ଅବସର କାଳୀନ ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଖୋର୍ଦ୍ଧା ଜିଲ୍ଲା, ବାଲିପାଟଣା ବ୍ଲକ ଅନ୍ତର୍ଗତ ନରିଶୋ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଛାତ୍ର ବତ୍ସଳ ଲୋକପ୍ରିୟ ପ୍ରଧାନ ଶିକ୍ଷକ ମହେନ୍ଦ୍ର କୁମାର ମହାନ୍ତିଙ୍କୁ ଆଜି ପୂର୍ବାହ୍ନରେ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ପ୍ରଧାନ ଶିକ୍ଷକ ଦାୟିତ୍ଵରେ ଥିବା ଶିକ୍ଷୟତ୍ରୀ ସସ୍ମିତା ବେହେରାଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷାଧିକାରୀ ଡ୍ ପ୍ରଭାତ କୁମାର ରଥ,ଦେଶୀ ଧାନ ଗବେଷଣା କେନ୍ଦ୍ରର ପ୍ରତିଷ୍ଠାତା ତଥା କୃଷିବିତ ନଟବର ଷଡ଼ଙ୍ଗୀ,ସାମ୍ବାଦିକ ଦିଲ୍ଲୀପ କୁମାର୍ ଓଝା,ଜିଲ୍ଲା ପରିଷଦ ସଭ୍ୟ ପବିତ୍ର ମୋହନ ପଟେଲ,ସରପଞ୍ଚ କବିତା କାଣ୍ଡି ,ପୂର୍ବତନ ପ୍ରଧାନ ଶିକ୍ଷକ ବିଶ୍ଵନାଥ ସାହୁ,ରଘୁନାଥ ଲେଙ୍କା,

ଏ ବି ଇ ଓ ବିଜୟ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଶିକ୍ଷକ ଦୀପକ ସାହୁ ସ୍ଵାଗତ ଭାଷଣ ଓ ରାଜଶ୍ରୀ ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଦୀର୍ଘ ୩୫ ବର୍ଷର ଶିକ୍ଷକତା ଜୀବନ ମଧ୍ୟରେ ଶ୍ରୀ ମହାନ୍ତି ବିଦ୍ୟାଳୟରେ ଏକ ଶୈଖିକ ପରିବେଶ ସୃଷ୍ଟି କରି ଜଣେ ଉତ୍ତମ ଶିକ୍ଷକ ହୋଇ ପାରିଥିବା କଥା ବକ୍ତାମାନେ ପ୍ରକାଶ କରିଥିଲେ। ଶେଷରେ ଶିକ୍ଷକ ସୁଦର୍ଶନ ମଲ୍ଲିକ ଧନ୍ୟବାଦ୍ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ ବେହେରା,ତପନ କୁମାର ପ୍ରଧାନ, ଜ୍ୟୋତ୍ନାରାନି ଦାଶ,ସୁଷମା ରାଣୀ ମହାପାତ୍ର,ସଞ୍ଜୀବ ପଟ୍ଟନାୟକ ପ୍ରମୁଖଙ୍କ ସହିତ ଛାତ୍ର ଛାତ୍ରୀମାନେ ଶ୍ରୀ ମହାନ୍ତିଙ୍କୁ ଉତ୍ତରୀୟ ସହ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

Exit mobile version