Home ଓଡ଼ିଶା ଓଡିଶା ସେବାରତ୍ନ ସମ୍ମାନ-୨୦୨୫ ବ୍ରାଇଟ ଓଡିଶା ପକ୍ଷରୁ ୩୫ ଜଣଙ୍କୁ ପୁରସ୍କାର ପ୍ରଦାନ by Proprietor Abhimanyu Maharana 11 months ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବ୍ରାଇଟ ଓଡିଶା ପକ୍ଷରୁ ଆୟୋଜିତ ହୋଇଯାଇଛି ଓଡିଶା ସେବାରତ୍ନ ସମ୍ମାନ ପ୍ରଦାନ ଉତ୍ସବ ୨୦୨୫ । ବିଭିନ୍ନ ସେବାରେ ନିୟୋଜିତ ୩୫ ଜଣ ସଫଳ ବ୍ୟକ୍ତିତ୍ୱଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଓଡିଶାର କଳା ସଂସ୍କୃତି ଓ ପରମ୍ପରର ସୁରକ୍ଷା ତଥା ପ୍ରଚାର ପ୍ରସାର ଦିଗରେ ନିରନ୍ତର କାର୍ଯ୍ୟରତ ତଥା ସାମାଜିକ ସଚେତନତା ସୃଷ୍ଟି କରିବାରେ ସର୍ବଦା ଅଗ୍ରଣୀ ଭୂମିକା ନିର୍ବାହ କରି ଆସିଥିବା ବ୍ରାଇଟ ଓଡିଶା ଫାଉଣ୍ଡେସନର ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ । ଜୟଦେବ ଭବନ ଠାରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇ ଥିଲା । ପରିଚୟ ଫାଉଣ୍ଡେସନ ସହଯୋଗୀତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଯାଜପୁର ସାଂସଦ ଶ୍ରୀ ରବୀନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ମାନ୍ୟବର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ମାନ୍ୟବର ବିଧାୟକ ଦିଗପହଣ୍ଡି ଶ୍ରୀ ସିଦ୍ଧାନ୍ତ ମହାପାତ୍ର, ବରିଷ୍ଠ ବିଜେପି ନେତା ଶ୍ରୀ ଜଗନ୍ନାଥ ପ୍ରଧାନ, ମୁଖ୍ୟ ବକ୍ତା ଶ୍ରୀ କାଳନ୍ଦି ସାମଲ, ବିଜେପି ନେତା, ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ଅଧ୍ୟକ୍ଷ, ଓଡିଶା ସେବା ରତ୍ନ ସମ୍ମାନ, ଶ୍ରୀ ସଞ୍ଜୟ ନାୟକ ମୁଖ୍ୟ ପରାମର୍ଶ ଦାତା ଓଡିଶା ସେବା ରତ୍ନ, ସ୍ୱତନ୍ତ୍ର ଅତିଥି ଡ. ବିପିନ ବିହାରୀ ମିଶ୍ର, ସୌମିତ୍ର ଲେଙ୍କା, କଲ୍ୟାଣ ଫାଉଣ୍ଡେସନ ପ୍ରତିଷ୍ଠାତା, ଡ. ରୋଜାଲିନ ପାଟଶାଣୀ ମିଶ୍ର, ପ୍ରତିଷ୍ଠାତ୍ରୀ ପରିଚୟ ଫାଉଣ୍ଡେସନ, ସଞ୍ଜୟ ମହାକୁଡ଼, ପ୍ରତିଷ୍ଠାତା ବ୍ରାଇଟ ଓଡିଶା ପ୍ରମୁଖ ଯୋଗ ଦେଇଥିଲେ । ଚଳିତ ବର୍ଷ ୩୫ ଜଣ ସଫଳ ବ୍ୟକ୍ତିତ୍ୱଙ୍କୁ ଏହା ପ୍ରଦାନ କରାଯାଇଛି । ସେମାନେ ହେଉଛନ୍ତି ବର୍ଷୀୟାନ ଅଭିନେତା, ପ୍ରଯୋଜକ ଓ ଶିକ୍ଷାବିତ ଶ୍ରୀ ପ୍ରଦ୍ୟୁମ୍ନ ଲେଙ୍କା, ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀଵୀ ଶ୍ରୀ ଧରଣୀଧର ନାୟକ, ହକି ଇଣ୍ଡିଆ ସଭାପତି ଶ୍ରୀ ଦିଲ୍ଲୀପ ତିର୍କୀ, ଶିକ୍ଷା ଓ ସେବା କ୍ଷେତ୍ରରେ ଆକାଶ ପ୍ରତିଷ୍ଠାନ ର ନିର୍ଦ୍ଦେଶକ ଡ଼. ଅଜୟ ବହାଦୁର ସିଂ, ପ୍ରବାସୀ ଓଡ଼ିଆ ସେବା ପ୍ରଦାନ କ୍ଷେତ୍ରରେ ସୂର୍ଯ୍ୟକ୍ଷେତ୍ର ପ୍ରତିଷ୍ଠାନର ଅଧ୍ୟକ୍ଷ ଡ଼. ବିପିନ କୁମାର ମିଶ୍ର, ସ୍ୱାସ୍ଥ୍ୟ ପ୍ରଶାସନିକ ସେବା କ୍ଷେତ୍ରରେ ଡ଼. ଲୋକନାଥ ଦାଶ, ଏଭିପି, କେୟାର ହସ୍ପିଟାଲ, ବ୍ୟବସାୟିକ ସେବା କ୍ଷେତ୍ରରେ ମଧୁକୁଞ୍ଜ ଗ୍ରୁପର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରବୀଣ ଅଗ୍ରୱାଲ, ଚିକିତ୍ସା କ୍ଷେତ୍ରରେ ଡ଼. ଅମ୍ରିତ ପଟ୍ଟଯୋଶୀ, ମାନସିକ ରୋଗ ବିଶେଷଜ୍ଞ, ଚାଟାର୍ଡ ଆକାଉଣ୍ଟାଟ ଭାବେ ସୁନାମ ଅର୍ଜନ କରିଥିବା ଭି ଅଜିତ କୁମାର ରାଜୁ, ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଡ଼. ଶୋଭନ କୁମାର ରଥ, ଅର୍ଗସ ଟିଭିର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ଦୁର୍ଗାଶିଷ, ଗ୍ଲୋରିଅସ ଇଂଲିଶ ମିଡ଼ିଅମ ସ୍କୁଲର ଅଧ୍ୟକ୍ଷ ଶ୍ରୀ ଅଭୟ ପତି, ବିଗବସ ଫେମ ସବ୍ୟସାଚୀ ଶତପଥୀ, ମାନବିକ ଅଧିକାର ସଂଗ୍ରାମୀ ଶ୍ରୀ ଅଭୟ ପଟ୍ଟନାୟକ, ସ୍ୱପ୍ନା ପତି ଫାଉଣ୍ଡେସନ ଅଧକ୍ଷା, ତଥା ମଡେଲ ଓ ସମାଜ ସେବୀ ସ୍ୱପ୍ନା ପତି, ସ୍ବନାମଧନ୍ୟ ଯାତ୍ରା କଳାକାର ଶ୍ରୀ ପିୟୁଷ ତ୍ରିପାଠୀ,ହିନ୍ଦୁସ୍ଥାନ ଆଡ଼ଭାଟାଇଜିଙ୍ଗ ଏଜେନ୍ସିର ନିର୍ଦ୍ଦେଶକ ସୁଜିତ କୁମାର ରାଉତ,ସାମାଜିକ କର୍ମୀ ତଥା ରାଜନେତ୍ରୀ ଦେବସ୍ମିତା ମହାନ୍ତି, ଅଭିନେତ୍ରୀ ଭୂମିକା ଦାଶ, କବି ଓ ଗୀତିକାର ଶ୍ରୀ ପଞ୍ଚାନନ ନାୟକ, କର୍ପୋରେଟ ଅଫେୟାର୍ସ ଶିଳାଦିତ୍ୟ ବାଗଚି, ବର୍ଷା ମହାନନ୍ଦା, ସୁବାସ କ୍ରିଏସନର ଅଧ୍ୟକ୍ଷ ସୁବାସ ସାହୁଙ୍କୁ କଳା ନିର୍ଦ୍ଦେଶକ, ସମାଜସେବୀ ଡ. ସୁରେଶ୍ୱରୀ ସାଗରିକା ଜେନା, ଉପସ୍ଥାପିକା ତଥା ଆଇନଜୀବୀ ସୁଲଗ୍ନା ରାଉତରାୟ, ସୁରଭି ରେଡ଼ିଓର ପ୍ରଭାତୀ ନାୟକ, ଟାଇମ୍ସ ନାଓ ର ଓଡ଼ିଶା ପ୍ରତିନିଧି ସତୀଶ କୁମାର ଦାଶ, ଜାତୀୟ ପୁରସ୍କାର ପ୍ରାପ୍ତ ଶ୍ରୀ ରୁଷି ପଟ୍ଟନାୟକ, ମିଡ଼ିଆ ପରାମର୍ଶଦାତା ହରପ୍ରାସାଦ ମହାପାତ୍ର, ରେବତୀ ପତ୍ରିକାର ମୁଖ୍ୟ ବ୍ୟବସାୟିକ ଅଧିକାରୀ ଶ୍ରୀ ରବୀନ୍ଦ୍ର ବିଶ୍ୱାଳ, ସୋସିଆଲ ଇଂଫ୍ଲୁଏନ୍ସର ପ୍ରକାଶ ନାୟକ, ପ୍ରାର୍ଥନା ଓଡ଼ିଆ ଚାନେଲ , ବାହାରିନରୁ ଡ.ଅରୁଣ କୁମାର ପ୍ରହରାଜଙ୍କୁ ପ୍ରବାସୀ ଓଡ଼ିଆ ସେବା ରତ୍ନ ଏବଂ ଯୁବ ସାମାଜିକ କର୍ମୀ ଶାସ୍ତ୍ରୀ ବହାଦୁର ପ୍ରଧାନ। Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content କନ୍ଧ ନୟାଗଡ଼ ରେ ରାଧାକୃଷ୍ଣ ସେବା ସଂସ୍ଥା ଆନୁକୂଲ୍ୟରେ ଷୋଡଶ ବାର୍ଷିକ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ by Proprietor Abhimanyu Maharana September 6, 2026 ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁ ପୂଜନ ସମାରୋହ by Proprietor Abhimanyu Maharana September 6, 2026 ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କୋଟି କୋଟି ଟଙ୍କା ଠକେଇ ମାମଲାରେ ୩ ଅଭିଯୁକ୍ତ ଗିରଫ by Proprietor Abhimanyu Maharana September 6, 2026 ଗଜପତିଜିଲ୍ଲା ଶିକ୍ଷାଧିକାରୀ ଜାତୀୟ ଶିକ୍ଷା ଯୋଜନା ଓ ପ୍ରଶାସନ ପ୍ରତିଷ୍ଠାନ ପକ୍ଷରୁ ନୂଆଦିଲ୍ଲୀ ଠାରେ ସମ୍ମାନିତ by Proprietor Abhimanyu Maharana September 6, 2026 ପାରମ୍ପରିକ କଳା ଓ କାରିଗରଙ୍କ ସମ୍ମାନ ପାଇଁ ‘ସଂପର୍କ’ ଓ ପାରମ୍ପରିକ ହସ୍ତଶିଳ୍ପ ଗୁରୁକୁଳର ପ୍ରୟାସ by Proprietor Abhimanyu Maharana September 6, 2026 ୧ କ୍ୟୁଣ୍ଟାଲ ୮୩ କେଜି ଗଞ୍ଜେଇ ଜବତ, ୨ଅଟକ by Proprietor Abhimanyu Maharana September 6, 2026