ଦାବ୍ରି ଗ୍ରାମରେ ଜୟ ମାଁ ଦ୍ୱାରଶନି ୟୁଥ୍ କ୍ଳବ୍ ର ସଦସ୍ୟ ମାନଙ୍କ ଦ୍ଵାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଦାବ୍ରି ଗ୍ରାମରେ ଜୟ ମାଁ ଦ୍ୱାରଶନି ୟୁଥ୍ କ୍ଳବ୍ ର ସଦସ୍ୟ ମାନଙ୍କ ଦ୍ଵାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାପତି ରାଜୁ ଛତ୍ରିଆଙ୍କ ତତ୍ତ୍ୱାବଧାନରେ କ୍ଲବ ଘର ଆଖ ପାଖ ରେ ଥିବା ଖାଲି ଜାଗା ମାନଙ୍କ ରେ ଚାରା ରୋପଣ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଗ୍ରାମର ଅନେକ ଭଦ୍ର ବ୍ୟକ୍ତି ଉପସ୍ଥିତ ରହି ଚାରା ରୋପଣ କାର୍ଯ୍ୟ ରେ ସହଯୋଗ କରିଥିଲେ । କ୍ଲବ ର ସଦସ୍ୟ ମାନଙ୍କ ମଧ୍ୟରେ ସଭାପତି ରାଜୁ ଛତ୍ରିଆ , ସଂପାଦକ ନନ୍ଦୀ କିଶୋର ଚନ୍ଦନ , ଉପ ସଭାପତି ବୈକୁଣ୍ଠ କୂଅର , ସହ ସଂପାଦକ ନନ୍ଦୀ ରାଜ ମଲ୍ଳୀକ, କ୍ଲବ୍ ଘର୍ ଦାୟିତ୍ଵ ବିଶ୍ୟନାଥ ନାଗ , ଲାଏବ୍ରେନ ଦୁଃଖନାଶନ ମଲ୍ଲିକ,

କ୍ଲବ୍ ସହଯୋଗୀ ପ୍ରତାପ ଚନ୍ଦ୍ର କୁଅର , ରୁକ୍ଷ କର୍ତ୍ତା ଚନ୍ଦନ, ନବୀନ ଭୋଏ , ଏକଟିପ୍ ମେମ୍ବର ବିଷ୍ଣୁ ଗହିର , ଲଛମନ କୁଅର , କ୍ରୀଷ୍ଣା ମିଶ୍ର , ପ୍ରଧୁମ୍ ନିଆଲ , ରୁରେନ୍ଦ୍ର ସୁନା ପ୍ରମୁଖ ଉପସ୍ଥିତ ଥିଲେ।ଗାଁର ଗୋଚର୍ ଜାଗା , ତୁରେକେଲା ଯିବାର ରାସ୍ତା ସାଇଟ୍ , ୨ ଟି ଅଙ୍ଗନୱାଡି ସେଣ୍ଟର୍ ,କ୍ଲବ୍ ଘର୍ ପାଖରେ ୧୦୦ ଟି ରୁ ଉର୍ଦ୍ଧ୍ବ ଗଛ ଲଗାଯାଇଛି ।

Exit mobile version