ଇନ୍ସିପେକ୍ଟର  ପାହ୍ୟାକୁ  ପଦୋନ୍ନତି ପାଇଲେ  ଶ୍ରଦ୍ଧା

ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :-  ଟାଙ୍ଗୀ  ଖୋର୍ଦ୍ଧା ଚାନ୍ଦପୁର ଥାନା କାର୍ଯ୍ୟରତ ସବ ଇନ୍ସିପେକ୍ଟର ଶ୍ରଦ୍ଧା ନାୟକ ଙ୍କର ଇନ୍ସିପେକ୍ଟର ପାହ୍ୟାକୁ ପଦୋନ୍ନତି ହୋଇଛି l ପୋଲିସ କାର୍ଯ୍ୟାଳୟରୁ ରାଜ୍ୟର ୪୨୭ ଜଣ ସବଇନ୍ସିପେକ୍ଟରଙ୍କୁ ଏହି ପଦୋନ୍ନତି ମିଳିଛି l  ଚାନ୍ଦପୁର  ଥାନାରେ  କାର୍ଯ୍ୟରତ   ମହିଳା  ସାହସୀ  ଦକ୍ଷ ଅଫିସର  ସାହସିକତା  ପାଇଁ  ଅନେକ  ସମୟରେ ଚର୍ଚ୍ଚାରେ  ରହିଛନ୍ତି l

ଅପରାଧି  ମାନକୁ  କାବୁ କରି   ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ  ନେଇଥିବାରୁ  ଅପରାଧୀ ମାନଙ୍କ  ମନରେ  ଛନକା    ଲାଗି  ରହିଛି l  ସାଧାରଣ  ଲୋକଙ୍କୁ  ଉଚିତ୍  ନ୍ୟାୟ    ପ୍ରଦାନ  କରିଥିବାରୁ  ଅଞ୍ଚଳ  ବାସୀ   ଭୁରିଭୁରି ପ୍ରସଂଶା  କରୁଛନ୍ତି।

Exit mobile version