Home ଓଡ଼ିଶା ନୟାଗଡ଼ ଜିଲ୍ଲା ସ୍ତରୀୟ “ଭାରତକୁ ଜାଣ” ପ୍ରଶ୍ନମଞ୍ଚ ପ୍ରତିଯୋଗିତା ଅନୁଷ୍ଠିତ by Proprietor Abhimanyu Maharana 12 months ago Share on FacebookShare on TwitterWhatsapp ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଭାରତର ସମୃଦ୍ଧ ପ୍ରବୃଦ୍ଧ ବର୍ଗର ବ୍ୟକ୍ତି ମାନଙ୍କୁ ଏକତ୍ରିତ କରି ସମାଜର ବଞ୍ଚିତ ବର୍ଗର ସେବା କରିବା ସାଙ୍ଗକୁ ଉତ୍ତର ପିଢ଼ିକୁ ସୁସଂସ୍କାରିତ କରି ଗଢିତୋଳିବା ସହିତ ଭାରତର ସର୍ବାଙ୍ଗୀନ ବିକାଶ କରି ଏକ ସୁସ୍ଥ ସମର୍ଥ ସଂସ୍କାରିତ ଭାରତ ଗଠନ ଲକ୍ଷ୍ୟରେ କାର୍ଯ୍ୟକରୁଥିବା ରାଷ୍ଟ୍ରବାଦୀ ସଂଗଠନ ଭାରତ ବିକାଶ ପରିଷଦ ର ନୟାଗଡ଼ ଶାଖା ତରଫରୁ ନୟାଗଡ଼ ଏନଏସି ହାଇସ୍କୁଲ ସଭାକକ୍ଷରେ ‘ଭାରତ କୁ ଜାଣ’ ପ୍ରଶ୍ନମଞ୍ଚ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଛାତ୍ରଛାତ୍ରୀ ମାନଙ୍କ ମଧ୍ଯରେ ଶ୍ରବଣ କୁମାରର ପିତାମାତା ଭକ୍ତି, ବାଜି ରାଉତର ଦେଶଭକ୍ତି ,ବୀର ସଭରକରଙ୍କ ଦେଶପ୍ରେମ ଜାଗରଣ କରିବା ସହିତ ଭାରତର ଐତିହ୍ୟ ପରମ୍ପରା ସଂସ୍କୃତି ବିଷୟରେ ପରିଚିତ କରିବା ପାଇଁ ପ୍ରତିବର୍ଷ ଏହି ପ୍ରଶ୍ନମଞ୍ଚ ପ୍ରତିଯୋଗିତା ଶାଖା ସ୍ତରରୁ ଆରମ୍ଭ ହୋଇ କେନ୍ଦ୍ର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଥାଏ। ଆଜି ନୟାଗଡ଼ ଶାଖା ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ୩୬ଟି ବିଦ୍ଯାଳୟ ତରଫରୁ ଚୟନ ହୋଇଥିବା ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଭାରତ ବିକାଶ ପରିଷଦ ନୟାଗଡ଼ ଶାଖାର ଅଧ୍ଯକ୍ଷ ପ୍ରସନ୍ନ କୁମାର ବସନ୍ତିଆଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ହରପ୍ରସାଦ ମହାପାତ୍ର ଯୋଗଦେଇ ଥିଲା ବେଳେ ପର୍ଯ୍ଯବେକ୍ଷକ ଭାବେ ଭାରତ ବିକାଶ ପରିଷଦ ଓଡିଶା ପୂର୍ବ ପ୍ରାନ୍ତର ଉପାଧ୍ୟକ୍ଷ ଶ୍ରୀଧର ସାହୁ ଯୋଗଦେଇ ଛାତ୍ରଛାତ୍ରୀ ମାନେ ଭାରତର ମହାନ୍ ସଂସ୍କୃତି ପରମ୍ପରା ବିଷୟରେ ଅଧ୍ଯୟନ କରିବା ସହିତ ସ୍ବାମୀ ବିବେକାନନ୍ଦଙ୍କ ଦେଶପ୍ରେମରେ ଉଦବୁଦ୍ଧ ହୋଇ ଜୀବନ ନିର୍ବାହ କରିବା ପାଇଁ ପରାମର୍ଶ ଦେଇଥିଲେ। ଶାଖା ସଚିବ ଘନଶ୍ୟାମ ସାହୁ, କୋଷାଧ୍ୟକ୍ଷ ପ୍ରଫୁଲ କୁମାର ନାୟକ ଓ ସଂସ୍କାର ସଚିବ ତଥା ଭାରତକୁ ଜାଣ କାର୍ଯ୍ୟକ୍ରମ ଆବାହକ ଦୁର୍ଯ୍ୟୋଧନ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।ଏହି ଭାରତକୁ ଜାଣ ପ୍ରଶ୍ନମଞ୍ଚ ପ୍ରତିଯୋଗିତାକୁ ପ୍ରଫେସର ଅଜୟ କୁମାର ପଟ୍ଟନାୟକ ଓ ଝିଲ୍ଲୀମିଲି ସାହୁ ପରିଚାଳନା କରିଥିଲେ। ଦୀର୍ଘ ଦୁଇମାସ ଧରି ଶାଖା ସଦସ୍ଯ ମାନଙ୍କ ଅକ୍ଳାନ୍ତ ପରିଶ୍ରମରେ ନୟାଗଡ଼ ଜିଲ୍ଲାର ୩୬ଟି ବିଦ୍ଯାଳୟରେ ଏହି ପ୍ରତିଯୋଗିତା ପାଇଁ ଲିଖିତ ପରୀକ୍ଷା କରାଯାଇଥିଲା। ଯେଉଁ ପରୀକ୍ଷାରେ ବରିଷ୍ଠ ବର୍ଗରେ ୧୦୨୩ ଜଣ ପରୀକ୍ଷାର୍ଥୀ ଓ କନିଷ୍ଠ ବର୍ଗରେ ୯୪୬ ଜଣ ପରୀକ୍ଷାର୍ଥୀ ଭାଗନେଇଥିଲେ। ଆଜି ଆୟୋଜିତ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ୩୬ଟି ବିଦ୍ଯାଳୟରୁ ୩୪ଟି ବିଦ୍ଯାଳୟର ୬୮ଜଣ ଛାତ୍ରଛାତ୍ରୀ ଯୋଗଦେଇ ଥିଲେ। ଅପରାହ୍ନରେ ଏହି ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। କନିଷ୍ଠ ବର୍ଗରେ ମହର୍ଷି ବିଦ୍ଯା ମନ୍ଦିର ର ଶିବାଶିଷ ହୋତା ଓ ଆଶାଲତା ସ୍ବାଇଁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରନୟାଗଡର ଶୁଭସ୍ମିତା ପଣ୍ଡା ଓ ବିଶ୍ବଜିତ୍ ନାୟକ ସେହିପରି ନାରାୟଣୀ ସରକାରୀ ଉଚ୍ଚ ବିଦ୍ଯାଳୟ,ଇଟାମାଟିର ଋତୁପ୍ରଜ୍ଞା ଲେଙ୍କା ଓ ଦିବ୍ଯରଂଜନ ସାହୁ ୩ୟ ସ୍ଥାନ ଅଧିକାର କରିଛନ୍ତି । ବରିଷ୍ଠ ବର୍ଗରେ ଓଡିଶା ଆଦର୍ଶ ବିଦ୍ଯାଳୟ,ନୋତ୍ତର ର ସଂକେତ କୁମାର ରଣା ଓ ଦିବ୍ଯମ୍ ଦଳେଇ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ ମହର୍ଷି ବିଦ୍ଯା ମନ୍ଦିର ନୟାଗଡ଼ ର ମୋହିତ ସୌମ୍ୟ ରଂଜନ ଓ ଅଂଶୁମାନ ସାମନ୍ତରାୟ ସେହିପରି ଜନତା ସରକାରୀ ଉଚ୍ଚ ବିଦ୍ଯାଳୟ, ବାଉଁଶିଆପଡା ର ମଧୁସ୍ମିତା ବେହେରା ଓ ଧର୍ମାନନ୍ଦ ବେହେରା ୩ୟ ସ୍ଥାନ ଅଧିକାର କରିଛନ୍ତି । ଏହି ପ୍ରତିଯୋଗିତାରେ କେବଳ ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳ ମାନେ ରାଜ୍ଯସ୍ତରୀୟ ପ୍ରତିଯୋଗିତା ରେ ଭାଗନେଇ ପାରିବେ। ରାଜ୍ଯ ସ୍ତରୀୟ ପ୍ରତିଯୋଗିତାରେ ଯେଉଁ ଦଳପ୍ରଥମ ସ୍ଥାନ ଅଧିକାର କରିବ ସେହି ଦଳକୁ ୦୫ ହଜାର ଟଙ୍କା ଅର୍ଥ ରାଶି ପୁରସ୍କାର ଦେବା ପାଇଁ ମୁଖ୍ଯ ଅତିଥି ଘୋଷଣା କରିଥିଲେ । ଅତି ଚିତାକର୍ଷକ ଭାବେ ସମସ୍ତ ପ୍ରତିଯୋଗୀ ମାନେ ଉତ୍ତର ରଖି ସଂଘର୍ଷ କରିଥିଲେ । ଏହି ପ୍ରଶ୍ନମଞ୍ଚ ପ୍ରତିଯୋଗିତାରେ ନୟାଗଡ଼ ଶାଖାର ବରିଷ୍ଠ ସଦସ୍ଯ ଅନାଦି ଚରଣ ମହାନ୍ତି, ଶାଖା ସେବା ସଚିବ ସୁବଳ ଚରଣ ନାୟକ, ପ୍ରଦୀପ କୁମାର ସାହୁ,ଉଦ୍ଯନାଥ ନାୟକ,ଲକ୍ଷ୍ମୀକାନ୍ତ ଦାସ,ହରେକୃଷ୍ଣ ସାହୁ, ଅରୁଣ କୁମାର ମହାନ୍ତି,ଶ୍ରୀକୁମର ରଥ, ଶରତ କୁମାର ନାୟକ ସମେତ ଶାଖାର ସମସ୍ତ ସଦସ୍ଯ ମାନେ ଅକ୍ଳାନ୍ତ ପରିଶ୍ରମ କରି କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ସମସ୍ତ ଦାୟିତ୍ୱ ନିର୍ବାହ କରିଥିଲେ। ପରିଶେଷରେ ଶାଖା ସଂଗଠନ ସଚିବ କାମାକ୍ଷା ପ୍ରସାଦ ଦାସ ଧନ୍ଯବାଦ ଅର୍ପଣ କରିଥିଲେ। Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026 ପୋଲିସ ଦ୍ବାରା ୪ ବାଇକ୍ ଜବତ,୫ ଲୁଟେରା ଗିରଫ by Proprietor Abhimanyu Maharana September 27, 2026