• ବିସ୍ତୃତ ସର୍ବେକ୍ଷେଣ ଜରିଆରେ ବୁଲା କୁକୁର ଗଣନା ଭାରତରେ ପ୍ରଥମ
• ଜାତୀୟ ହାର ତୁଳନାରେ ବିଏମ୍ ସି ଅଂଚଳରେ ବୁଲା କୁକୁରଙ୍କ ହାର ଅଧିକ
ରାଜ୍ୟରେ ପ୍ରଥମ ଥର ପାଇଁ ବିଏମ୍ ସି ପକ୍ଷରୁ କରାଯାଇଛି ବୁଲା କୁକୁର ଗଣନା । ସେପ୍ଟେମ୍ବର 18ରୁ 25 ତାରିଖ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଅର୍ଥାତ୍ 18ରୁ 21 ତାରିଖ ଏବଂ 22ରୁ 25 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ଅଂଚଳରେ ବୁଲା କୁକୁର ଗଣନା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ବିଏମ୍ ସି ଅଂଚଳରେ ଥିବା 67ଟି ଓ୍ୱାର୍ଡର ସମସ୍ତ ଗଳିକନ୍ଦିରେ ଏହି କୁକୁର ଗଣନା କାର୍ଯ୍ୟ ଭୋର 5ଟାରୁ ସକାଳ 7ଟା ମଧ୍ୟରେ କରାଯାଇଥିଲା ।
