ଓଡ଼ିଶା ତାଜା ନ୍ୟୁଜ ( ୧୪ ସେପ୍ଟେମ୍ବର ସୋମବାର ) ହିଞ୍ଜିଳିକାଟୁ :- ଶନିବାର ଅପରାହ୍ନରେ ହିଞ୍ଜିଳି ଥାନା ରାମଚନ୍ଦ୍ରପୁର ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ର କରି ପଡ଼ୋଶୀଙ୍କ ନିହଣ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକ ଜଣକ ସଂପୃକ୍ତ ଗ୍ରାମର ପରୀ ନାଇକ (୨୮) । ପରିବାର ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ ।
ରବିବାର ଏ ନେଇ ଆହତ ଯୁବକ ଜଣକ ଥାନାରେ ଅଭିଯୋଗ କରିବା ପରେ ହିଞ୍ଜିଳି ଥାନାରେ ନଂ-୩୨୦/୨୦ରେ ଏକ ମାମଲା ରୁଜୁ କରି ଆକ୍ରମଣକାରୀ ସଂପୃକ୍ତ ଗ୍ରାମର ଯୋଗିନ୍ଦ୍ର ଦାସଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ । (ହିଞ୍ଜିଳିକାଟୁ/ଶେଷଦେବ ସାହୁ)
