୟୁ ମାମଲାରେ ବଡ଼ ଖୁଲାସା , ପୋଷ୍ଟମର୍ଟମ ରିପୋର୍ଟରେ ଶ୍ୱାସରୁଦ୍ଧରୁ ମୃତ୍ୟୁ by Proprietor Abhimanyu Maharana July 9, 2026 ଗୋସେବାରୁ ଆରମ୍ଭ ହେଲା ଦଶମ ବାର୍ଷିକ ସେବା ମହୋତ୍ସବ by Proprietor Abhimanyu Maharana July 9, 2026