Home ଓଡ଼ିଶା ନିଅଣ୍ଟିଆ ପାନୀୟ ଜଳ ଯୋଗାଣର ସ୍ଥାୟୀ ସମାଧାନ by Proprietor Abhimanyu Maharana 11 months ago Share on FacebookShare on TwitterWhatsapp ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ ବୁରୁପଡ଼ା ଗ୍ରାମ କାଳୀ ମନ୍ଦିର ସାହିରେ ଗତ କିଛି ଦିନ ଧରି ପାନୀୟ ଜଳ ଯୋଗାଣରେ ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୀର୍ଘ ଦିନ ଧରି ଏଭଳି ସମସ୍ୟାର ସମ୍ମୁଖୀନ ହେବା ପରେ କାଳୀ ମନ୍ଦିର ସାହିର ମହିଳା ମାନେ ଏକତ୍ରିତ ହୋଇଶନିବାର ଦିନ ଦୃଢ଼ ପ୍ରତିବାଦ କରିଥିଲେ। ପ୍ରତିବାଦ ସ୍ବରୂପ ଶତାଧିକ ମହିଳା ଓ ପୁରୁଷ ହାଣ୍ଡି ମାଠିଆ ରଖି ଶେରଗଡ଼ – ହିଞ୍ଜିଳିକାଟୁ ମୁଖ୍ୟ ରାସ୍ତା ଅବରୋଧ କରି ରାସ୍ତାରୋକ କରିଥିଲେ । ଘଟଣା ସ୍ଥଳରେ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇବା ପରେ ପୁଲିସ୍ ଓ ହିଞ୍ଜିଳିକାଟୁ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରିକା ଷଢ଼ଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ବିଭାଗୀୟ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳାଇ ଘଟଣା ସ୍ଥଳରେ ପହଞ୍ଚି ଅଗ୍ରାଧିକାର ଭିତ୍ତିରେ ପାନୀୟ ଜଳ ଯୋଗାଣର ସ୍ଥାୟୀ ସମାଧାନ ପାଇଁ ଉତ୍ତ୍ୟକ୍ତ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ। ଫଳରେ ରାସ୍ତା ଅବରୋଧରୁ ଲୋକେ ହଟିଥିଲେ। ରବିବାର ଦିନ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳାଇ ଟ୍ୟାଙ୍କର ଯୋଗେ ସାହି ବାସିନ୍ଦାଙ୍କୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ବନ୍ଦୋବସ୍ତ କରିଥିଲେ। ପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରି ସାହି ବାସିନ୍ଦାଙ୍କୁ ପାନୀୟ ଜଳ ଯୋଗାଣର ସ୍ଥାୟୀ ସମାଧାନ କରିଥିଲେ । ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କ ସୂଚନା ଅନୁଯାୟୀ ପୁର୍ବରୁ କାଳୀ ମନ୍ଦିର ସାହି ବାସିନ୍ଦାଙ୍କୁ ଅଳ୍ପ ପରିମାଣର ପାନୀୟ ଜଳ ଯୋଗାଣ ହେଉଥିଲା । ପରେ ସାହି ବାସିନ୍ଦାଙ୍କ ପରାମର୍ଶ କ୍ରମେ ମଧୁର ଜଳ ଯୋଗାଣ ପାଇଁ ଅନ୍ୟ ଏକ ସ୍ଥାନରେ ୬ ଲକ୍ଷ ଟଙ୍କା ବ୍ୟୟରେ ଗଭୀର ନଳ କୂପ ଖୋଳା ଯାଇ ଜଳ ଯୋଗାଣ ବ୍ୟବସ୍ଥା ହୋଇଥିଲା । କିନ୍ତୁ କିଛି ଦିନ ପରେ ଜଳ ପାନୀୟ ଉପଯୋଗୀ ହୋଇ ପାରିଲା ନାହିଁ । ପରେ ଜନବିଲି ଜଳ ଯୋଗାଣ ପ୍ରକଳ୍ପରୁ ପୋଡିଙ୍ଗୀ ଠାରୁ ଜଳ ଯୋଗାଣ ବ୍ୟବସ୍ଥା ହୋଇଥିଲା। କିନ୍ତୁ ନଦୀର ଜଳସ୍ତର ବୃଦ୍ଧି ପାଇ ଗୋଳିଆ ପାଣି ଆସିବା ଫଳରେ ତାହା ମଧ୍ୟ ପାନୀୟ ଉପଯୋଗୀ ସମ୍ଭବ ହୋଇ ପାରିଲା ନାହିଁ । ଏହା ବ୍ୟତୀତ ପୂର୍ବରୁ ସାହିରେ ସ୍ଥାପିତ ହୋଇଥିବା ସୌର ଶକ୍ତି ଚାଳିତ ମୋଟର ପମ୍ପକୁ ସଂଯୋଗ କରାଯାଇ କାଳୀ ମନ୍ଦିର ସାହି ବାସିନ୍ଦାଙ୍କୁ ଆଗୁଆ ଏକ ଘଣ୍ଟା ଧରି ପାନୀୟ ଜଳ ଯୋଗାଣ କରାଯାଇ ସ୍ଥାୟୀ ସମାଧାନ ବ୍ୟବସ୍ଥା କରଯାଇଛି ବୋଲି ସହକାରୀ ଯନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି । ଫଳରେ ନିଅଣ୍ଟିଆ ପାନୀୟ ଜଳ ଯୋଗାଣରୁ ସାହି ବାସିନ୍ଦାଙ୍କୁ ଆଶ୍ଵସ୍ଥି ମିଳିଛି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଜେନ୍ ଜେଡ୍ରୁ ଜେନ୍ ଆଲ୍ଫା : ଭାରତର ନୂଆ ପିଢ଼ିର ନୂଆ ଆହ୍ୱାନ by Proprietor Abhimanyu Maharana September 2, 2026 ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ନେଇ କଂଗ୍ରେସ ପକ୍ଷରୁ ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଧାରଣା by Proprietor Abhimanyu Maharana September 2, 2026 ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ଚାନ୍ଦୁଆ : କାନୋପିଜ୍ ଅଫ୍ ଲେବର, ଯେଉଁଥିରେ ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରାର ସବିଶେଷ ବିଷୟ ସ୍ଥାନ ପାଇଛି by Proprietor Abhimanyu Maharana September 2, 2026 Odisha Craft Odyssey to Launch Chandua: Canopies of Labour, Documenting Odisha’s Living Appliqué Traditions by Proprietor Abhimanyu Maharana September 2, 2026 ଖୋର୍ଦ୍ଧାରୋଡ୍ ମଣ୍ଡଳରେ ‘ହିନ୍ଦୀ ପଖୱାଡ଼ା – ୨୦୨୬’ ଉଦ୍ଘାଟିତ by Proprietor Abhimanyu Maharana September 2, 2026 16 Railway Employees Bid Farewell on Retirement by Proprietor Abhimanyu Maharana September 2, 2026