ନୂଆଗାଁ ବ୍ଲକ୍ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ୨୦୨୫ ଅନୁଷ୍ଠିତ

ନୂଆଗାଁ  (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିମିଳିସାହି କ୍ଲଷ୍ଟର ପକ୍ଷରୁ କନ୍ଧଖାଲମଡା ପ୍ରାଥମିକ ବିଦ୍ୟାଳୟ ଠାରେ ରାମେଶ୍ୱର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖାଲମଡା, ଚଡକମରା ସରକାରୀ ପ୍ରାଥମିକ ବିଦ୍ୟାଳୟ, ଜାକେଡ଼ା ଆଶ୍ରମ ବିଦ୍ୟାଳୟ, ଡମତୁଲ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଦୁରୁଙ୍ଗି ସରକାରୀ ପ୍ରାଥମିକ ବିଦ୍ୟାଳୟ, ଲୁଣି ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ବାଡି଼ବରୀ ସେବାଶ୍ରମ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ – ୨୦୨୫ ଅନୁଷ୍ଠିତ ହୋଇଯାଇଛି ।

ସିଆରସିସି ପ୍ରସନ୍ନ ବେହେରାଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସମିତି ସଭ୍ୟା ପ୍ରଭାତୀ ମଳିକ, ଯୁବ ସାମ୍ବାଦିକ ଦିଲ୍ଲୀପ କୁମାର ଜାନୀ, ଅବସର ପ୍ରାପ୍ତ ବ୍ୟାଙ୍କ୍ ମ୍ୟାନେଜର ଚରଣ ନାୟକ ପ୍ରମୁଖ ଯୋଗଦେଇ ସୁରଭି କାର୍ଯ୍ୟକ୍ରମ ଆୟୋଜନ ଉଦ୍ଦେଶ୍ୟ ବିସ୍ତୃତ୍ଵଭାବେ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୀତ,ନୃତ୍ୟ, ବକ୍ତୃତା,ଚିତ୍ରାଙ୍କନ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ସମସ୍ତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ । ଏଥି ସହିତ ଆଜି ଗୁମି, ଦୁରୁଦୁରା କ୍ଲଷ୍ଟର ସ୍ତରୀୟ ମଧ୍ୟ ସୁରଭି କାର୍ଯ୍ୟକ୍ରମ ହୋଇଥିଲା l ସେହିପରି ସି ଆର ସି ସି ଶ୍ରୀନିବାସ ରଥ ଙ୍କ ତତ୍ୱାବଧାନରେ ଭରତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟlଳୟରେ ସୁରଭି କାର୍ଯକ୍ରମ ଅନୁଷ୍ଠିତ ହୋଇ ଥିଲା. ମୁଖ୍ୟ ଅତିଥି ଭାବେ କୋରଡ଼ା ସରପଞ୍ଚ ନିରୁପମା ପାତ୍ର, ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ କବିତା ମଞ୍ଜରି ବାହିନୀପତି, ପୁରୁଷୋତମ ପରିଡ଼ା ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ l ତତ ସହିତ କାର୍ଯ୍ୟକ୍ରମ ର ଉଦେଶ୍ୟ ବର୍ଣନା କରିଥିଲେ ।

Exit mobile version