Home ଓଡ଼ିଶା ବ୍ରିକ୍ସ ଆଇଏଲ୍ଏସ ୪ର୍ଥ ଷ୍ଟାର୍ଟଅପ୍ କନ୍କ୍ଲେଭରେ ନୁ୍ୟରୋକସ୍ମେଟିକ୍ସ ଦ୍ୱାରା ଅନୁପ୍ରେରିତ ହୋଇ ଜୀବଦା ପ୍ରଚଳନ କଲା ବିଶ୍ୱର ପ୍ରଥମ ଲକ୍ଜୁରୀ ଆୟୁର୍ବେଦ ବର୍ଗ by Proprietor Abhimanyu Maharana 12 months ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବ୍ରିକ୍ସ ଇନ୍ଷ୍ଟିଚୁ୍ୟଟ ଅଫ ଲାଇଫ ସାଇନ୍ସେସ (ଆଇଏଲ୍ଏସ)ରେ ସୃଷ୍ଟି ଓଡ଼ିଶାର ଏକ ଅଗ୍ରଣୀ ବାୟୋଟେକ ଏବଂ ୱେଲ୍ନେସ୍ ଷ୍ଟାର୍ଟଅପ୍ ଜୀବଦା ଭେଞ୍ଚରସ୍ ପ୍ରାଇଭେଟ ଲିମିଟେଡ ଆନୁଷ୍ଠାନିକ ଭାବରେ ବିଶ୍ୱର ପ୍ରଥମ ଆୟୁର୍ବେଦ ବର୍ଗ ନୁ୍ୟରୋକସ୍ମେଟିକ୍ସ ଦ୍ୱାରା ଅନୁପ୍ରେରିତ ହୋଇ ପ୍ରଚଳନ କରିଛି । ଭୁବନେଶ୍ୱରସ୍ଥିତ ଆଇଏଲ୍ଏସ ମୁଖ୍ୟ କ୍ୟାମ୍ପସ୍ରେ ଅକ୍ଟୋବର ୧୦ ଓ ୧୧ ତାରିଖରେ ଅନୁଷ୍ଠିତ ବ୍ରିକ୍ସ ଆଇଏଲ୍ଏସର ୪ର୍ଥ ଷ୍ଟାର୍ଟଅପ୍ କନକ୍ଲେଭରେ ଏହି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରାଚୀନ ଆୟୁର୍ବେଦକୁ ଆଧୁନିକ ନୁ୍ୟରୋକସ୍ମେଟିକ୍ସ ପ୍ରଯୁକ୍ତି ସହିତ ସମ୍ମିଶ୍ରିତ କରି ଜିଭାଡାର ନୂତନ ବର୍ଗ ବିଳାସପୂର୍ଣ୍ଣ ଆୟୁର୍ବେଦ ଏବଂ ତ୍ୱଚାଯନô ନବସୃଜନ କ୍ଷେତ୍ରରେ ଏକ ସଫଳତାର ପ୍ରତିନିଧିତ୍ୱ କରୁଛି । ଏହି ବର୍ଗ ୨୬୮ରୁ ଅଧିକ ପ୍ରାଚୀନ ଆୟୁର୍ବେଦ ଲେଖାରୁ ପ୍ରେରଣା ଲାଭ କରିବା ସହିତ ସମୟର କଷଟି ପଥରେ ପରୀକ୍ଷିତ ହର୍ବାଲ ଜ୍ଞାନକୁ ସର୍ବାଧୁନିକ ସମୟର ନୁ୍ୟରୋସାଇନ୍ସ ଏବଂ ବାୟୋଟେକ୍ନୋଲୋଜି ସହିତ ସମ୍ମିଶ୍ରିତ କରିଛି । ବ୍ରିକ୍ସ ଆଇଏଲଏସ୍ରେ ବ୍ୟାପକ ଆର୍ ଆଣ୍ଡ ଡି ଜରିଆରେ ପ୍ରସ୍ତୁତ ପ୍ରତ୍ୟେକ ଉତ୍ପାଦରେ ଫଳପ୍ରସୂ ବାୟୋଆକ୍ଟିଭ ଉପାଦାନ ଏବଂ ସ୍ଥାନୀୟ ସ୍ତରରେ ସଂଗୃହୀତ ମହୁଆ ଭଳି ଅଣ-କାଷ୍ଠ ଜଙ୍ଗଲଜାତ ପଦାର୍ଥ (ଏନଟିଏଫ୍ପି) ଏବଂ ତତ୍ସହିତ ଉଭୟ ତ୍ୱଚା ସ୍ୱାସ୍ଥ୍ୟ ଏବଂ ମାନସିକ କଲ୍ୟାଣକୁ ଲକ୍ଷ୍ୟ ରଖୁଥିବା ଉନ୍ନତ ନୁ୍ୟରୋପେପ୍ଟାଇଡସ୍ ସମନ୍ୱିତ ହୋଇଛି । ଆଠଟି ଉତ୍ପାଦର ସମ୍ଭାର ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବାବେଳେ ସେଗୁଡିକ କୋମଳତା, ଜଳୀୟ ଅଂଶ ବଜାୟ ରଖିବା ଏବଂ ସନ୍ତୁଳନ ରଖିବା ନିମନ୍ତେ ଡିଜାଇନ କରାଯାଇଛି, ଯାହା କେବଳ ତ୍ୱଚା ଏବଂ କେଶର ସମସ୍ୟା ପ୍ରତି ଦୃଷ୍ଟି ଦେଉନାହିଁ ତାହାସହିତ ଚାପ, ଚିନ୍ତା ଏବଂ ଇନ୍ଦ୍ରିୟଗତ ସମନ୍ୱୟ ଦିଗ ପ୍ରତି ମଧ୍ୟ ଯନôଶୀଳ ହେଉଛି । ମେଡ୍-ଇନ-ଓଡ଼ିଶା ନବସୃଜନ ଜରିଆରେ ଏହା ବୈଶ୍ୱିକ କଲ୍ୟାଣକାରୀ ଏବଂ ସୋ÷ନ୍ଦର୍ଯ୍ୟ ଦୃଶ୍ୟପଟ୍ଟରେ ଏକ ବ୍ୟାପକ ରୂପାନ୍ତରଣ ଆଣିବାକୁ ଯାଉଛି । ଉନ୍ମୋଚନ ଉତ୍ସବରେ ଡ. ଅଶ୍ୱିନୀ ପାରିକ, ଡାଇରେକ୍ଟର ଏନଏବିଆଇ, ଡ. ଜିତେନ୍ଦ୍ର କୁମାର, ଏମ୍ଡି ବିଆଇଆର୍ଏସି, ଡ. ଶାନ୍ତନୁ ଦାସଗୁପ୍ତା, ପ୍ରାକ୍ତନ ଭିପି ରିଲାଏନ୍ସ ଇଣ୍ଡଷ୍ଟ୍ରି, ଡ. ଦେବାଶିଷ ଦାଶ, ଡାଇରେକ୍ଟର ବ୍ରିକ୍ଆଇଏଲ୍ସି, ଡ. ନିବେଦିତା ଜେନା, ସିଓଓ, ବାୟୋଟେକ ଇନ୍କୁ୍ୟବେଟର, ଆଇଏଲ୍ଏସ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତିଗଣ, ବିଶିଷ୍ଟ ବୈଜ୍ଞାନିକବୃନ୍ଦ, ଉଦ୍ୟୋଗୀ ଏବଂ ସମଗ୍ର ଭାରତର ବାୟୋଟେକ୍ ଓ ଷ୍ଟାର୍ଟଅପ୍ ପରିବ୍ୟବସ୍ଥାରୁ ପୁଞ୍ଜିନିବେଶକମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରକାଶ କରି ଶ୍ରୀମତୀ ଧରିତ୍ରୀ ପଟନାୟକ, ପ୍ରତିଷ୍ଠାତା ଜୀବଦା କହିଥିଲେ, “ଏହା ବିଶ୍ୱ ପାଇଁ ମେଡ୍ ଇନ୍ ଓଡ଼ିଶାରେ ନିର୍ମିତ ଉତ୍ପାଦ ବର୍ଗ ହୋଇଛି । ଆୟୁର୍ବେଦର ଚିରନ୍ତନ ବିଜ୍ଞାନକୁ ନୁ୍ୟରୋକସ୍ମେଟିକ ନବସୃଜନ ସହିତ ମିଶ୍ରଣ କରି ତ୍ୱଚାର ପରିପୋଷଣ କରୁଥିବା, ମନକୁ ଶାନ୍ତ ରଖୁଥିବା ଏବଂ ଉତ୍ସାହ ବୃଦ୍ଧି କରୁଥିବା ତ୍ୱଚା ଯନôକାରୀ ଏବଂ ୱେଲନେସ୍ ସମାଧାନଗୁଡିକ ସୃଷ୍ଟି କରିବାକୁ ଆମର ଲକ୍ଷ୍ୟ ରହିଛି ।” ନୁ୍ୟରୋକସ୍ମେଟିକ୍ସ ଦ୍ୱାରା ଅନୁପ୍ରେରିତ ଜିଭାଡାର ଲକ୍ଜୁରୀ ଆୟୁର୍ବେଦ ନୂତନ ଯୁଗର ବିଜ୍ଞାନ ନେତୃତ୍ୱରେ ପରିଚାଳିତ, ଦୀର୍ଘସ୍ଥାୟୀ ସୋନ୍ଦର୍ଯ୍ୟ ନବସୃଜନକୁ ପ୍ରତିଫଳିତ କରୁଛି ଯାହା ଭାରତର ବାୟୋଟେକ୍ ଗବେଷଣା ପରିବ୍ୟବସ୍ଥାରୁ ଉଦ୍ଭବ ହୋଇଛି । ଓଡ଼ିଶାର ନିଜସ୍ୱ ଜ୍ଞାନ ଏବଂ ଜୈବ ବିବିଧତାରେ ଏହାର ଜଡ ରହିଥିବାବେଳେ ଏହି ବ୍ରାଣ୍ଡ୍ ରାଜ୍ୟକୁ ଆୟୁର୍ବେଦ ଆଧାରିତ ଜୈବ ପ୍ରଯୁକ୍ତି ଏବଂ ୱେଲନେସ୍ ରପ୍ତାନି କ୍ଷେତ୍ରରେ ଏକ ବୈଶ୍ୱିକ ପେଣ୍ଠସ୍ଥଳରେ ପରିଣତ କରିବା ଲକ୍ଷ୍ୟ ରଖିଛି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 3, 2026 ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ରାମଧୁନ୍ରେ ମୁଖରିତ ହେଲା ଗାଁ, ଦେଶସେବାର ଶପଥ ନେଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ପାରଳାଖେମୁଣ୍ଡି ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ by Proprietor Abhimanyu Maharana October 2, 2026 ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂ ଙ୍କ ଅବସର ଗ୍ରହଣ by Proprietor Abhimanyu Maharana October 2, 2026